ବ୍ୟବସାୟୀଙ୍କଠାରୁ ଝାମ୍ପିନେଲେ ୧କେଜି ସୁନା ଓ ୫କେଜି ରୁପା

ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି ଓ ଘଟଣାର ତଦନ୍ତ କରୁଛି। 

ବ୍ୟବସାୟୀଙ୍କଠାରୁ ଝାମ୍ପିନେଲେ ୧କେଜି ସୁନା ଓ ୫କେଜି ରୁପା

ବାଇକ୍‌ରେ ଆସିଲେ ୨ ଦୁର୍ବୃତ୍ତ।  ବ୍ୟବସାୟୀଙ୍କ ଠାରୁ ୧କେଜି ସୁନା ଓ ୫କେଜି ରୁପା ନେଇ ଝାମ୍ପି ନେଇ ଚମ୍ପଟ ମାରିଲେ। ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲାରୁ। ଏନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୁନା ବ୍ୟବସାୟୀ ମୋହନ ଆଚାରି। 

ମୋହନଙ୍କର ମୋହନା ବଜାର ରାସ୍ତା ପାର୍ଶ୍ୱରେ ଏକ ସୁନା ଦୋକାନ ଅଛି। ପ୍ରତିଦିନ ଭଳି ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ମୋହନ ଦୋକାନ ବନ୍ଦ କରି ଘରକୁ ଯିବାକୁ ବାହାରୁଥିଲେ। ଏଥିପାଇଁ ଦୋକାନ ଘରେ ତାଲା ପକାଉଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ସୁନା ବ୍ୟବସାୟୀଙ୍କ ଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ।

ତାଙ୍କ ବ୍ୟାଗରେ ପ୍ରାୟ ୧ କିଲୋ ସୁନା ଓ ୫ କିଲୋ ରୁପା ଥିବା ମୋହନ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି  ଓ ଘଟଣାର ତଦନ୍ତ କରୁଛି।