ବଡ଼ କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ୬ ବର୍ଷ ପାଇଁ ସସପେଣ୍ଡ ହେଲେ ୧୬ ଜଣ ନେତା
ନୂଆଦିଲ୍ଲୀ: ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ଆସିଛି ଏକ ବଡ଼ ଖବର । ୧୬ ଜଣ ବିଦ୍ରୋହୀ ପ୍ରାର୍ଥୀଙ୍କ ବିରୋଧରେ ଦଳ ତରଫରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ନେତାମାନଙ୍କୁ ୬ ବର୍ଷ ପାଇଁ ଦଳରୁ ସସପେଣ୍ଡ କରାଯାଇଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପଟେଲ ଦଳର ୧୬ ଜଣ ବିଦ୍ରୋହୀ ପ୍ରାର୍ଥୀଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରିଛନ୍ତି । ଏହାକୁ ପାର୍ଟି ତରଫରୁ ଏକ ଅଧିସୂଚନା ଜାରି […]

ନୂଆଦିଲ୍ଲୀ: ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ଆସିଛି ଏକ ବଡ଼ ଖବର । ୧୬ ଜଣ ବିଦ୍ରୋହୀ ପ୍ରାର୍ଥୀଙ୍କ ବିରୋଧରେ ଦଳ ତରଫରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ନେତାମାନଙ୍କୁ ୬ ବର୍ଷ ପାଇଁ ଦଳରୁ ସସପେଣ୍ଡ କରାଯାଇଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପଟେଲ ଦଳର ୧୬ ଜଣ ବିଦ୍ରୋହୀ ପ୍ରାର୍ଥୀଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରିଛନ୍ତି । ଏହାକୁ ପାର୍ଟି ତରଫରୁ ଏକ ଅଧିସୂଚନା ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟ ନଭେମ୍ବର ୨୦ରେ ହେବ ଓ ୨୩ରେ ଫଳାଫଳ ପ୍ରକାଶ ପାଇବ ।