କୋରାପୁଟରେ ଖୋଲିଲା ଷ୍ଟ୍ରବେରୀ ଷ୍ଟଲ

କୋରାପୁଟ,୧ା୨(ଅମିତାଭ ବେହେରା)- କୋରାପୁଟସ୍ଥିତ କଳା ନିକେତନ ଛକରେ ଓରମାସ, ଡ଼ଙ୍ଗରରାଣୀ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼, ସିୱାଇଏସଡି ଏବଂ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ ଏକ ଷ୍ଟ୍ରବେରୀ ଷ୍ଟଲ ଶନିବାର ଶନିବାର ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଜିଲାରେ ଚଳିତବର୍ଷ ପ୍ରାୟ ୫୦୦ ଏକର ଜମିରେ ଷ୍ଟ୍ରବେରୀ ଚାଷ କରାଯିବା ନେଇ ପ୍ରଶାସନ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଜିଲାର ଦଶମନ୍ତପୁର ବ୍ଲକ୍‌ର କାଉଗୁଡ଼ା ଗ୍ରାମରେ […] The post କୋରାପୁଟରେ ଖୋଲିଲା ଷ୍ଟ୍ରବେରୀ ଷ୍ଟଲ appeared first on Dharitri Odia News.

କୋରାପୁଟରେ ଖୋଲିଲା ଷ୍ଟ୍ରବେରୀ ଷ୍ଟଲ

କୋରାପୁଟ,୧ା୨(ଅମିତାଭ ବେହେରା)- କୋରାପୁଟସ୍ଥିତ କଳା ନିକେତନ ଛକରେ ଓରମାସ, ଡ଼ଙ୍ଗରରାଣୀ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼, ସିୱାଇଏସଡି ଏବଂ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ ଏକ ଷ୍ଟ୍ରବେରୀ ଷ୍ଟଲ ଶନିବାର ଶନିବାର ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଜିଲାରେ ଚଳିତବର୍ଷ ପ୍ରାୟ ୫୦୦ ଏକର ଜମିରେ ଷ୍ଟ୍ରବେରୀ ଚାଷ କରାଯିବା ନେଇ ପ୍ରଶାସନ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଜିଲାର ଦଶମନ୍ତପୁର ବ୍ଲକ୍‌ର କାଉଗୁଡ଼ା ଗ୍ରାମରେ ୩୦ଜଣ ଆଦିବାସୀ ଚାଷୀଙ୍କ ଦ୍ୱାରା ପ୍ରାୟ ୩୦ ଏକର ଜମିରେ କରାଯାଇଥିବା ଏହି ଷ୍ଟ୍ରବେରୀ ଚାଷରୁ ପ୍ରଥମ ଅମଳ ଆସିଛି। ୭୫ କେଜି ଗୁଣାତ୍ମକମାନର ଷ୍ଟ୍ରବେରୀ ଏଠାରେ ବିକ୍ରି ହେଉଛି। ପ୍ରତି ୨ଶହ ଗ୍ରାମର ଷ୍ଟ୍ରବେରୀ ପ୍ୟାକେଟକୁ ୧୦୦ ଟଙ୍କା ମୂଲ୍ୟ ରଖାଯାଇଛି।

କୋରାପୁଟିଆ ଷ୍ଟ୍ରବେରୀର ଚାହିଦା ଅଧିକ ଥିବାରୁ ଷ୍ଟଲ ଶୁଭାରମ୍ଭର ଘଣ୍ଟାଏ ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ପ୍ୟାକେଟ ବିକ୍ରି ହୋଇଥିବା ସିୱାଇଏସଡିର ଦଶମନ୍ତପୁର ସଂଯୋଜକ ଆନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲା ଉଦ୍ୟାନ ଉପନିର୍ଦ୍ଦେଶକ ସୁଦାମ ବିଶ୍ୱାଳ, କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତପନ କୁମାର ନାୟକ, ଓରମାସର କାର୍ଯ୍ୟକାରୀ ଅଧିକାରୀ ରୋଶନ କାର୍ତ୍ତିକ, ବିଭାଗୀୟ ଅଧିକାରୀ ଓ କାଉଗୁଡା ଗ୍ରାମର ଚାଷୀ ଉପସ୍ଥିତ ଥିଲେ। ଷ୍ଟଲ ଆସନ୍ତା ୨ ମାସ ଧରି ଚାଲିବାକୁ ଥିବା ବେଳେ ଏଥିରୁ ଜେଲି ପ୍ରସ୍ତୁତ କରାଯାଇ ବିକ୍ରି କରିବା ଲକ୍ଷ୍ୟ ଥିବା ସଂଯୋଜକ ମଲ୍ଲିକ କହିଛନ୍ତି।

The post କୋରାପୁଟରେ ଖୋଲିଲା ଷ୍ଟ୍ରବେରୀ ଷ୍ଟଲ appeared first on Dharitri Odia News.