ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ଗାଡି ନେଇ ହ୍ବାଇଟ ହାଉସ ଭିତରେ ପଶିଲେ ବ୍ୟକ୍ତି

ଓ୍ବାଶିଂଟନ,୯।୧: ଆମେରିକାର ହ୍ବାଇଟ ହାଉସର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ସୋମବାର ଜଣେ ଡ୍ରାଇଭର ତାଙ୍କ କାର ସହିତ ରାଷ୍ଟ୍ରପତି ବାଇଡେନଙ୍କ ଘରର ବାହାର ଫାଟକ ଦେଇ ପ୍ରବେଶ କରିଥିଲେ। ସିକ୍ରେଟ ସର୍ଭିସ ନିଶ୍ଚିତ କରିଛି ଯେ ଘଟଣାଟି ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଘଟିଛି ଏବଂ ଡ୍ରାଇଭରକୁ ଅଧିକ ତଦନ୍ତ ପାଇଁ ଅଟକ ରଖାଯାଇଛି। ୟୁଏସ ସିକ୍ରେଟ ସର୍ଭିସେସର ଚିଫ ଅଫ କମ୍ୟୁନିକେଶନ ଆନ୍ଥୋନି ଗୁଗଲିମି ଏକ […] The post ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ଗାଡି ନେଇ ହ୍ବାଇଟ ହାଉସ ଭିତରେ ପଶିଲେ ବ୍ୟକ୍ତି appeared first on Dharitri Odia News.

ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ଗାଡି ନେଇ ହ୍ବାଇଟ ହାଉସ ଭିତରେ ପଶିଲେ ବ୍ୟକ୍ତି

ଓ୍ବାଶିଂଟନ,୯।୧: ଆମେରିକାର ହ୍ବାଇଟ ହାଉସର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ସୋମବାର ଜଣେ ଡ୍ରାଇଭର ତାଙ୍କ କାର ସହିତ ରାଷ୍ଟ୍ରପତି ବାଇଡେନଙ୍କ ଘରର ବାହାର ଫାଟକ ଦେଇ ପ୍ରବେଶ କରିଥିଲେ। ସିକ୍ରେଟ ସର୍ଭିସ ନିଶ୍ଚିତ କରିଛି ଯେ ଘଟଣାଟି ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଘଟିଛି ଏବଂ ଡ୍ରାଇଭରକୁ ଅଧିକ ତଦନ୍ତ ପାଇଁ ଅଟକ ରଖାଯାଇଛି।

ୟୁଏସ ସିକ୍ରେଟ ସର୍ଭିସେସର ଚିଫ ଅଫ କମ୍ୟୁନିକେଶନ ଆନ୍ଥୋନି ଗୁଗଲିମି ଏକ ବିବୃତ୍ତି ଜାରି କରି କହିଛନ୍ତି, ସନ୍ଧ୍ୟା ପ୍ରାୟ ୬ଟା ପୂର୍ବରୁ ହ୍ବାଇଟ ହାଉସ କମ୍ପ୍ଲେକ୍ସର ବାହ୍ୟ ଫାଟକ ସହିତ ଏକ ଗାଡି ମୁହାଁମୁହିଁ ଧକ୍କା ହେବାର କାରଣ ଏବଂ ପଦ୍ଧତି ଅନୁସନ୍ଧାନ କରୁଛୁ।
ତେବେ ଏହି ଘଟଣାରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ କୌଣସି ବିପଦ ନାହିଁ। ସେ ଏହି ସମୟରେ ହ୍ବାଇଟ ହାଉସରେ ଉପସ୍ଥିତ ନଥିଲେ। ତେବେ ଏହି ଘଟଣା ହ୍ବାଇଟ ହାଉସ ନିକଟରେ ବ୍ୟସ୍ତବହୁଳ ଛକ ୧୫ତମ ଷ୍ଟ୍ରିଟ ଏବଂ ପେନସିଲଭାନିଆ ଆଭେନ୍ୟୁରେ ଟ୍ରାଫିକ ବନ୍ଦ କରିଦେଇଥିଲା।

The post ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ଗାଡି ନେଇ ହ୍ବାଇଟ ହାଉସ ଭିତରେ ପଶିଲେ ବ୍ୟକ୍ତି appeared first on Dharitri Odia News.