ବ୍ୟାନ୍‌ ସତ୍ତ୍ବେ ଭାରତକୁ ପଶୁଛି ଚାଇନା ରସୁଣ, ଉତ୍ତରପ୍ରଦେଶରୁ ୧୪ ଶହ କ୍ବିଣ୍ଟାଲ ଜବତ ପରେ ଖୁଲାସା

ଉତ୍ତରପ୍ରଦେଶ ୧୨/୯: ବ୍ୟାନ ସତ୍ତ୍ବେ ଭାରତକୁ ଗଳାବାଟ ଦେଇ ପଶୁଛି ଚାଇନା ରସୁଣ । ଉତ୍ତରପ୍ରଦେଶ ମହାରାଜଗଞ୍ଜ ଅଞ୍ଚଳରୁ ୧୪ ଶହ କ୍ବିଣ୍ଟାଲ ଜବତ ପରେ ଏକଥା ଜଣାପଡିଛି । ତୁରନ୍ତ କଷ୍ଟମ ବିଭାଗ ଅଧିକାରୀ ପହଞ୍ଚି ଏହାକୁ ମାଟି ଖୋଳି ପୋତି ଦିଆଯାଇଛି । ତଥାପି ଲୋକେ ମାଟି ଖୋଳି ରସୁଣକୁ ବାହାର କରି ନେଇଯାଉଥିବା ଦେଖିବାକୁ ମିଳିଛି । ପଚାରିବାରୁ ଖାଇବାକୁ ନୁହେଁ ଜମିରେ ଖତ ଭାବରେ ବ୍ୟବହାର କରିବାକୁ କହିଥିଲେ । ଆଉ କିଛି ଲୋକଙ୍କ ପ୍ରତିକ୍ରିୟା ଥିଲା ଆଶ୍ଚର୍ଯ୍ୟ କଲା ପରି । ବଜାରରେ ରସୁଣ ଦର ଅଧିକ ଥିବାରୁ ନେବାକୁ ବାଧ୍ୟ ହେଉଥିବା କହିଛନ୍ତି । ଏହି ରସୁଣ ପ୍ରାକୃତିକ ଉପାୟରେ ନୁହେଁ କୁତ୍ରିମ ଉପାୟରେ ଅମଳ କରାଯାଉଛି । ଯାହା ଶରୀର ପାଇଁ କ୍ଷତିକାରକ । ଏଥିରେ ସାଂଘାତିକ ଫଙ୍ଗସ ଥିବାରୁ ଭାରତର ଲାବ୍‌ ଟେଷ୍ଟରେ ଏହା ଫେଲ୍‌ ମାରିଛି । ସେଥିପାଇଁ ଦେଶରେ ଏହାକୁ ବ୍ୟାନ୍‌ କରାଯାଇଛି । ତଥାପି ରସୁଣକୁ ନେପାଳ ସୀମା ଦେଇ ଭାରତକୁ ଛଡାଯାଉଛି । ଚାଇନା ରସୁଣ ଶରୀର ଉପରେ ଖରାପ ପ୍ରଭାବ ପକାଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ପରେ ମଧ୍ୟ କାହିଁକି ରସୁଣ ଆମଦାନୀ ବନ୍ଦ ହେଉନି ତାକୁ ନେଇ ପ୍ରଶ୍ନ ଉଠିଛି । ଯେଉଁମାନେ ଗଳାବାଟ ଦେଇ ରସୁଣ ଆଣୁଛନ୍ତି ତାଙ୍କ ଉପରେ କଡା ଆକ୍ସନ ନେବାକୁ ଦାବି ହୋଇଛି । 

ବ୍ୟାନ୍‌ ସତ୍ତ୍ବେ ଭାରତକୁ ପଶୁଛି ଚାଇନା ରସୁଣ, ଉତ୍ତରପ୍ରଦେଶରୁ ୧୪ ଶହ  କ୍ବିଣ୍ଟାଲ ଜବତ ପରେ ଖୁଲାସା

ଉତ୍ତରପ୍ରଦେଶ ୧୨/୯: ବ୍ୟାନ ସତ୍ତ୍ବେ ଭାରତକୁ ଗଳାବାଟ ଦେଇ ପଶୁଛି ଚାଇନା ରସୁଣ । ଉତ୍ତରପ୍ରଦେଶ ମହାରାଜଗଞ୍ଜ ଅଞ୍ଚଳରୁ ୧୪ ଶହ କ୍ବିଣ୍ଟାଲ ଜବତ ପରେ ଏକଥା ଜଣାପଡିଛି । ତୁରନ୍ତ କଷ୍ଟମ ବିଭାଗ ଅଧିକାରୀ ପହଞ୍ଚି ଏହାକୁ ମାଟି ଖୋଳି ପୋତି ଦିଆଯାଇଛି । ତଥାପି ଲୋକେ ମାଟି ଖୋଳି ରସୁଣକୁ ବାହାର କରି ନେଇଯାଉଥିବା ଦେଖିବାକୁ ମିଳିଛି । ପଚାରିବାରୁ ଖାଇବାକୁ ନୁହେଁ ଜମିରେ ଖତ ଭାବରେ ବ୍ୟବହାର କରିବାକୁ କହିଥିଲେ । ଆଉ କିଛି ଲୋକଙ୍କ ପ୍ରତିକ୍ରିୟା ଥିଲା ଆଶ୍ଚର୍ଯ୍ୟ କଲା ପରି । ବଜାରରେ ରସୁଣ ଦର ଅଧିକ ଥିବାରୁ ନେବାକୁ ବାଧ୍ୟ ହେଉଥିବା କହିଛନ୍ତି । 

ଏହି ରସୁଣ ପ୍ରାକୃତିକ ଉପାୟରେ ନୁହେଁ କୁତ୍ରିମ ଉପାୟରେ ଅମଳ କରାଯାଉଛି । ଯାହା ଶରୀର ପାଇଁ କ୍ଷତିକାରକ । ଏଥିରେ ସାଂଘାତିକ ଫଙ୍ଗସ ଥିବାରୁ ଭାରତର ଲାବ୍‌ ଟେଷ୍ଟରେ ଏହା ଫେଲ୍‌ ମାରିଛି । ସେଥିପାଇଁ ଦେଶରେ ଏହାକୁ ବ୍ୟାନ୍‌ କରାଯାଇଛି । ତଥାପି ରସୁଣକୁ ନେପାଳ ସୀମା ଦେଇ ଭାରତକୁ ଛଡାଯାଉଛି । ଚାଇନା ରସୁଣ ଶରୀର ଉପରେ ଖରାପ ପ୍ରଭାବ ପକାଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ପରେ ମଧ୍ୟ କାହିଁକି ରସୁଣ ଆମଦାନୀ ବନ୍ଦ ହେଉନି ତାକୁ ନେଇ ପ୍ରଶ୍ନ ଉଠିଛି । ଯେଉଁମାନେ ଗଳାବାଟ ଦେଇ ରସୁଣ ଆଣୁଛନ୍ତି ତାଙ୍କ ଉପରେ କଡା ଆକ୍ସନ ନେବାକୁ ଦାବି ହୋଇଛି ।