ସୁସ୍ଥ ହେବା ପରେ ପୁଅ-ବୋହୂଙ୍କ ସହ ଛୁଟିରେ ଗଲେ ମିଥୁନ୍‌, ସାମ୍ନାକୁ ଆସିଲା ଫଟୋ

ମୁମ୍ଵାଇ ୦୭।୦୩: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ତାଙ୍କର ଦମ୍‌ଦାର ଅଭିନୟ ପାଇଁ ବେଶ୍ ଜଣାଶୁଣା। ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କର ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଥିଲା। ବର୍ତ୍ତମାନ ମିଥୁନ ସୁସ୍ଥ ଅଛନ୍ତି ଏବଂ କାମକୁ ଫେରିଛନ୍ତି। ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର 'ଶାସ୍ତ୍ରୀ'ର ସେଟରୁ ମିଥୁନ ଚକ୍ରବର୍ତ୍ତୀଙ୍କର ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ସଂପୂର୍ଣ୍ଣ ଭଲ ଦେଖାଯାଉଥିଲେ। ଏବେ ସେ କାମରୁ ବିରତି ନେଇ ତାଙ୍କ ପୁଅ ଏବଂ ବୋହୂଙ୍କ ସହିତ ଛୁଟିରେ ଯାଇଛନ୍ତି। ଯାହାର ଝଲକ ଇନଷ୍ଟାରେ ତାଙ୍କ ବୋହୂ ମାଦଲସା ଶର୍ମା ସେୟାର କରିଛନ୍ତି । ମାଦଲସା ସେୟାର କରିଥିବା ଫଟୋରେ ତାଙ୍କ ସ୍ୱାମୀ ମିମୋ ଚକ୍ରବର୍ତ୍ତୀ ଏବଂ ମିଥୁନ ବିମାନରେ ବସିଥିବାର ନଜର ଆସିଛନ୍ତି। ଏହି ଫଟୋରେ ମିଥୁନ ମାସ୍କ ପିନ୍ଧି ବସିଥିବାର ନଜର ଆସିଛନ୍ତି । ତାଙ୍କ ପୁଅ ଏବଂ ବୋହୂ ହସୁଥିବା ବେଳେ କ୍ୟାମେରା ଆଡକୁ ଚାହିଁଥିବାର ନଜର ଆସିଛନ୍ତି। ତେବେ ମିଥୁନ୍ ତାଙ୍କ ପୁଅ ଏବଂ ବୋହୂ ସହିତ କେଉଁଠାରେ ଛୁଟିରେ ଯାଉଛନ୍ତି ସେ ବିଷୟରେ ଜଣାନାହିଁ । କିନ୍ତୁ ଛୁଟି କାଟିବାକୁ ଯାଉଛନ୍ତି ବୋଲି ସୂଚନା ଦିଆଯାଇଛି। ବର୍ତ୍ତମାନ, ମିଥୁନଙ୍କ ପ୍ରଶଂସକମାନେ ତାଙ୍କୁ ଭଲ ଅବସ୍ଥାରେ ଦେଖି ବହୁତ ଖୁସି ହୋଇଛନ୍ତି। wp:html View this post o

ସୁସ୍ଥ ହେବା ପରେ ପୁଅ-ବୋହୂଙ୍କ ସହ ଛୁଟିରେ ଗଲେ ମିଥୁନ୍‌, ସାମ୍ନାକୁ ଆସିଲା ଫଟୋ

ମୁମ୍ଵାଇ ୦୭।୦୩: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ତାଙ୍କର ଦମ୍‌ଦାର ଅଭିନୟ ପାଇଁ ବେଶ୍ ଜଣାଶୁଣା। ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କର ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଥିଲା। ବର୍ତ୍ତମାନ ମିଥୁନ ସୁସ୍ଥ ଅଛନ୍ତି ଏବଂ କାମକୁ ଫେରିଛନ୍ତି। ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର 'ଶାସ୍ତ୍ରୀ'ର ସେଟରୁ ମିଥୁନ ଚକ୍ରବର୍ତ୍ତୀଙ୍କର ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ସଂପୂର୍ଣ୍ଣ ଭଲ ଦେଖାଯାଉଥିଲେ। ଏବେ ସେ କାମରୁ ବିରତି ନେଇ ତାଙ୍କ ପୁଅ ଏବଂ ବୋହୂଙ୍କ ସହିତ ଛୁଟିରେ ଯାଇଛନ୍ତି। ଯାହାର ଝଲକ ଇନଷ୍ଟାରେ ତାଙ୍କ ବୋହୂ ମାଦଲସା ଶର୍ମା ସେୟାର କରିଛନ୍ତି ।

ମାଦଲସା ସେୟାର କରିଥିବା ଫଟୋରେ ତାଙ୍କ ସ୍ୱାମୀ ମିମୋ ଚକ୍ରବର୍ତ୍ତୀ ଏବଂ ମିଥୁନ ବିମାନରେ ବସିଥିବାର ନଜର ଆସିଛନ୍ତି। ଏହି ଫଟୋରେ ମିଥୁନ ମାସ୍କ ପିନ୍ଧି ବସିଥିବାର ନଜର ଆସିଛନ୍ତି । ତାଙ୍କ ପୁଅ ଏବଂ ବୋହୂ ହସୁଥିବା ବେଳେ କ୍ୟାମେରା ଆଡକୁ ଚାହିଁଥିବାର ନଜର ଆସିଛନ୍ତି। ତେବେ ମିଥୁନ୍ ତାଙ୍କ ପୁଅ ଏବଂ ବୋହୂ ସହିତ କେଉଁଠାରେ ଛୁଟିରେ ଯାଉଛନ୍ତି ସେ ବିଷୟରେ ଜଣାନାହିଁ । କିନ୍ତୁ ଛୁଟି କାଟିବାକୁ ଯାଉଛନ୍ତି ବୋଲି ସୂଚନା ଦିଆଯାଇଛି। ବର୍ତ୍ତମାନ, ମିଥୁନଙ୍କ ପ୍ରଶଂସକମାନେ ତାଙ୍କୁ ଭଲ ଅବସ୍ଥାରେ ଦେଖି ବହୁତ ଖୁସି ହୋଇଛନ୍ତି। wp:html

/wp:html

କହିବାକୁ ଗଲେ କିଛି ଦିନ ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀ ଫୁସଫୁସ ତଳେ ଏବଂ ଡାହାଣ ପାର୍ଶ୍ୱରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ, ରେଡିଓଲୋଜି ଏବଂ ଲାବୋରେଟୋରୀ ଅନୁସନ୍ଧାନ ସହିତ ମିଥୁନ୍ ତାଙ୍କ ମସ୍ତିଷ୍କର ଏମଆରଆଇ ଅଧୀନରେ ରହିଥିଲେ, ଯେଉଁଥିରେ ଜଣାପଡିଥିଲା ଯେ ସେ ବ୍ରେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇଥିଲେ । ତେବେ ବର୍ତ୍ତମାନ ଅଭିନେତା ସମ୍ପୂର୍ଣ୍ଣ ଭଲ ଅଛନ୍ତି। କାମ ବିଷୟରେ କହିବାକୁ ଗଲେ ମିଥୁନ ଖୁବ୍ ଶୀଘ୍ର ଫିଲ୍ମ 'ଶାସ୍ତ୍ରୀ'ରେ ନଜର ଆସିବେ। wp:embed {"url":"https://www.prameyanews7.com/sanjay-dutt-approached-for-pushpa-2/","type":"wp-embed","providerNameSlug":"prameya-news-7"}

https://www.prameyanews7.com/sanjay-dutt-approached-for-pushpa-2/
/wp:embed