IGI ଏୟାରପୋର୍ଟରେ ଟର୍ମିନାଲ ଛାତ ଭୁଶିଡ଼ିବା ଘଟଣା, ଯାଞ୍ଚ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଦିଲ୍ଲୀ ଏୟାରପୋର୍ଟର ଟର୍ମିନାଲ-୧ ଛାତ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଆହତ ହୋଇଛନ୍ତି। ହେଲେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ, ପ୍ରବଳ ବର୍ଷା କାରଣରୁ ଛାତ ଭୁଶୁଡ଼ି ପଡ଼ିଥିବା କୁହାଯାଇଛି। ତେବେ ଏହାରି ମଧ୍ୟରେ ଦୁର୍ଘଟଣାର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଖୁବ୍‌ଶୀଘ୍ର ରିପୋର୍ଟ ହସ୍ତାନ୍ତର କରିବ। ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟକୁ ପରିଚାଳନା କରୁଥିବା କମ୍ପାନି ଦିଲ୍ଲୀ ଅନ୍ତର୍ଜାତୀୟ ଏୟାରପୋର୍ଟ ଲିମିଟେଡ (DIAL) କହିଛି, ରାତିସାରା ପ୍ରବଳ ବର୍ଷା ଏବଂ ପବନ କାରଣରୁ ଟର୍ମିନାଲ ୧ର ପୁରୁଣା ଡିପାର୍ଚର ଛାତ ସକାଳ ୫ଟାରେ ଆଂଶିକ ଭାବରେ ଭୁଶୁଡ଼ିପଡ଼ିଥିଲା। ସେପେଟେ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ୩-୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ନେଇ ଘୋଷଣା ହୋଇଛି। ଟର୍ମିନାଲ-୧ରୁ ବିମାନ ପରିଚାଳନା ଅନିର୍ଦ୍ଧିଷ୍ଟ ସମୟ ପାଇଁ ବନ୍ଦ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀ ସଫଦରଗଞ୍ଜରେ ଗତ ୨୪ ଘଣ୍ଟାରେ ୨୨୮.୧ ମିମି ବର୍ଷା ରେକର୍ଡ ହୋିଛି। ୧୯୩୬ ପରେ ଜୁନ୍‌ରେ ଦିଲ୍ଲୀରେ ଏହା ସବୁଠୁ ଅଧିକ ୨୪ ଘଣ୍ଟାର ବର୍ଷା ହୋଇଛି।

IGI ଏୟାରପୋର୍ଟରେ ଟର୍ମିନାଲ ଛାତ ଭୁଶିଡ଼ିବା ଘଟଣା, ଯାଞ୍ଚ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଦିଲ୍ଲୀ ଏୟାରପୋର୍ଟର ଟର୍ମିନାଲ-୧ ଛାତ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଆହତ ହୋଇଛନ୍ତି। ହେଲେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ, ପ୍ରବଳ ବର୍ଷା କାରଣରୁ ଛାତ ଭୁଶୁଡ଼ି ପଡ଼ିଥିବା କୁହାଯାଇଛି। 

ତେବେ ଏହାରି ମଧ୍ୟରେ ଦୁର୍ଘଟଣାର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଖୁବ୍‌ଶୀଘ୍ର ରିପୋର୍ଟ ହସ୍ତାନ୍ତର କରିବ। ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟକୁ ପରିଚାଳନା କରୁଥିବା କମ୍ପାନି ଦିଲ୍ଲୀ ଅନ୍ତର୍ଜାତୀୟ ଏୟାରପୋର୍ଟ ଲିମିଟେଡ (DIAL) କହିଛି, ରାତିସାରା ପ୍ରବଳ ବର୍ଷା ଏବଂ ପବନ କାରଣରୁ ଟର୍ମିନାଲ ୧ର ପୁରୁଣା ଡିପାର୍ଚର ଛାତ ସକାଳ ୫ଟାରେ ଆଂଶିକ ଭାବରେ ଭୁଶୁଡ଼ିପଡ଼ିଥିଲା। 

ସେପେଟେ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ୩-୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ନେଇ ଘୋଷଣା ହୋଇଛି। ଟର୍ମିନାଲ-୧ରୁ ବିମାନ ପରିଚାଳନା ଅନିର୍ଦ୍ଧିଷ୍ଟ ସମୟ ପାଇଁ ବନ୍ଦ ରଖାଯାଇଛି। 

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀ ସଫଦରଗଞ୍ଜରେ ଗତ ୨୪ ଘଣ୍ଟାରେ ୨୨୮.୧ ମିମି ବର୍ଷା ରେକର୍ଡ ହୋିଛି। ୧୯୩୬ ପରେ ଜୁନ୍‌ରେ ଦିଲ୍ଲୀରେ ଏହା ସବୁଠୁ ଅଧିକ ୨୪ ଘଣ୍ଟାର ବର୍ଷା ହୋଇଛି।