ବ୍ୟସ୍ତବହୁଳ ସଡ଼କରେ ଯୁବତୀଙ୍କୁ ବଳାତ୍କାର: ଭିଡିଓ ଶୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରତ୍ୟେକ୍ଷଦର୍ଶୀ
ନୂଆଦିଲ୍ଲୀ,୬।୯: ମଧ୍ୟପ୍ରଦେଶରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ବ୍ୟସ୍ତବହୁଳ ସଡ଼କରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏଭଳି ଅସାମାଜିକ ଘଟଣାର ବିରୋଧ କରିବା ପରିବର୍ତ୍ତେ ରାସ୍ତାରେ ଯାଉଥିବା ଲୋକେ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ବୁଧବାର ଅପରାହ୍ନରେ ସହରର ସବୁଠୁ ବ୍ୟସ୍ତବହୁଳ ଛକ କୋଏଲା ଫାଟକ ନିକଟରେ ଏହି ଘଟଣା ଘଟିଛି। ପରେ ଲୋକେଶ ନାମକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୋଲିସର ସୂଚନାନୁସାରେ, […] The post ବ୍ୟସ୍ତବହୁଳ ସଡ଼କରେ ଯୁବତୀଙ୍କୁ ବଳାତ୍କାର: ଭିଡିଓ ଶୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରତ୍ୟେକ୍ଷଦର୍ଶୀ appeared first on Dharitri Odia News.
ନୂଆଦିଲ୍ଲୀ,୬।୯: ମଧ୍ୟପ୍ରଦେଶରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ବ୍ୟସ୍ତବହୁଳ ସଡ଼କରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏଭଳି ଅସାମାଜିକ ଘଟଣାର ବିରୋଧ କରିବା ପରିବର୍ତ୍ତେ ରାସ୍ତାରେ ଯାଉଥିବା ଲୋକେ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ବୁଧବାର ଅପରାହ୍ନରେ ସହରର ସବୁଠୁ ବ୍ୟସ୍ତବହୁଳ ଛକ କୋଏଲା ଫାଟକ ନିକଟରେ ଏହି ଘଟଣା ଘଟିଛି। ପରେ ଲୋକେଶ ନାମକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ପୋଲିସର ସୂଚନାନୁସାରେ, ଯୁବକ ଜଣକ ଏହି ଅଞ୍ଚଳରେ ପୀଡିତାଙ୍କୁ ଭେଟିଥିଲେ। ମହିଳା ଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ସାଙ୍ଗରେ ନେଇଯାଇଥିଲେ। ଏହାପରେ ସେ ମହିଳାଙ୍କୁ ମଦ୍ୟପାନ କରାଇଥିଲେ ଏବଂ ଯେତେବେଳେ ସେ ମଦ୍ୟପାନ କରି ଅଚେତ ହୋଇଯାଇଥିଲେ, ସେତେବେଳେ ସେ ତାଙ୍କୁ ରାସ୍ତାକଡ଼କୁ ନେଇ ତାଙ୍କୁ ବଳାତ୍କାର କରିଥିଲେ।
ଜଣେ ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣାର ସୁଟିଂ କରି ଭିଡିଓ ଅନଲାଇନରେ ଶେୟାର କରିଥିବାବେଳେ ଅଭିଯୁକ୍ତ ମହିଳାଙ୍କୁ ଧମକ ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ଏହି ଭାଇରାଲ ଭିଡିଓ ପୀଡ଼ିତାଙ୍କୁ ଉଦ୍ଧାର କରିବାରେ ପୋଲିସକୁ ସାହାଯ୍ୟ କରିଥିଲା। ପରେ ମହିଳାଙ୍କର ବୟାନ ଆଧାରରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଭିଡିଓର ସମୀକ୍ଷା କରି ଲୋକେଶଙ୍କୁ ଗିରଫ କରିଥିଲା।
ତେବେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି। ବିରୋଧୀ କଂଗ୍ରେସ ଶାସକ ଭାଜପାକୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଉଛି ବୋଲି ଦାୟୀ କରିଛି।
ମଧ୍ୟପ୍ରଦେଶ କଂଗ୍ରେସ ଏହି ଘଟଣାର ଭିଡିଓ ଏହାର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛି, “ପବିତ୍ର ସହର ଉଜ୍ଜୟିନୀ ପୁଣି ଥରେ ଲଜ୍ଜିତ। କ୍ଷମତାରେ ଥିବା ଲୋକମାନେ ଲଜ୍ଜାରେ ମରିବା ଉଚିତ୍ କିମ୍ବା ଇସ୍ତଫା ଦେବା ଉଚିତ୍। ”
The post ବ୍ୟସ୍ତବହୁଳ ସଡ଼କରେ ଯୁବତୀଙ୍କୁ ବଳାତ୍କାର: ଭିଡିଓ ଶୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରତ୍ୟେକ୍ଷଦର୍ଶୀ appeared first on Dharitri Odia News.