ହଳଦିଆପଦର ରେ ପାର୍କିଂ ହୋଇଥିବା ଟ୍ରକ ଚୋରି।

ଗୋପାଳପୁର,୧୫/୦୯ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ରେ ପାର୍କିଂ କରାଯାଇଥିବା ଏକ ଟ୍ରକ କୁ ୧୪ ତାରିଖ ମଧ୍ୟରାତ୍ର ରେ କୈାଣସି ଦୁର୍ବୃତ୍ତ ଚୋରି କରି ନେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର ବି ଏନ ପୁର ଥାନା ଅନ୍ତର୍ଗତ ଜ୍ୟୋତିନଗର ୨ ର ଲେନ ନିବାସୀ ସୁଜିତ କୁମାର ତ୍ରିପାଠୀଙ୍କ ଏକ ଟ୍ରକ(ଓଡି ୦୭ ଜେଡ ୩୦୭୦) କୁ ୧୪ ତାରିଖ ସନ୍ଧ୍ୟା ରେ ଡ୍ରାଇଭର ପାର୍କିଂ କରି ଘରକୁ […] The post ହଳଦିଆପଦର ରେ ପାର୍କିଂ ହୋଇଥିବା ଟ୍ରକ ଚୋରି। appeared first on Odisha.News.

ହଳଦିଆପଦର ରେ ପାର୍କିଂ ହୋଇଥିବା ଟ୍ରକ ଚୋରି।

ଗୋପାଳପୁର,୧୫/୦୯
ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ରେ ପାର୍କିଂ କରାଯାଇଥିବା ଏକ ଟ୍ରକ କୁ ୧୪ ତାରିଖ ମଧ୍ୟରାତ୍ର ରେ କୈାଣସି ଦୁର୍ବୃତ୍ତ ଚୋରି କରି ନେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର ବି ଏନ ପୁର ଥାନା ଅନ୍ତର୍ଗତ ଜ୍ୟୋତିନଗର ୨ ର ଲେନ ନିବାସୀ ସୁଜିତ କୁମାର ତ୍ରିପାଠୀଙ୍କ ଏକ ଟ୍ରକ(ଓଡି ୦୭ ଜେଡ ୩୦୭୦) କୁ ୧୪ ତାରିଖ ସନ୍ଧ୍ୟା ରେ ଡ୍ରାଇଭର ପାର୍କିଂ କରି ଘରକୁ ଫେରି ଯାଇଥିଲେ।ଆଜି ସକାଳେ ଡ୍ରାଇଭର ପାର୍କିଂ ସ୍ଥାନକୁ ଆସି ଦେଖିବା ସମୟରେ ଟ୍ରକ ଟି ଚୋରି ହୋଇଥିବା ଜାଣି ମାଲିକ ସୁଜିତ କୁ ଖବର ଦେଇଥିଲେ। ସୁଜିତ ଙ୍କ ପକ୍ଷରୁ ଘଟଣା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୩୬୮/୨୪ ରେ ଏକ ମାମଲା ରୁଜୁ କରିବା ସହ ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଥିବା ପୁଲିସ ସୂଚନା ଦେଇଛି।

The post ହଳଦିଆପଦର ରେ ପାର୍କିଂ ହୋଇଥିବା ଟ୍ରକ ଚୋରି। appeared first on Odisha.News.