ବ୍ୟାପୁଛି ଝାଡା ବାନ୍ତି, ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ର ସ୍ଥିତି ଅନୁଧ୍ୟାନ
ଅସ୍ତରଙ୍ଗ,: ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି ପରିସ୍ଥିତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି।ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ମଙ୍ଗଳବାର ସୁଦ୍ଧା ୨୩ ରେ ପହଞ୍ଚିଛି।ପରିସ୍ଥିତିର ସମ୍ବେଦନଶୀଳତା ଦୃଷ୍ଟିରୁ ଆଜି ବିଜେପି ଦଳର ଏକ ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଜଗତସିଂହପୁର ସାଂସଦ ଙ୍କ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ଙ୍କ ନେତୃତ୍ୱ ରେ,ଅସ୍ତରଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ […] The post ବ୍ୟାପୁଛି ଝାଡା ବାନ୍ତି, ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ର ସ୍ଥିତି ଅନୁଧ୍ୟାନ appeared first on Odisha.News.
ଅସ୍ତରଙ୍ଗ,: ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି ପରିସ୍ଥିତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି।ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ମଙ୍ଗଳବାର ସୁଦ୍ଧା ୨୩ ରେ ପହଞ୍ଚିଛି।ପରିସ୍ଥିତିର ସମ୍ବେଦନଶୀଳତା ଦୃଷ୍ଟିରୁ ଆଜି ବିଜେପି ଦଳର ଏକ ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଜଗତସିଂହପୁର ସାଂସଦ ଙ୍କ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ଙ୍କ ନେତୃତ୍ୱ ରେ,ଅସ୍ତରଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି l ପ୍ରମୁଖ ସ୍ବାସ୍ଥ୍ୟ କେନ୍ଦ୍ରରେ ଝାଡ଼ାବାନ୍ତି ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରିବା ସହ ଏ ସମ୍ପର୍କରେ ସମୀକ୍ଷା କରିଛନ୍ତି।ଏହି ଟିମ୍ ମୁଖ୍ୟ ଚିକିତ୍ସାଧିକାରୀ ଡ. ସଞ୍ଜୟ ପ୍ରଧାନଙ୍କ ସହିତ ଆଲୋଚନା କରି ପ୍ରତିଷେଧକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି। ଗତ ୧ ତାରିଖଠାରୁ ଆଜି ପର୍ଯ୍ୟନ୍ତ ସମୁଦାୟ ୨୩ ଜଣ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ଏବଂ ସମସ୍ତେ ଖାଦ୍ୟ ବିଷ କ୍ରିୟା ଯୋଗୁଁ ଅସୁସ୍ଥ ହୋଇଥିବା ନେଇ ଡ. ପ୍ରଧାନ ଅନୁଧ୍ୟାନକାରୀ ଦଳକୁ ସୂଚନା ଦେଇଥିଲେ।ମଙ୍ଗଳବାର କୌଣସି ଝାଡ଼ାବାନ୍ତି ରୋଗୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିନଥିବା ସେ କହିଥିଲେ।ଅସ୍ତରଙ୍ଗରେ କୌଣସି ସଂକ୍ରମଣ ହୋଇନାହିଁ ବରଂ ବିବାହ ଋତୁ ଚାଲୁଥିବାରୁ ଭୋଜିର ବିଷାକ୍ତ ଖାଦ୍ୟ, ଦୂଷିତ ଜଳ ଓ ଋତୁ ପରିବର୍ତ୍ତନ ପ୍ରଭାବରେ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଜଣେ ଜଣେ ରୋଗୀ ଆକ୍ରାନ୍ତ ହୋଇଥିବା ଡ. ପ୍ରଧାନ ଅନୁଧ୍ୟାନକାରୀ ଦଳକୁ ଅବଗତ କରାଇଥିଲେ। ଗ୍ରାମାଞ୍ଚଳରେ କାମ କରୁଥିବା ଆଶା କର୍ମୀ, ଏ ଏନ୍ ଏମ କର୍ମୀ ଓ ଗୋଷ୍ଠି ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଏ ଦିଗରେ ସତର୍କ ରହି ଲୋକମାନଙ୍କୁ ସଚେତନ କରାଇବା ପାଇଁ ଅନୁଧ୍ୟାନକାରୀ ଦଳ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
The post ବ୍ୟାପୁଛି ଝାଡା ବାନ୍ତି, ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ର ସ୍ଥିତି ଅନୁଧ୍ୟାନ appeared first on Odisha.News.