ବ୍ଳକ ଅଧକ୍ଷଙ୍କ ବିୟୋଗରେ ବେଲଗୁଣ୍ଠା ପ୍ରେସ କ୍ଲବ ର ଶୋକ
ବେଲଗୁଣ୍ଠା-୭/୯-ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ତଥା ବରିଷ୍ଠ ରାଜନେତା ପ୍ରଶାନ୍ତ କୁମାର ନାୟକଙ୍କ ଅକାଳ ବିୟୋଗରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ, ସ୍ୱର୍ଗତ ନାୟକ ବେଲଗୁଣ୍ଠା ପ୍ରେସ୍ କ୍ଳବର ଜଣେ ମୁଖ୍ୟ ଶୁଭଚିନ୍ତକ ଥିଲେ ।ତା ସହିତ ପ୍ରେସ୍ କ୍ଳବ ତରଫରୁ ହେଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ବେଲଗୁଣ୍ଠା ପ୍ରେସ୍ କ୍ଳବକୁ ଉତ୍ସାହିତ କରି […] The post ବ୍ଳକ ଅଧକ୍ଷଙ୍କ ବିୟୋଗରେ ବେଲଗୁଣ୍ଠା ପ୍ରେସ କ୍ଲବ ର ଶୋକ appeared first on Odisha.News.

ବେଲଗୁଣ୍ଠା-୭/୯-ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ତଥା ବରିଷ୍ଠ ରାଜନେତା ପ୍ରଶାନ୍ତ କୁମାର ନାୟକଙ୍କ ଅକାଳ ବିୟୋଗରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ, ସ୍ୱର୍ଗତ ନାୟକ ବେଲଗୁଣ୍ଠା ପ୍ରେସ୍ କ୍ଳବର ଜଣେ ମୁଖ୍ୟ ଶୁଭଚିନ୍ତକ ଥିଲେ ।ତା ସହିତ ପ୍ରେସ୍ କ୍ଳବ ତରଫରୁ ହେଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ବେଲଗୁଣ୍ଠା ପ୍ରେସ୍ କ୍ଳବକୁ ଉତ୍ସାହିତ କରି ଆସୁଥିଲେ । ତାଙ୍କ ବିୟୋଗ ଘୁମୁସର ମାଟି ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ବେଲଗୁଣ୍ଠା ପ୍ରେସ୍ କ୍ଳବ ମଧ୍ୟ ସ୍ୱର୍ଗତ ନାୟକଙ୍କୁ ମନେ ରଖିବ ସଭାପତି ବୋଲି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଥିଲେ ।ସ୍ୱର୍ଗତ ନାୟକଙ୍କ ଅମରାତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, କୋଷାଧ୍ୟକ୍ଷ ବିଭୁପାଦ ଜେନା,ସହ ସମ୍ପାଦକ ସରୋଜ ଶତପଥୀ, ବରିଷ୍ଠ ସଦସ୍ୟ ସୁଶାନ୍ତ କୁମାର ବେହରା, ଚନ୍ଦନ କୁମାର ସାହୁ, ସନ୍ତୋଷ କୁମାର ବିଷୋୟୀ,ମାଧବ ଆପଟ, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଶିବରାମ ଚୌଧୁରୀ, ତୋଫାନ କୁମାର ସାହୁ,ପଞ୍ଚାନନ ସାହୁ,ସଦାଶିବ ପାଣିଗ୍ରାହୀ, ନାରାୟଣ ପଣ୍ଡା,ସଚିନ୍ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ଶୋକ ବ୍ୟକ୍ତ କରିଥିଲେ ।
The post ବ୍ଳକ ଅଧକ୍ଷଙ୍କ ବିୟୋଗରେ ବେଲଗୁଣ୍ଠା ପ୍ରେସ କ୍ଲବ ର ଶୋକ appeared first on Odisha.News.