ମେସିନ୍ ପ୍ରେମରେ ଯୁବକ, ରୋବୋର୍ଟକୁ ବିବାହ କରିବେ ରାଜସ୍ଥାନ ଇଞ୍ଜିନିୟର
ନୂଆଦିଲ୍ଲୀ ୦୩।୦୫: ନିକଟରେ ମୁକ୍ତିପ୍ରାପ୍ତ ହିନ୍ଦୀ ଚଳଚ୍ଚିତ୍ର ‘ତେରୀ ବାତୋଁ ମେଁ ଐସା ଉଲ୍ଝା ଜିୟା’କୁ ଦର୍ଶକୀୟ ଆଦୃତି ମିଳିଥିଲା । ଫିଲ୍ମଟି ରୋବୋର୍ଟ ଓ ମଣିଷର ସମ୍ପର୍କ ଉପରେ ପର୍ଯ୍ୟବସିତ ଥିଲା । ଏଥିରେ ରୋବୋଟିକ୍ ଇଞ୍ଜିନିୟର ଭୂମିକା ନିର୍ବାହ କରିଥିବା ଅଭିନେତା ଶାହିଦ କପୁର ରୋବୋର୍ଟ ଭୂମିକା ନିର୍ବାହ କରିଥିବା କ୍ରିତି ସାନନ୍ଙ୍କ ପ୍ରେମରେ ପଡ଼ିଥିଲେ । ରୋବୋଟ୍କୁ ବିବାହ କରିବାକୁ ମଧ୍ୟ ସେ ନିଷ୍ପତ୍ତି ନେଇଥିଲେ । ଏହି ଫିଲ୍ମର କାହାଣୀ ଏବେ ବାସ୍ତବ ଜୀବନରେ ଦେଖିବାକୁ ମିଳିଛି ।ରାଜସ୍ଥାନର ସୀକର ଜିଲ୍ଲା ବାସିନ୍ଦା ଜଣେ ସଫ୍ଟୱେର ଇଞ୍ଜିନିୟର ରୋବୋର୍ଟକୁ ବିବାହ କରିବାକୁ ଯାଉଛନ୍ତି । ଗତ ମାର୍ଚ୍ଚ ୨୨ ତାରିଖରେ ରୋବୋର୍ଟ ସହ ତାଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଯୁବକଙ୍କ ନାଁ ସୂର୍ଯ୍ୟ ପ୍ରକାଶ ସାମୋତା । ମଧ୍ୟବିତ୍ତ ପରିବାରରୁ ଆସିଥିବା ସୂର୍ଯ୍ୟ ପ୍ରକାଶଙ୍କ ମା’ବାପା ସ୍ଥାନୀୟ ଶ୍ରୀମାଧୋପୁରରେ ଚାଷ କରନ୍ତି । ସେହିଠାରେ ସୂର୍ଯ୍ୟ ପ୍ରକାଶ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ । ଏକ ଗଣମାଧ୍ୟମ ସହ ଆଲୋଚନା ସମୟରେ ଖୁବ୍ଶୀଘ୍ର ଧୂମ୍ଧାମରେ ରୋବୋର୍ଟକୁ ବିବାହ କରିବେ ବୋଲି ସେ କହିଛନ୍ତି । ଜାଟ ସମାଜର ଏକ ବିବାହ ସମ୍ମିଳନୀରେ ତାଙ୍କର ବିବାହ ହେବ । ତେବେ ବିବାହ ତାରିଖ ଅଦ୍ୟାବଧି ସ୍ଥିର ହୋଇନାହିଁ । ରୋବୋର୍ଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଗଲେ, ଆସନ୍ତା ବର୍ଷ ସେ ବିବାହ କରିବ
ନୂଆଦିଲ୍ଲୀ ୦୩।୦୫: ନିକଟରେ ମୁକ୍ତିପ୍ରାପ୍ତ ହିନ୍ଦୀ ଚଳଚ୍ଚିତ୍ର ‘ତେରୀ ବାତୋଁ ମେଁ ଐସା ଉଲ୍ଝା ଜିୟା’କୁ ଦର୍ଶକୀୟ ଆଦୃତି ମିଳିଥିଲା । ଫିଲ୍ମଟି ରୋବୋର୍ଟ ଓ ମଣିଷର ସମ୍ପର୍କ ଉପରେ ପର୍ଯ୍ୟବସିତ ଥିଲା । ଏଥିରେ ରୋବୋଟିକ୍ ଇଞ୍ଜିନିୟର ଭୂମିକା ନିର୍ବାହ କରିଥିବା ଅଭିନେତା ଶାହିଦ କପୁର ରୋବୋର୍ଟ ଭୂମିକା ନିର୍ବାହ କରିଥିବା କ୍ରିତି ସାନନ୍ଙ୍କ ପ୍ରେମରେ ପଡ଼ିଥିଲେ । ରୋବୋଟ୍କୁ ବିବାହ କରିବାକୁ ମଧ୍ୟ ସେ ନିଷ୍ପତ୍ତି ନେଇଥିଲେ । ଏହି ଫିଲ୍ମର କାହାଣୀ ଏବେ ବାସ୍ତବ ଜୀବନରେ ଦେଖିବାକୁ ମିଳିଛି ।
ରାଜସ୍ଥାନର ସୀକର ଜିଲ୍ଲା ବାସିନ୍ଦା ଜଣେ ସଫ୍ଟୱେର ଇଞ୍ଜିନିୟର ରୋବୋର୍ଟକୁ ବିବାହ କରିବାକୁ ଯାଉଛନ୍ତି । ଗତ ମାର୍ଚ୍ଚ ୨୨ ତାରିଖରେ ରୋବୋର୍ଟ ସହ ତାଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଯୁବକଙ୍କ ନାଁ ସୂର୍ଯ୍ୟ ପ୍ରକାଶ ସାମୋତା । ମଧ୍ୟବିତ୍ତ ପରିବାରରୁ ଆସିଥିବା ସୂର୍ଯ୍ୟ ପ୍ରକାଶଙ୍କ ମା’ବାପା ସ୍ଥାନୀୟ ଶ୍ରୀମାଧୋପୁରରେ ଚାଷ କରନ୍ତି । ସେହିଠାରେ ସୂର୍ଯ୍ୟ ପ୍ରକାଶ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ । ଏକ ଗଣମାଧ୍ୟମ ସହ ଆଲୋଚନା ସମୟରେ ଖୁବ୍ଶୀଘ୍ର ଧୂମ୍ଧାମରେ ରୋବୋର୍ଟକୁ ବିବାହ କରିବେ ବୋଲି ସେ କହିଛନ୍ତି । ଜାଟ ସମାଜର ଏକ ବିବାହ ସମ୍ମିଳନୀରେ ତାଙ୍କର ବିବାହ ହେବ । ତେବେ ବିବାହ ତାରିଖ ଅଦ୍ୟାବଧି ସ୍ଥିର ହୋଇନାହିଁ । ରୋବୋର୍ଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଗଲେ, ଆସନ୍ତା ବର୍ଷ ସେ ବିବାହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ନିଆରା ବିବାହରେ ପରିବାର ସଦସ୍ୟ ବି ଯୋଗ ଦେବେ । ତେବେ ସୂର୍ଯ୍ୟ ପ୍ରକାଶଙ୍କ ମା’ବାପା ଏହି ବିବାହକୁ ନେଇ ଖାସ୍ ଖୁସି ନାହାନ୍ତି । କିନ୍ତୁ ଟେକ୍ନୋଲୋଜି ପ୍ରତି ପୁଅର ଭଲପାଇବାକୁ ଦେଖି ସେମାନେ ବିବାହକୁ ମଞ୍ଜୁରି ଦେଇଛନ୍ତି ।
ସୂର୍ଯ୍ୟ ପ୍ରକାଶ ନିଜ ରୋବୋଟ୍ ପତ୍ନୀର ନାଁ ରଖିଛନ୍ତି ‘ଏନ୍ଏମ୍ଏସ୍ ୫.୦ ରୋବୋର୍ଟ ଗିଗା’ । ଗିଗାର ନିର୍ମାଣରେ ଏବେ ସୁଦ୍ଧା ତାଙ୍କର ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି । ତାମିଲନାଡୁ ଓ ନୋଏଡାର କମ୍ପାନି ମିଳିତ ଭାବେ ଗିଗା ରୋବୋର୍ଟକୁ ନିର୍ମାଣ କରୁଛନ୍ତି । ଏଥିରେ ସଫ୍ଟୱେର ସମ୍ବନ୍ଧୀୟ କାମ ସୂର୍ଯ୍ୟ ପ୍ରକାଶ ନିଜେ ଦେଖୁଛନ୍ତି । ସେ କହିଛନ୍ତି, ଗିଗା ଥରେ ଚାର୍ଜ ହେଲେ ୮ ଘଣ୍ଟା ପର୍ଯ୍ୟନ୍ତ କାମ କରିବ । ତା’ପରେ ଏହାକୁ ଅଢ଼େଇ ଘଣ୍ଟା ଚାର୍ଜ କରିବାକୁ ପଡ଼ିବ । ଗିଗାଠାରେ ଘରର ନୂଆ ବୋହୂର କାମ ସବୁ ପ୍ରୋଗ୍ରାମ୍ କରାଯିବ । ଏବେ ସେ ଅତିଥିଙ୍କୁ ହାଏ, ହେଲୋ କହୁଛି । ସୌଜନ୍ୟତା ଦୃଷ୍ଟିରୁ ପାଣି ପାଇଁ ପଚାରୁଛି । କିଛି ପ୍ରଶ୍ନର ମଧ୍ୟ ଉତ୍ତର ଦେଉଛି । ଏବେ ସେ ସବୁ ନିର୍ଦ୍ଦେଶକୁ ଇଂରାଜୀ ଭାଷାରେ ଗ୍ରହଣ କରୁଛି । ଆବଶ୍ୟକ ହେଲେ ହିନ୍ଦୀ ପ୍ରୋଗ୍ରାମିଂ ମଧ୍ୟ ଏଥିରେ ଫିଡ୍ କରାଯିବ ।
ରୋବୋର୍ଟକୁ ବିବାହ କରିବାର କାରଣ ବିଷୟରେ ସୂର୍ଯ୍ୟ ପ୍ରକାଶ କହିଛନ୍ତି, ମଣିଷ ଟେକ୍ନୋଫ୍ରେଣ୍ଡ୍ଲି ହୋଇଛି । ମୋବାଇଲ, ଲ୍ୟାପ୍ଟପ, କମ୍ପ୍ୟୁଟରରେ ସେ ସାରା ଦିନ ବିତାଉଛି । ଏହି ସ୍ଥିତିରେ ବୋବୋଟ୍ ସହ ମଣିଷ ଯୋଡ଼ିହେବା ଉଚିତ୍ । ଦୈନନ୍ଦିନ ଜୀବନରେ ଏହା ମଣିଷକୁ ବହୁତ ସାହାଯ୍ୟ କରିବ । ମଣିଷ ପାଇଁ ରୋବୋର୍ଟକୁ ଟେକ୍ନୋଫ୍ରେଣ୍ଡ୍ଲି କରିବାକୁ ଏହି ନିଆରା ବିବାହ କରିବାକୁ ଯାଉଥିବା ସୂର୍ଯ୍ୟ ପ୍ରକାଶ କହିଛନ୍ତି ।