ଉଲବାରରେ ଶ୍ରୀଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ସମ୍ବଲପୁର:ବରଗଡ଼ ଜିଲ୍ଲା ଅନ୍ତର୍ଗତ ଉଲବାର ଗ୍ରାମରେ ନବ ନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଏକ ଭବ୍ୟ ସମାରୋହରେ ପ୍ରତିଷ୍ଠା ହୋଇଯାଇଅଛି। ଗତ ୦୬.୦୩.୨୦୨୫ ଗୁରୁବାର ଦିନ ଅଙ୍କୁରାରୋପଣ ହୋଇ ପରବର୍ତ୍ତୀ ଦିନ କଳସ ଯାତ୍ରା, ବିଗ୍ରହ ସ୍ଥାପନ, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀ ହୋମ ତଥା ୧୦ ତାରିଖ ସୋମବାର ଦିନ ଦେବତାଙ୍କ ପ୍ରବେଶ ଓ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେଉଥିଲା। ଏହା ବ୍ୟତୀତ ପ୍ରତ୍ୟେକ ଦିନ ଅନ୍ନପ୍ରସାଦ ସେବନ, ପ୍ରବଚନ, ପାରାୟଣ ଓ […] The post ଉଲବାରରେ ଶ୍ରୀଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ appeared first on Odisha.News.

ଉଲବାରରେ ଶ୍ରୀଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ସମ୍ବଲପୁର:ବରଗଡ଼ ଜିଲ୍ଲା ଅନ୍ତର୍ଗତ ଉଲବାର ଗ୍ରାମରେ ନବ ନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଏକ ଭବ୍ୟ ସମାରୋହରେ ପ୍ରତିଷ୍ଠା ହୋଇଯାଇଅଛି।
ଗତ ୦୬.୦୩.୨୦୨୫ ଗୁରୁବାର ଦିନ ଅଙ୍କୁରାରୋପଣ ହୋଇ ପରବର୍ତ୍ତୀ ଦିନ କଳସ ଯାତ୍ରା, ବିଗ୍ରହ ସ୍ଥାପନ, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀ ହୋମ ତଥା ୧୦ ତାରିଖ ସୋମବାର ଦିନ ଦେବତାଙ୍କ ପ୍ରବେଶ ଓ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେଉଥିଲା।
ଏହା ବ୍ୟତୀତ ପ୍ରତ୍ୟେକ ଦିନ ଅନ୍ନପ୍ରସାଦ ସେବନ, ପ୍ରବଚନ, ପାରାୟଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ରୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇ ସୁଚାରୁରୂପେ ଉଦଯାପିତ ହୋଇଯାଇଅଛି।
ଏଥିରେ କର୍ତ୍ତା ଭାବେ ଲଳିତ ବେହେରା – ସୁଚିତ୍ରା ବେହେରା,କଳା କହ୍ନେଇ ସାହୁ – ବିନୀ ସାହୁ, ସଂଜୀବ ସାହୁ -କଲ୍ପନା ସାହୁ ପ୍ରତ୍ୟେକ ଦିନ କର୍ତ୍ତା ଓ କର୍ତ୍ରୀ ଭାବେ ପୂଜା କାର୍ଯ୍ୟ ତୂଲାଇଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଉଲବାର ଗ୍ରାମର ପୂଜା କମିଟି ପକ୍ଷରୁ ସର୍ବଶ୍ରୀ ରୋହିତ ସାହୁ,ଅଭି ପ୍ରଧାନ, ଜ୍ଞାନ ବିଶ୍ୱାଳ, ଶାନ୍ତି ମାଝୀ, ରାଜେନ୍ଦ୍ର ଭୋଇ, ରାଧାକାନ୍ତ ସେଠ,କୈ!ସିକ ସାହୁ, ସାନନ୍ଦ ସାହୁ, ଜମିଦାର ସାହୁ, ସୁରେନ୍ଦ୍ର ମୋହନ ପଣ୍ଡା, ଶଶିଭୂଷଣ ସାହୁ, ଅଧିକାରୀ ସାହୁ, ପ୍ରମୋଦ ସାହୁ,ଗୋବିନ୍ଦ ସାହୁ ଓ ଉଲବାର ଗ୍ରାମବାସୀ ବୃନ୍ଦ ପରିଚାଳନା କରିଥିଲେ।

The post ଉଲବାରରେ ଶ୍ରୀଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ appeared first on Odisha.News.