ବଡ଼ ଲୋକଙ୍କ ପାଇଁ ନ୍ୟାୟ ବ୍ୟବସ୍ଥା ଟିକେ କୋହଳ କି ? ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜାମିନ୍‌କୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ଗୋଟିଏ ଦିନରେ ଗିରଫ ହୋଇ ଜେଲ ଗଲେ ପୁଣି ଉପର କୋର୍ଟ ଯାଇ ଜାମିନ୍ ପାଇଲେ। ସାଉଥ ସୁପରଷ୍ଟାର ଅଲ୍ଲୁଙ୍କୁ ଜାମିନ୍ ନେଇ ଉଠିଲା ପ୍ରଶ୍ନ । ପ୍ରଥମେ ତଳ କୋର୍ଟ ଅଲ୍ଲୁଙ୍କୁ ଜେଲ ପଠାଇବା ପରେ ତୁରନ୍ତ ହାଇକୋର୍ଟ ଯାଇଥିଲେ ପୁଷ୍ପା । ଆଉ ତେଲେଙ୍ଗାନା ହାଇକୋର୍ଟ ଜରୁରୀ ଶୁଣାଣି କରି ଅଲ୍ଲୁ ଦେଲେ ଜାମିନ୍। ଏହାପରେ ପ୍ରଶ୍ନ ଉଠୁଛି, ନିୟମ କାନୁନ କଣ କେବଳ ଗରିବଙ୍କ ପାଇଁ  ।  ବଡ଼ବଡ଼ିଆଙ୍କୁ ତ ସବୁ ମାଫ । ଯେଉଁଠି କୋର୍ଟ କଚେରୀ ମାମଲାରେ ଗରିବଙ୍କୁ ତାରିଖ ପରେ ତାରିଖ ମିଳୁଛି ଅଲ୍ଲୁଙ୍କୁ କେମିତି ଗୋଟିଏ ଦିନରେ ଜାମିନ ମିଳିଗଲା ତାହାକୁ ନେଇ ଚର୍ଚ୍ଚା କରାଯାଉଛି । ଗତକାଲି ଜାମିନ୍ ପାଇଥିଲେ ବି ଆଜି ସକାଳୁ ଜେଲରୁ ବାହାରି ଜୁବଲି ହିଲ ସ୍ଥିତ ଘରେ ପହଞ୍ଚିଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ସାମ୍ନାକୁ ଆସି ପ୍ରଥମ ଥର ପାଇଁ ପ୍ରତିକ୍ରୟା ବି ରଖିଛନ୍ତି।  ଦୁର୍ଭାଗ୍ୟଜନକ ଏପରି ଘଟଣା ଘଟିଥିବା ଏବଂ ଏଥିପାଇଁ ଭୁଲ ମାଗିଛନ୍ତି ଅଲ୍ଲୁ ଅର୍ଜୁନ । ଗତକାଲି ଗିରଫ ହେବା ପରେ ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ସତ୍ୱେ ତାଙ୍କୁ ଜେଲରେ ରାତି କାଟିବାକୁ ପଡିଛି । ସକାଳେ ଜେଲ ପରିସରରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା ।  ରାତିରେ ବେଲ ପେପର ଆସିବାରେ ବିଳମ୍ୱ ହେବାରୁ ସୁପର ଷ୍ଟାରଙ୍କୁ ଜେଲରେ ରହିବାକୁ ପଡିଥିଲା। ଅଲ୍ଲୁ ଅର୍ଜୁନଙ୍କୁ ହାଇକୋର୍ଟ ୪ ସପ୍ତାହର ଅନ୍ତରୀଣ ଜାମିନ ଦେବା ପରେ ଜେଲ ବା

ବଡ଼ ଲୋକଙ୍କ ପାଇଁ ନ୍ୟାୟ ବ୍ୟବସ୍ଥା ଟିକେ କୋହଳ କି ? ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜାମିନ୍‌କୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ଗୋଟିଏ ଦିନରେ ଗିରଫ ହୋଇ ଜେଲ ଗଲେ ପୁଣି ଉପର କୋର୍ଟ ଯାଇ ଜାମିନ୍ ପାଇଲେ। ସାଉଥ ସୁପରଷ୍ଟାର ଅଲ୍ଲୁଙ୍କୁ ଜାମିନ୍ ନେଇ ଉଠିଲା ପ୍ରଶ୍ନ । ପ୍ରଥମେ ତଳ କୋର୍ଟ ଅଲ୍ଲୁଙ୍କୁ ଜେଲ ପଠାଇବା ପରେ ତୁରନ୍ତ ହାଇକୋର୍ଟ ଯାଇଥିଲେ ପୁଷ୍ପା । ଆଉ ତେଲେଙ୍ଗାନା ହାଇକୋର୍ଟ ଜରୁରୀ ଶୁଣାଣି କରି ଅଲ୍ଲୁ ଦେଲେ ଜାମିନ୍। ଏହାପରେ ପ୍ରଶ୍ନ ଉଠୁଛି, ନିୟମ କାନୁନ କଣ କେବଳ ଗରିବଙ୍କ ପାଇଁ  ।  ବଡ଼ବଡ଼ିଆଙ୍କୁ ତ ସବୁ ମାଫ ।

ଯେଉଁଠି କୋର୍ଟ କଚେରୀ ମାମଲାରେ ଗରିବଙ୍କୁ ତାରିଖ ପରେ ତାରିଖ ମିଳୁଛି ଅଲ୍ଲୁଙ୍କୁ କେମିତି ଗୋଟିଏ ଦିନରେ ଜାମିନ ମିଳିଗଲା ତାହାକୁ ନେଇ ଚର୍ଚ୍ଚା କରାଯାଉଛି । ଗତକାଲି ଜାମିନ୍ ପାଇଥିଲେ ବି ଆଜି ସକାଳୁ ଜେଲରୁ ବାହାରି ଜୁବଲି ହିଲ ସ୍ଥିତ ଘରେ ପହଞ୍ଚିଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ସାମ୍ନାକୁ ଆସି ପ୍ରଥମ ଥର ପାଇଁ ପ୍ରତିକ୍ରୟା ବି ରଖିଛନ୍ତି। 

ଦୁର୍ଭାଗ୍ୟଜନକ ଏପରି ଘଟଣା ଘଟିଥିବା ଏବଂ ଏଥିପାଇଁ ଭୁଲ ମାଗିଛନ୍ତି ଅଲ୍ଲୁ ଅର୍ଜୁନ । ଗତକାଲି ଗିରଫ ହେବା ପରେ ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ସତ୍ୱେ ତାଙ୍କୁ ଜେଲରେ ରାତି କାଟିବାକୁ ପଡିଛି । ସକାଳେ ଜେଲ ପରିସରରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା । 

ରାତିରେ ବେଲ ପେପର ଆସିବାରେ ବିଳମ୍ୱ ହେବାରୁ ସୁପର ଷ୍ଟାରଙ୍କୁ ଜେଲରେ ରହିବାକୁ ପଡିଥିଲା। ଅଲ୍ଲୁ ଅର୍ଜୁନଙ୍କୁ ହାଇକୋର୍ଟ ୪ ସପ୍ତାହର ଅନ୍ତରୀଣ ଜାମିନ ଦେବା ପରେ ଜେଲ ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଜମିଥିଲା। ଆଜି ସକାଳୁ ଅଲ୍ଲୁ ଅର୍ଜୁନ ଜେଲରୁ ମୁକୁଳିଛନ୍ତି। ତାଙ୍କ ଘର ବାହାରେ ମଧ୍ୟ ପ୍ରଶଂସକଙ୍କ ଭିଡ଼ ଜମିଛି।

ତେବେ ଏ ନେଇ ସାଧାରଣ ଲୋକଙ୍କ ମନରେ ଉଠେ ଏସମସ୍ତ  ପ୍ରଶ୍ନ 

ବଡ଼ ବଡ଼ିଆଙ୍କୁ ସବୁ ମାଫ୍‌!    
ଜଣେ ସାଧାରଣ ଲୋକ ପାଇଁ କ’ଣ ଏହା ସମ୍ଭବ?
ଏତେ ଶୀଘ୍ର ତଳ କୋର୍ଟରୁ ଉପର କୋର୍ଟ ଯିବା ସମ୍ଭବ କି?
ବଡ଼ ଲୋକଙ୍କ ପାଇଁ ନ୍ୟାୟ ବ୍ୟବସ୍ଥା ଟିକେ କୋହଳ କି?
ତାରିଖ ପରେ ତାରିଖ କେବଳ ଗରିବଙ୍କ ପାଇଁ କି?
ଯାହା ପାଖରେ ଟଙ୍କା ଅଛି, ତାଙ୍କ ପାଇଁ ସବୁ ସହଜ କି?