ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ, ଧାରଣାରେ ଥିଲା ବଡ଼ ପଥର ଖଣ୍ଡ

ନୂଆପଡ଼ା : ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ । ନୂଆପଡ଼ା ରେଳ ଷ୍ଟେସନ ନିକଟରେ ରେଳ ଧାରଣାରେ କେହି ଦୁର୍ବୃତ୍ତ ବଡ଼ ପଥର ଖଣ୍ଡ ରଖି ଦେଇଥିଲା । ଲୋକୋ ପାଇଲଟଙ୍କ ଦେଖିବାରୁ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଟ୍ରେନ।  ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ବିଶାଖାପାଟଣାରୁ ଦୁର୍ଗ ଅଭିମୁଖ ଯାଉଥିଲା । ନୂଆପଡ଼ା ଷ୍ଟେସନ ଫାଟକର ୧୦୦ ମିଟର ପୂର୍ବରୁ ଟ୍ରେନକୁ ଅଟକାଇ ଦେଇଥିଲେ ଲୋକୋ ପାଇଲଟ  ।  […] The post ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ, ଧାରଣାରେ ଥିଲା ବଡ଼ ପଥର ଖଣ୍ଡ appeared first on KNews Odisha.

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ, ଧାରଣାରେ ଥିଲା ବଡ଼ ପଥର ଖଣ୍ଡ
stone

ନୂଆପଡ଼ା : ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ । ନୂଆପଡ଼ା ରେଳ ଷ୍ଟେସନ ନିକଟରେ ରେଳ ଧାରଣାରେ କେହି ଦୁର୍ବୃତ୍ତ ବଡ଼ ପଥର ଖଣ୍ଡ ରଖି ଦେଇଥିଲା । ଲୋକୋ ପାଇଲଟଙ୍କ ଦେଖିବାରୁ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଟ୍ରେନ।  ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ବିଶାଖାପାଟଣାରୁ ଦୁର୍ଗ ଅଭିମୁଖ ଯାଉଥିଲା । ନୂଆପଡ଼ା ଷ୍ଟେସନ ଫାଟକର ୧୦୦ ମିଟର ପୂର୍ବରୁ ଟ୍ରେନକୁ ଅଟକାଇ ଦେଇଥିଲେ ଲୋକୋ ପାଇଲଟ  ।  ରେଳ ଧାରଣା ଉପରେ ପଥର ଥିବା ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ପ୍ରାୟ ୧ ଘଣ୍ଟା ପାଇଁ ଟ୍ରେନ୍ ଅଟକିଥିଲା । ନୂଆପଡ଼ା ଏସପି ପହଞ୍ଚି ରେଳ ବିଭାଗ କର୍ମଚାରୀଙ୍କ ସହାୟତାରେ ରେଳ ଧାରଣାରୁ ପଥରକୁ ହଟାଇଥିଲେ । ରେଳ ଧାରଣାରେ ପଥର କିଏ ଏବଂ କାହିଁକି ରଖିଥିଲା ସେନେଇ ତଦନ୍ତ କରୁଛି ପୋଲିସ ।

The post ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ, ଧାରଣାରେ ଥିଲା ବଡ଼ ପଥର ଖଣ୍ଡ appeared first on KNews Odisha.