ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି
ଭୁବନେଶ୍ୱର : ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟସରକାର । ଏନେଇ ପ୍ରତି ଜିଲ୍ଲାଗୁଡ଼ିକୁ ନିର୍ଦେଶନାମା ଜାରି କରାଯାଇଛି । ବିମାନ ବନ୍ଦର ସହ ବିମାନ କର୍ତ୍ତୃପକ୍ଷଙ୍କୁ ଗାଇଡଲାଇନ ଜାରି କରାଯାଇଥିବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ଭାରତରେ ମଙ୍କିପକ୍ସ ସଂଖ୍ୟା କମ ଅଛନ୍ତି । ଇଣ୍ଟରନ୍ୟାଶନାଲ ଯାତ୍ରା କରୁଥିଲେ ସେଲ୍ଫ ଡିକ୍ଳାରେସନ ଫର୍ମ ଦେବାକୁ ହେବ । ବିଦେଶ ଭ୍ରମଣ କରୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଛି […]

ଭୁବନେଶ୍ୱର : ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟସରକାର । ଏନେଇ ପ୍ରତି ଜିଲ୍ଲାଗୁଡ଼ିକୁ ନିର୍ଦେଶନାମା ଜାରି କରାଯାଇଛି । ବିମାନ ବନ୍ଦର ସହ ବିମାନ କର୍ତ୍ତୃପକ୍ଷଙ୍କୁ ଗାଇଡଲାଇନ ଜାରି କରାଯାଇଥିବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।
ଭାରତରେ ମଙ୍କିପକ୍ସ ସଂଖ୍ୟା କମ ଅଛନ୍ତି । ଇଣ୍ଟରନ୍ୟାଶନାଲ ଯାତ୍ରା କରୁଥିଲେ ସେଲ୍ଫ ଡିକ୍ଳାରେସନ ଫର୍ମ ଦେବାକୁ ହେବ । ବିଦେଶ ଭ୍ରମଣ କରୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଛି । ଯେଉଁମାନେ ଇଣ୍ଟର ନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କ ନମୁନା ପରୀକ୍ଷା ସହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ହୋଇଛି । ସମସ୍ତ ନମୁନା ଏମ୍ସ ଲାବୋରେଟୋରୀକୁ ପଠାଯିବ । ଲକ୍ଷଣ ଦେଖାଗଲେ ୨୧ ଦିନ ପାଇଁ ଆଇସୋଲେସନରେ ରଖାଯିବ । ରିପୋର୍ଟ ନେଗେଟିଭ୍ ଆସିଲେ ଛାଡ଼ି ଦିଆଯିବ ।
ସୂଚନାନୁସାରେ,ଆଫ୍ରିକାରେ କାୟା ବିସ୍ତାର କରିଥିବା ମଙ୍କିପକ୍ସ ଏବେ ୧୧୬ଟି ଦେଶରେ ବ୍ୟାପିଲାଣି । ୯୯ ହଜାର ଲୋକେ ଏଥିରେ ସଂକ୍ରମିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିଭଳି ମଙ୍କିପକ୍ସକୁ ବିଶ୍ୱ ମହାମାରୀ ଘୋଷଣା କରିଛି WHO ।