ବଢ଼ିଚାଲିଛି ବାଲି ମାଫିଆଙ୍କ ଗୁଣ୍ଡାରାଜ । ବରଗଡରେ ଘରେ ପଶି ଆକ୍ରମଣ । ଗଞ୍ଜାମରେ ଗ୍ରାମବାସୀଙ୍କୁ ଧମକାଉଛନ୍ତି
କନକ ବ୍ୟୁରୋ: ଦୀର୍ଘବର୍ଷ ହେଲା ରାଜ୍ୟରେ ବାଲିମାଫିଆ ଦବଦବା ଜାରି ରହିଛି । ପଡୋଶୀ ରାଜ୍ୟକୁ ଅବାଧରେ ବିଭିନ୍ନ ନଦୀରୁ ବାଲି ଚୋରାଚାଲାଣ ହେଉଛି। ବେଆଇନ ବାଲି ଚୋରା ଚାଲାଣ ଲାଗି ରାଜ୍ୟ ରାଜସ୍ୱ ହରାଉଛି। ପ୍ରଶାସନ, ପୋଲିସ ଓ କିଛି ରାଜ ନେତାଙ୍କ ଛତ୍ରଛାୟା ତଳେ ରହି ମାଲାମାଲ ହେଉଛନ୍ତି ବାଲି ମାଫିଆ । ଦିନକୁ ଦିନ ବାଲି ମାଫିଆଙ୍କ ଗୁଣ୍ଡାରାଜ ବଢ଼ି ଚାଲିଛି। ବାଲି ଚାଲାଣକୁ ନେଇ ଗୁଣ୍ଡାରାଜ। ଖଣ୍ଡା ଭୁଜାଲି ଧରି ଆସିଲେ, ଘର ଭିତରେ ପଶି ଆସବାବପତ୍ର ଓ ପାର୍କିଂରେ ଥିବା ବାଇକ୍ କାର ଭାଙ୍ଗି ଚୁରମାର କରିଦେଲେ। ବରଗଡ଼ ସଦର ଥାନା ତୁରୁଙ୍ଗ ଗାଁରେ ଏହି ଗୁଣ୍ଡାରାଜ ଦେଖିବାକୁ ମିଳିଛି। ସୋମବାର ରାତିରେ ତୁରୁଙ୍ଗା ଗାଁର ମନୋଜ ମହାପାତ୍ରଙ୍କ ଘରେ ସଂଘବଦ୍ଧ ଭାବେ କିଛି ଦୃର୍ବୁତ୍ତ ଏଭଳି କାଣ୍ଡ ଘଟାଇଛନ୍ତି। ସିସିଟିଭିରେ ସେହି ସମୟର ପୁରା ଚିତ୍ର କଏଦ ହୋଇଛି। ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ଘଟଣାକୁ ନେଇ ତୁରୁଙ୍ଗା ଗ୍ରାମବାସୀ ଓ ମନୋଜ ମହାପାତ୍ର ସଦର ଥାନାରେ ଏତଲା ଦେଇଛନ୍ତି। କେବଳ ବରଗଡ ନୁହେଁ ସାରା ରାଜ୍ୟର ସ୍ଥିତି ପ୍ରାୟ ସମାନ। ବେଆଇନ ଭାବେ ରାଜ୍ୟର ବିଭିନ୍ନ ନଦୀରୁ ବାଲି ଉଠାଉଛନ୍ତି ମାଫିଆ। ବେଆଇନ ଭାବେ ମେସିନ ଲଗାଇ ବାଲି ଉଠାଉଛନ୍ତି। ବାଲିଘାଟର ନିଲାମ ଥାଉ କି ନଥାଉ ବାଲି ଉଠାଇ, ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି । ନା

କନକ ବ୍ୟୁରୋ: ଦୀର୍ଘବର୍ଷ ହେଲା ରାଜ୍ୟରେ ବାଲିମାଫିଆ ଦବଦବା ଜାରି ରହିଛି । ପଡୋଶୀ ରାଜ୍ୟକୁ ଅବାଧରେ ବିଭିନ୍ନ ନଦୀରୁ ବାଲି ଚୋରାଚାଲାଣ ହେଉଛି। ବେଆଇନ ବାଲି ଚୋରା ଚାଲାଣ ଲାଗି ରାଜ୍ୟ ରାଜସ୍ୱ ହରାଉଛି। ପ୍ରଶାସନ, ପୋଲିସ ଓ କିଛି ରାଜ ନେତାଙ୍କ ଛତ୍ରଛାୟା ତଳେ ରହି ମାଲାମାଲ ହେଉଛନ୍ତି ବାଲି ମାଫିଆ । ଦିନକୁ ଦିନ ବାଲି ମାଫିଆଙ୍କ ଗୁଣ୍ଡାରାଜ ବଢ଼ି ଚାଲିଛି।
ବାଲି ଚାଲାଣକୁ ନେଇ ଗୁଣ୍ଡାରାଜ। ଖଣ୍ଡା ଭୁଜାଲି ଧରି ଆସିଲେ, ଘର ଭିତରେ ପଶି ଆସବାବପତ୍ର ଓ ପାର୍କିଂରେ ଥିବା ବାଇକ୍ କାର ଭାଙ୍ଗି ଚୁରମାର କରିଦେଲେ। ବରଗଡ଼ ସଦର ଥାନା ତୁରୁଙ୍ଗ ଗାଁରେ ଏହି ଗୁଣ୍ଡାରାଜ ଦେଖିବାକୁ ମିଳିଛି। ସୋମବାର ରାତିରେ ତୁରୁଙ୍ଗା ଗାଁର ମନୋଜ ମହାପାତ୍ରଙ୍କ ଘରେ ସଂଘବଦ୍ଧ ଭାବେ କିଛି ଦୃର୍ବୁତ୍ତ ଏଭଳି କାଣ୍ଡ ଘଟାଇଛନ୍ତି। ସିସିଟିଭିରେ ସେହି ସମୟର ପୁରା ଚିତ୍ର କଏଦ ହୋଇଛି। ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ଘଟଣାକୁ ନେଇ ତୁରୁଙ୍ଗା ଗ୍ରାମବାସୀ ଓ ମନୋଜ ମହାପାତ୍ର ସଦର ଥାନାରେ ଏତଲା ଦେଇଛନ୍ତି।
କେବଳ ବରଗଡ ନୁହେଁ ସାରା ରାଜ୍ୟର ସ୍ଥିତି ପ୍ରାୟ ସମାନ। ବେଆଇନ ଭାବେ ରାଜ୍ୟର ବିଭିନ୍ନ ନଦୀରୁ ବାଲି ଉଠାଉଛନ୍ତି ମାଫିଆ। ବେଆଇନ ଭାବେ ମେସିନ ଲଗାଇ ବାଲି ଉଠାଉଛନ୍ତି। ବାଲିଘାଟର ନିଲାମ ଥାଉ କି ନଥାଉ ବାଲି ଉଠାଇ, ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି । ନା ନ୍ୟାସନାଲ ଗ୍ରିନ ଟ୍ରିବୁନାଲଙ୍କ ନିର୍ଦ୍ଦେଶ ଏଠି କାମ କରୁଛି ନା ସୁପ୍ରିମ କୋର୍ଟଙ୍କ ଆଦେଶ । ନଦୀ କୁଳିଆ ଗ୍ରାମବାସୀ ବିରେଧ କଲେ ସେମାନଙ୍କୁ ମାଫିଆଙ୍କ ଧମକ ସହ ଗାଳି ଗୁଲଜ ଶୁଣିବାକୁ ପଡୁଛି। ରାଜ୍ୟର ବଢୁଥିବା ଚୋରା ବାଲି ଚାଲାଣକୁ ନେଇ ଉଦବେଗ ପ୍ରକାଶ ପାଇଛି।
ତେବେ ରାଜ୍ୟର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂଆ ସରକାର ଏହାକୁ ଗୁରୁତ୍ୱ ଦେଇ ଦୃଢ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି । ନଚେତ୍ ଋୁଷିକୁଲ୍ୟା ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ଚେତାବନୀ ଦିଆଯାଇଛି ।