ବ୍ୟାଙ୍କ ଲୁଟ୍ ଉଦ୍ୟମ: ସିସିଟିଭି ଫୁଟେଜକୁ ନେଇ ତଦନ୍ତ…
ହିଞ୍ଜିଳିକାଟୁ,୩୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସାହେବ କମ୍ପ୍ଲେକ୍ସରେ ଅବସ୍ଥିତ ୟୁନିଅନ୍ ବ୍ୟାଙ୍କ ଶାଖା-୨ରେ କେତେକ ଦୁବୃର୍ତ୍ତ ରବିବାର ବିଳମ୍ବିତ ରାତିରେ ମୁଖ୍ୟ ଗେଟ୍ ତାଲା ଭାଙ୍ଗି ଲୁଟ୍ ଉଦ୍ୟମ କରିଛନ୍ତି। ହେଲେ ଦୁବୃର୍ତ୍ତମାନେ ଏଥିରେ ବିଫଳ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ଗତ କିଛି ଦିନ ହେଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ସିରିଜ ଚୋରି ଘଟଣା ପରେ ଦୁବୃର୍ତ୍ତମାନେ ସାହାସ କରି ବ୍ୟାଙ୍କ ଲୁଟ୍ କରିବାକୁ ପ୍ରୟାସ କରିଥିବା ବିଭିନ୍ନ ମହଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି […] The post ବ୍ୟାଙ୍କ ଲୁଟ୍ ଉଦ୍ୟମ: ସିସିଟିଭି ଫୁଟେଜକୁ ନେଇ ତଦନ୍ତ… appeared first on Dharitri Odia News.
ହିଞ୍ଜିଳିକାଟୁ,୩୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସାହେବ କମ୍ପ୍ଲେକ୍ସରେ ଅବସ୍ଥିତ ୟୁନିଅନ୍ ବ୍ୟାଙ୍କ ଶାଖା-୨ରେ କେତେକ ଦୁବୃର୍ତ୍ତ ରବିବାର ବିଳମ୍ବିତ ରାତିରେ ମୁଖ୍ୟ ଗେଟ୍ ତାଲା ଭାଙ୍ଗି ଲୁଟ୍ ଉଦ୍ୟମ କରିଛନ୍ତି। ହେଲେ ଦୁବୃର୍ତ୍ତମାନେ ଏଥିରେ ବିଫଳ ହୋଇଥିବା ଜଣାପଡିଛି।
ଅନ୍ୟପକ୍ଷେ ଗତ କିଛି ଦିନ ହେଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ସିରିଜ ଚୋରି ଘଟଣା ପରେ ଦୁବୃର୍ତ୍ତମାନେ ସାହାସ କରି ବ୍ୟାଙ୍କ ଲୁଟ୍ କରିବାକୁ ପ୍ରୟାସ କରିଥିବା ବିଭିନ୍ନ ମହଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ବ୍ୟବସାୟୀମାନେ ଭୟଭୀତ ହୋଇପଡିଛନ୍ତି। ତେବେ ସାହେବ କମ୍ପ୍ଲେକ୍ସରେ ଲାଗିଥିବା ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନର ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଜଣକୁ ଉଠାଇ ଆଣି ଥାନାରେ ଅଧିକ ପଚରାଉଚରା କରୁଛି।
ମିଳିଥିବା ସୂଚନା ମୁତାବକ, ହିଞ୍ଜିଳିକାଟୁ ପୁରାତନ ସିନେମା ହଲ ଛକଠାରେ ସାହେବ କମ୍ପ୍ଲେକ୍ସର ପ୍ରଥମ ମହଲାରେ ୟୁନିଅନ ବ୍ୟାଙ୍କ ଶାଖା- ୨ କାର୍ଯ୍ୟ କରୁଛି। ସୋମବାର ସକାଳେ ବ୍ୟାଙ୍କ ସୁରକ୍ଷା କର୍ମୀ ବ୍ୟାଙ୍କର ମୁଖ୍ୟ ଗେଟର ଏକ ତାଲା ଭାଙ୍ଗିବା ଉଦ୍ୟମ ହୋଇଥିବା ଦେଖିବାକୁ ପାଇଥିଲେ। ଏପରିକି ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ସଂଯୋଗ କରୁଥିବା ତାରକୁ ମଧ୍ୟ ଦୁବୃର୍ତ୍ତମାନେ କାଟି ଦେଇଥିଲେ।
ଘଟଣାକୁ ନେଇ ସୁରକ୍ଷା କର୍ମୀ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇଥିଲେ। ଖବରପାଇ ହିଞ୍ଜିଳି ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ତେବେ ଉକ୍ତ କମ୍ପ୍ଲେକ୍ସରେ ଲାଗିଥିବା ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନର ସିସିଟିଭି ଫୁଟେଜରେ କିଛି ସନ୍ଦିଗ୍ଧ ଯୁବକ ରାତି ପ୍ରାୟ ୨ଟା ୧୫ ମିନିଟରେ ବ୍ୟାଙ୍କ ଉପର ମହଲାରୁ ଆସୁଥିବା ଦେଖା ଦେଇଛି। ସେମାନଙ୍କ ଗତିବିଧି ସନ୍ଦେହ ଜନକ ରହିଛି।
ପୋଲିସ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ଜଣେ ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ହେଲେ ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡିଛି।
The post ବ୍ୟାଙ୍କ ଲୁଟ୍ ଉଦ୍ୟମ: ସିସିଟିଭି ଫୁଟେଜକୁ ନେଇ ତଦନ୍ତ… appeared first on Dharitri Odia News.