ବ୍ୟାୟାମ କରିବା ପୂର୍ବରୁ ଏସବୁ ଦିଗ ପ୍ରତି ରଖନ୍ତୁ ଧ୍ୟାନ: ନଚେତ୍‌….

ବ୍ୟାୟାମ କରିବା ପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ କରିବା ପୂର୍ବରୁ ଯଦି ହାଲିଆ ଲାଗୁଛି ତେବେ ବିଳମ୍ବ ନ କରି କିଛି ସମୟ ବିଶ୍ରାମ କରନ୍ତୁ। ଏ ବିଷୟରେ ବ୍ୟାୟାମ ଏକ୍ସପର୍ଟଙ୍କ ସହ ବିଶଦଭାବରେ ଆଲୋଚନା କରନ୍ତୁ। ଡାକ୍ତରଙ୍କ ନିକଟରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ମଧ୍ୟ ଭୁଲନ୍ତୁ ନାହିଁ। କେଉଁ ପ୍ରକାର ବ୍ୟାୟାମ କଲେ ତାହାର ସୁପ୍ରଭାବ ଶରୀର ଉପରେ ପଡିବ ତାହା ବି ଭଲ […] The post ବ୍ୟାୟାମ କରିବା ପୂର୍ବରୁ ଏସବୁ ଦିଗ ପ୍ରତି ରଖନ୍ତୁ ଧ୍ୟାନ: ନଚେତ୍‌…. appeared first on Dharitri Odia News.

ବ୍ୟାୟାମ କରିବା ପୂର୍ବରୁ ଏସବୁ ଦିଗ ପ୍ରତି ରଖନ୍ତୁ ଧ୍ୟାନ: ନଚେତ୍‌….

ବ୍ୟାୟାମ କରିବା ପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ କରିବା ପୂର୍ବରୁ ଯଦି ହାଲିଆ ଲାଗୁଛି ତେବେ ବିଳମ୍ବ ନ କରି କିଛି ସମୟ ବିଶ୍ରାମ କରନ୍ତୁ। ଏ ବିଷୟରେ ବ୍ୟାୟାମ ଏକ୍ସପର୍ଟଙ୍କ ସହ ବିଶଦଭାବରେ ଆଲୋଚନା କରନ୍ତୁ। ଡାକ୍ତରଙ୍କ ନିକଟରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ମଧ୍ୟ ଭୁଲନ୍ତୁ ନାହିଁ। କେଉଁ ପ୍ରକାର ବ୍ୟାୟାମ କଲେ ତାହାର ସୁପ୍ରଭାବ ଶରୀର ଉପରେ ପଡିବ ତାହା ବି ଭଲ ଭାବରେ ଜାଣି ନିଅନ୍ତୁ। ସକାଳ କିମ୍ବା ସନ୍ଧ୍ୟାର କେଉଁ ସମୟରେ ବ୍ୟାୟାମ କରିବେ ତାହାର ସମୟ ନିର୍ଦ୍ଧାରଣ କରନ୍ତୁ। ଆଉ ସେହି ଅନୁସାରେ ପ୍ରତିଦିନ ସେହି ସମୟରେ ହିଁ ବ୍ୟାୟାମ ଆରମ୍ଭ କରିବା ଭଲ। ସବୁବେଳେ ନିଜ ସାମର୍ଥ୍ୟ ଅନୁସାରେ ବ୍ୟାୟାମ କରନ୍ତୁ। ଏହି ସମୟରେ ଶୋଷ ଲାଗିଲେ ଅଳ୍ପ ପାଣି ପିଅନ୍ତୁ। ସବୁଠାରୁ ଖାସ୍‌ କଥା ହେଲା, ବ୍ୟାୟାମ କରିବା ପୂର୍ବରୁ ନିଜର ନିତ୍ୟକର୍ମ ଶେଷ କରିବାକୁ ଭୁଲନ୍ତୁ ନାହିଁ। ଏହାଦ୍ବାରା ବ୍ୟାୟାମ କରିବାକୁ ଆରାମ ଲାଗିଥାଏ। ଆଉ ଯଦି ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ବ୍ୟାୟାମରୁ ବିରତ ରୁହନ୍ତୁ।

The post ବ୍ୟାୟାମ କରିବା ପୂର୍ବରୁ ଏସବୁ ଦିଗ ପ୍ରତି ରଖନ୍ତୁ ଧ୍ୟାନ: ନଚେତ୍‌…. appeared first on Dharitri Odia News.