ବ୍ୟାନ୍ ହେବ ତେହରିକ୍-ଏ-ଇନସାଫ୍; କ’ଣ ହେବ ଇମ୍ରାନ ଖାନଙ୍କ ରାଜନୈତିକ ଭବିଷ୍ୟତ ?

ଇସଲାମାବାଦ: ପାକିସ୍ତାନରୁ ହଜି ଯିବା ଇମ୍ରାନ ଖାନଙ୍କ ତେହରିକ୍-ଏ-ଇନସାଫ ପାର୍ଟି । ତୋଷାଖାନା ମାମଲାରେ ପିଟିଆଇ ମୁଖ୍ୟ ବର୍ଷେ ହେଲା ଜେଲରେ ରହିଛନ୍ତି । ଏଭଳି ସମୟରେ ଇମ୍ରାନଙ୍କ ଦଳରୁ ବ୍ୟାନ କରିବାକୁ ଯାଉଛନ୍ତି ପାକିସ୍ତାନ ସରକାର । ଏନେଇ ଶାହବାଜ ସରକାରର ଆଇଟି  ମନ୍ତ୍ରୀ ଅତାଉଲ୍ଲା ତରାର ଘୋଷଣା କରିଛନ୍ତି । ପିଟିଆଇ ଦେଶଦ୍ରୋହୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏପରିକି ସେ ଆଇଏମ୍‌ଏଫ୍‌ରୁ   ପାକିସ୍ତାନକୁ ମିଳିବାକୁ ଥିବା ଅର୍ଥକୁ ରୋକିବାକୁ ମଧ୍ୟ ଉଦ୍ୟମ କରିଥିଲେ । ଦେଶରେ ସେ ଦଙ୍ଗାକୁ ପ୍ରୋତ୍ସାହିତ କରିବା ସହ ଗୋପନୀୟ ଦସ୍ତାବିଜ୍ ତଥା ସୂଚନା ପ୍ରଘଟରେ ତାଙ୍କ ଦଳର ସମ୍ପୃକ୍ତ ରହିଛି । ତେଣୁ ପାକିସ୍ତାନ ଏବଂ ପିଟିଆଇ ଏକା ସାଙ୍ଗରେ   ଚାଲିପାରିବନି ବୋଲି ସେ କହିଛନ୍ତି । ପିଟିଆଇ ପ୍ରତିଷ୍ଠାତା ଇମ୍ରାନ୍‌ ପ୍ରାୟ ବର୍ଷେ ହେଲାଣି ଜେଲରେ ଥିବାବେଳେ ପାକ୍‌ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।ପିଟିଆଇ ବ୍ୟାନ ହେଲେ କ’ଣ ହେବ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଜନୈତିର ଭବିଷ୍ୟତ ? ଜେଲରୁ ଫେରି ସେ ପୂର୍ବ ଭଳି ରାଜନୀତିରେ ସକ୍ରିୟ ରହିବେ ତ ? ପିଟିଆଇ ଉପରେ ରୋକ୍ ଲାଗିଲେ ପୁଣି ଥରେ ସମସ୍ତ ସଦସ୍ୟଙ୍କୁ ଇମ୍ରାନ ଖାନ ଏକତ୍ରୀତ କରିପାରିବେ ତ ? ଏଭଳି କିଛି ପ୍ରଶ୍ନ ଏବେ ପାକିସ୍ତାନୀ ଲୋକଙ୍କ ମଧ୍ୟରେ ଉଙ୍କିମାରୁଛି ।.... 

ବ୍ୟାନ୍ ହେବ ତେହରିକ୍-ଏ-ଇନସାଫ୍; କ’ଣ ହେବ ଇମ୍ରାନ ଖାନଙ୍କ ରାଜନୈତିକ ଭବିଷ୍ୟତ ?

ଇସଲାମାବାଦ: ପାକିସ୍ତାନରୁ ହଜି ଯିବା ଇମ୍ରାନ ଖାନଙ୍କ ତେହରିକ୍-ଏ-ଇନସାଫ ପାର୍ଟି । ତୋଷାଖାନା ମାମଲାରେ ପିଟିଆଇ ମୁଖ୍ୟ ବର୍ଷେ ହେଲା ଜେଲରେ ରହିଛନ୍ତି । ଏଭଳି ସମୟରେ ଇମ୍ରାନଙ୍କ ଦଳରୁ ବ୍ୟାନ କରିବାକୁ ଯାଉଛନ୍ତି ପାକିସ୍ତାନ ସରକାର । ଏନେଇ ଶାହବାଜ ସରକାରର ଆଇଟି  ମନ୍ତ୍ରୀ ଅତାଉଲ୍ଲା ତରାର ଘୋଷଣା କରିଛନ୍ତି । ପିଟିଆଇ ଦେଶଦ୍ରୋହୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏପରିକି ସେ ଆଇଏମ୍‌ଏଫ୍‌ରୁ   ପାକିସ୍ତାନକୁ ମିଳିବାକୁ ଥିବା ଅର୍ଥକୁ ରୋକିବାକୁ ମଧ୍ୟ ଉଦ୍ୟମ କରିଥିଲେ । ଦେଶରେ ସେ ଦଙ୍ଗାକୁ ପ୍ରୋତ୍ସାହିତ କରିବା ସହ ଗୋପନୀୟ ଦସ୍ତାବିଜ୍ ତଥା ସୂଚନା ପ୍ରଘଟରେ ତାଙ୍କ ଦଳର ସମ୍ପୃକ୍ତ ରହିଛି । ତେଣୁ ପାକିସ୍ତାନ ଏବଂ ପିଟିଆଇ ଏକା ସାଙ୍ଗରେ   ଚାଲିପାରିବନି ବୋଲି ସେ କହିଛନ୍ତି । ପିଟିଆଇ ପ୍ରତିଷ୍ଠାତା ଇମ୍ରାନ୍‌ ପ୍ରାୟ ବର୍ଷେ ହେଲାଣି ଜେଲରେ ଥିବାବେଳେ ପାକ୍‌ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ପିଟିଆଇ ବ୍ୟାନ ହେଲେ କ’ଣ ହେବ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଜନୈତିର ଭବିଷ୍ୟତ ? ଜେଲରୁ ଫେରି ସେ ପୂର୍ବ ଭଳି ରାଜନୀତିରେ ସକ୍ରିୟ ରହିବେ ତ ? ପିଟିଆଇ ଉପରେ ରୋକ୍ ଲାଗିଲେ ପୁଣି ଥରେ ସମସ୍ତ ସଦସ୍ୟଙ୍କୁ ଇମ୍ରାନ ଖାନ ଏକତ୍ରୀତ କରିପାରିବେ ତ ? ଏଭଳି କିଛି ପ୍ରଶ୍ନ ଏବେ ପାକିସ୍ତାନୀ ଲୋକଙ୍କ ମଧ୍ୟରେ ଉଙ୍କିମାରୁଛି ।....