ବ୍ୟସ୍ତତା ଭିତରେ ବି କମାନ୍ତୁ ଓଜନ

ଓଜନ ବଢାଇବା ଯେତେକି ସହଜ ଏହାକୁ କମାଇବା ବା ନିୟନ୍ତ୍ରଣରେ ରଖିବା ଖୁବ କଷ୍ଟ ହୋଇଥାଏ । ଏଥିରେ ବାଧା ଦେଇଥାଏ ଆମର ବ୍ୟସ୍ତବହୁଳ ଜୀବନଶୈଳୀ । ତେବେ କିଛି ଟ୍ରିକ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଆପଣ ବ୍ୟସ୍ତ ଭିତରେ ବି ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ । ଟାଇମିଂ ଉପରେ ଧ୍ୟାନ ଦିଅନ୍ତୁ- ଯଦି ବ୍ୟସ୍ତତା ଭିତରେ ଖାଇବାର ସମୟ ଠିକ୍‌ ରହୁନି, ତେବେ ପ୍ରତି ୪ ଘଣ୍ଟା ବ୍ୟବଧାନରେ ଥରେ ଖାଇବାର ନିୟମ […]

ବ୍ୟସ୍ତତା ଭିତରେ ବି କମାନ୍ତୁ ଓଜନ
ବ୍ୟସ୍ତତା ଭିତରେ ବି କମାନ୍ତୁ ଓଜନ

ଓଜନ ବଢାଇବା ଯେତେକି ସହଜ ଏହାକୁ କମାଇବା ବା ନିୟନ୍ତ୍ରଣରେ ରଖିବା ଖୁବ କଷ୍ଟ ହୋଇଥାଏ । ଏଥିରେ ବାଧା ଦେଇଥାଏ ଆମର ବ୍ୟସ୍ତବହୁଳ ଜୀବନଶୈଳୀ । ତେବେ କିଛି ଟ୍ରିକ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଆପଣ ବ୍ୟସ୍ତ ଭିତରେ ବି ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ ।

ଟାଇମିଂ ଉପରେ ଧ୍ୟାନ ଦିଅନ୍ତୁ- ଯଦି ବ୍ୟସ୍ତତା ଭିତରେ ଖାଇବାର ସମୟ ଠିକ୍‌ ରହୁନି, ତେବେ ପ୍ରତି ୪ ଘଣ୍ଟା ବ୍ୟବଧାନରେ ଥରେ ଖାଇବାର ନିୟମ ଆପଣାନ୍ତୁ । ଏହାଦ୍ୱାରା ଆମର

ମେଟାବଲିଜିମ୍‌ ଠିକ୍‌ ରହିବା ସହିତ ଏନର୍ଜି ଲେବଲ ମଧ୍ୟ କଣ୍ଟ୍ରୋଲରେ ରହିବ । ଏହି ସ୍ନାକରେ ଫଳ, ଭଜା ଚଣା, ଡ୍ରାଏଫ୍ରୁଟ୍ସ, ବିସ୍କୁଟ ଆଦି ସାମିଲ କରିପାରିବେ ।

ବାଲାନ୍ସ ମିଲ୍‌ – ଯେତେବେଳେ ଖାଉଛନ୍ତି ସୁଷମ ଓ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ଖାଦ୍ୟରେ ପନିପରିବା, ସାଲାଡ୍‌, ଖୀର,ସୁପ୍‌, ପନିର ଆଦି ସାମିଲ କରନ୍ତୁ । ଏହାଦ୍ୱାରା ଆପଣ ଯେ
କେବଳ ଓଜନ ନିୟନ୍ତ୍ରଣରେ ରଖିବେ ତାହା ନୁହେଁ, ଏଥିସହିତ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ଜଙ୍କ ଫୁଡ୍‌ରୁ ଦୂରରେ – ସବୁବେଳେ ଚେଷ୍ଟା କରନ୍ତୁ କିଭଳି ଜଙ୍କ ଫୁଡ୍‌ ଖାଇବାଠାରୁ ଦୂରରେ ରହିବେ । ଓଜନ ନିୟନ୍ତ୍ରଣରେ ଜଙ୍କଫୁଡ୍‌ର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଚି«, ପିଜ୍ଜା, ବାହାରେ ମିଳୁଥିବା ଷ୍ଟ୍ରିଟ ଫୁଡ୍‌, ଛଣାଛଣି, ଅଧିକ ତେଲ ମସଲା ଥିବା ଖାଦ୍ୟ ଖାଆନ୍ତୁ ନାହିଁ ।

ଫ୍ରେସ୍‌ ରୁହନ୍ତୁ – ସବୁବେଳେ ଖୁସି ଓ ଫ୍ରେସ୍‌ ରହିବାକୁ ଚେଷ୍ଟା କରନ୍ତୁ । ସକାଳୁ କିଛି ସମୟ ମର୍ଣ୍ଣିଂ ୱାକ କିମ୍ବା ବ୍ୟାୟାମ ପାଇଁ କାଢନ୍ତୁ । ଏହା ଦ୍ୱାରା ଶରୀର ଫିଟ୍‌ ରହିବା ସହିତ ଆପଣ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବେ ।