ବ୍ୟବସାୟୀ ଓ ଚାଷୀଙ୍କ ବିଜୟ: ୧୧ ମାସ ପରେ ପୁରୁଣା ସ୍ଥାନକୁ ଫେରିଲା ବିରଜା ହାଟ

କନକ ବ୍ୟୁରୋ: ଖୋଲିଲା ବିରଜା ଆଗ୍ନେଶ୍ୱର ହାଟ। ଜିଲ୍ଲା ପ୍ରଶାସନର ନିଷ୍ପତି କ୍ରମେ ୧୧ ମାସ ତଳେ ସ୍ଥାନାନ୍ତର ହୋଇଥିଲା ହାଟ। ବିରଜା ଆଗ୍ନେଶ୍ଵର ହାଟ ସ୍ଥାନାନ୍ତରକୁ ବାରମ୍ବାର ବିରୋଧ କରୁଥିଲେ ଚାଷୀ ଓ ବ୍ୟବସାୟୀ। ଅନେକ ଦାବି, ରାଲି ଓ ଧାରଣା ପରେ ପୁରୁଣା ହାଟକୁ ଫେରିଛନ୍ତି ବ୍ୟବସାୟୀ। ବ୍ୟବସାୟୀ କହିଛନ୍ତି ଦୀର୍ଘ ଏ ହାଟ ମାଆ ବିରଜାଙ୍କ ଆଶୀର୍ବାଦରେ ଚାଲେ ।  ୨୦୨୪, ଜାନୁଆରୀ ୨୪ସ୍ଥାନାନ୍ତର ହୋଇଥିଲା ଆଗ୍ନେଶ୍ୱର ହାଟ ବଳପୂର୍ବକ ବିରଜା ଆଗ୍ନେଶ୍ୱର ହାଟକୁ ୨ କିଲୋମିଟର ଦୂର ସନ୍ଥମଧବ ନିକଟକୁ ସ୍ଥାନନ୍ତର କରିଥିଲା ଜିଲ୍ଲା ପ୍ରଶାସନ। ଚାଷୀ ଆଉ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ସେଠାକୁ ନିଆଯାଇଥିଲା। ହେଲେ କେହି ହାଟ ସ୍ଥାନାନ୍ତରକୁ ଗ୍ରହଣ କରିନଥିଲେ। ଆରମ୍ଭ ହୋଇଥିଲା ସଂଘର୍ଷ। ଚାଲିଲା ରାଲି ଆଉ ଧାରଣା। ତଥାପି ଶୁଣିନଥିଲେ ପୂର୍ବ ସରକାର। ସରକାର ବଦଳିବା ପରେ ଚାଷୀଙ୍କ ମନରେ ଆଶା ସଂଚାର ହୋଇଥିଲା। ଆଜି ସେ ଆଶା ପୁରୁଣ ହୋଇଛି। ବିରଜା ହାଟକୁ ଚାଷୀ ଫେରିଛନ୍ତି। ରବିବାର ସକାଳୁ ଶହଶହ ପରିବା ଚାଷୀ ଆଉ ବ୍ୟବସାୟୀ ବିରଜା ହାଟରେ ଭିଡ଼ ଲଗାଇଛନ୍ତି। ଆଉ କହିଛନ୍ତି, ଏ ହାଟ ମାଆ ବିରଜାଙ୍କ ଆଶୀର୍ବାଦରୁ ଚାଲିଛି। ଏଠିକୁ ଯିଏ ଆସେ କେବେ ଖାଲି ହାତରେ କେହି ଫେରିନାହିଁ। ହାଟ ଫେରିଲା, ଦୀର୍ଘ ଦିନର ସଂଘର୍ଷର ଅନ୍ତ ଘଟିଲା ବୋଲି କହିଛନ୍ତି ବ୍ୟବସୟୀ। ହାଟରେ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟନ ଫୋର୍ସ ମୁତୟନ କରାଯାଇଛି। ଆ

ବ୍ୟବସାୟୀ ଓ ଚାଷୀଙ୍କ ବିଜୟ: ୧୧ ମାସ ପରେ ପୁରୁଣା ସ୍ଥାନକୁ ଫେରିଲା ବିରଜା ହାଟ

କନକ ବ୍ୟୁରୋ: ଖୋଲିଲା ବିରଜା ଆଗ୍ନେଶ୍ୱର ହାଟ। ଜିଲ୍ଲା ପ୍ରଶାସନର ନିଷ୍ପତି କ୍ରମେ ୧୧ ମାସ ତଳେ ସ୍ଥାନାନ୍ତର ହୋଇଥିଲା ହାଟ। ବିରଜା ଆଗ୍ନେଶ୍ଵର ହାଟ ସ୍ଥାନାନ୍ତରକୁ ବାରମ୍ବାର ବିରୋଧ କରୁଥିଲେ ଚାଷୀ ଓ ବ୍ୟବସାୟୀ। ଅନେକ ଦାବି, ରାଲି ଓ ଧାରଣା ପରେ ପୁରୁଣା ହାଟକୁ ଫେରିଛନ୍ତି ବ୍ୟବସାୟୀ। ବ୍ୟବସାୟୀ କହିଛନ୍ତି ଦୀର୍ଘ ଏ ହାଟ ମାଆ ବିରଜାଙ୍କ ଆଶୀର୍ବାଦରେ ଚାଲେ । 

୨୦୨୪, ଜାନୁଆରୀ ୨୪
ସ୍ଥାନାନ୍ତର ହୋଇଥିଲା ଆଗ୍ନେଶ୍ୱର ହାଟ

ବଳପୂର୍ବକ ବିରଜା ଆଗ୍ନେଶ୍ୱର ହାଟକୁ ୨ କିଲୋମିଟର ଦୂର ସନ୍ଥମଧବ ନିକଟକୁ ସ୍ଥାନନ୍ତର କରିଥିଲା ଜିଲ୍ଲା ପ୍ରଶାସନ। ଚାଷୀ ଆଉ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ସେଠାକୁ ନିଆଯାଇଥିଲା। ହେଲେ କେହି ହାଟ ସ୍ଥାନାନ୍ତରକୁ ଗ୍ରହଣ କରିନଥିଲେ। ଆରମ୍ଭ ହୋଇଥିଲା ସଂଘର୍ଷ। ଚାଲିଲା ରାଲି ଆଉ ଧାରଣା। ତଥାପି ଶୁଣିନଥିଲେ ପୂର୍ବ ସରକାର। ସରକାର ବଦଳିବା ପରେ ଚାଷୀଙ୍କ ମନରେ ଆଶା ସଂଚାର ହୋଇଥିଲା। ଆଜି ସେ ଆଶା ପୁରୁଣ ହୋଇଛି। ବିରଜା ହାଟକୁ ଚାଷୀ ଫେରିଛନ୍ତି।

ରବିବାର ସକାଳୁ ଶହଶହ ପରିବା ଚାଷୀ ଆଉ ବ୍ୟବସାୟୀ ବିରଜା ହାଟରେ ଭିଡ଼ ଲଗାଇଛନ୍ତି। ଆଉ କହିଛନ୍ତି, ଏ ହାଟ ମାଆ ବିରଜାଙ୍କ ଆଶୀର୍ବାଦରୁ ଚାଲିଛି। ଏଠିକୁ ଯିଏ ଆସେ କେବେ ଖାଲି ହାତରେ କେହି ଫେରିନାହିଁ। ହାଟ ଫେରିଲା, ଦୀର୍ଘ ଦିନର ସଂଘର୍ଷର ଅନ୍ତ ଘଟିଲା ବୋଲି କହିଛନ୍ତି ବ୍ୟବସୟୀ। ହାଟରେ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟନ ଫୋର୍ସ ମୁତୟନ କରାଯାଇଛି। ଆରଏମସି ସମ୍ପାଦକ କହିଛନ୍ତି ସମସ୍ତ ବ୍ୟବସ୍ଥା ଖୁବଶୀଘ୍ର ଯୋଗାଇ ଦିଆଯିବ। ମାଆ ବିରଜାଙ୍କ ମନ୍ଦିର ନିକଟକୁ ବିରଜା ହାଟ ଫେରିବା ପରେ ସମସ୍ତେ ଉତ୍ସାହିତ ହୋଇଛନ୍ତି ଓ ଭଲ ବ୍ୟବସାୟର ଆଶା ରଖିଛନ୍ତି ।