ବ୍ୟାଟେରୀ ସ୍କୁଟିରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଚାଳକ
ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ ଅଘଟଣ। ହଳଦିଆପଦର ଇସ୍କନ ମନ୍ଦିର ନିକଟରେ ଏକ ବ୍ୟାଟେରୀ ଗାଡି ଯାଉଥିବାବେଳେ ହଠାତ୍ ସେଥିରେ ନିଆଁ ଲାଗିଯାଇଛି। ସ୍କୁଟିରୁ ଧୂଆଁ ବାହାରୁଥିବା ଦେଖି ଚାଳକ ଜଣକ ଦୌଡି ପଳାଇବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ମୂତାବକ କାଲି ସନ୍ତୋଷ ପାତ୍ର ନାମ ଜଣେ ବ୍ୟକ୍ତି ଏକ ବ୍ୟାଟେରୀ ସ୍କୁଟି ଯୋଗେ ବ୍ରହ୍ମପୁର ରୁ କନିଷିକୁ ଫେରୁଥିଲେ। ହଠାତ ସ୍କୁଟି ରୁ ଧୂଆଁ ବାହାରୁଥିବା […]

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ ଅଘଟଣ। ହଳଦିଆପଦର ଇସ୍କନ ମନ୍ଦିର ନିକଟରେ ଏକ ବ୍ୟାଟେରୀ ଗାଡି ଯାଉଥିବାବେଳେ ହଠାତ୍ ସେଥିରେ ନିଆଁ ଲାଗିଯାଇଛି। ସ୍କୁଟିରୁ ଧୂଆଁ ବାହାରୁଥିବା ଦେଖି ଚାଳକ ଜଣକ ଦୌଡି ପଳାଇବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ମୂତାବକ କାଲି ସନ୍ତୋଷ ପାତ୍ର ନାମ ଜଣେ ବ୍ୟକ୍ତି ଏକ ବ୍ୟାଟେରୀ ସ୍କୁଟି ଯୋଗେ ବ୍ରହ୍ମପୁର ରୁ କନିଷିକୁ ଫେରୁଥିଲେ। ହଠାତ ସ୍କୁଟି ରୁ ଧୂଆଁ ବାହାରୁଥିବା ଦେଖି ଗାଡିକୁ ଠିଆ କରି ଦୈାଡିଥିଲେ। ଘଟଣା ନେଇ କନିଷି ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।