ଘରେ ଛାଡ଼ିଦେବେ କହି ଯୁବତୀଙ୍କୁ ଅଟୋରେ ନେଇଗଲେ: ୭ ଦିନ ଭଡ଼ାଘରେ ରଖି କଲେ ଗଣ ବଳାତ୍କାର, ପରେ…

ବାଲିଗୁଡ଼ା,୧୯ା୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଛି। ଯୁବତୀଙ୍କୁ ଅଟୋରେ ଘରକୁ ଛାଡ଼ି ଦେବାକୁ କହି ୩ଜଣ ସାଙ୍ଗ ୭ଦିନ ଏକ ଭଡ଼ାଘରେ ରଖି ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତମାନଙ୍କୁ ରବିବାର ଗିରଫ କରିଛି। ଅଭିଯୁକ୍ତମାନଙ୍କ ଟିଆଇ ପରେଡ ହେବାକୁ ଥିବାରୁ ପୋଲିସ ସେମାନଙ୍କ ନାମ ପ୍ରକାଶ କରିନାହିଁ। ସେମାନେ ଯୁବତୀଙ୍କୁ ନେବା ପାଇଁ ବ୍ୟବହାର କରିଥିବା ଅଟୋ ଜବତ ହୋଇଛି। ଘଟଣାର […] The post ଘରେ ଛାଡ଼ିଦେବେ କହି ଯୁବତୀଙ୍କୁ ଅଟୋରେ ନେଇଗଲେ: ୭ ଦିନ ଭଡ଼ାଘରେ ରଖି କଲେ ଗଣ ବଳାତ୍କାର, ପରେ… appeared first on Dharitri Odia News.

ଘରେ ଛାଡ଼ିଦେବେ କହି ଯୁବତୀଙ୍କୁ ଅଟୋରେ ନେଇଗଲେ: ୭ ଦିନ ଭଡ଼ାଘରେ ରଖି କଲେ ଗଣ ବଳାତ୍କାର, ପରେ…

ବାଲିଗୁଡ଼ା,୧୯ା୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଛି। ଯୁବତୀଙ୍କୁ ଅଟୋରେ ଘରକୁ ଛାଡ଼ି ଦେବାକୁ କହି ୩ଜଣ ସାଙ୍ଗ ୭ଦିନ ଏକ ଭଡ଼ାଘରେ ରଖି ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତମାନଙ୍କୁ ରବିବାର ଗିରଫ କରିଛି। ଅଭିଯୁକ୍ତମାନଙ୍କ ଟିଆଇ ପରେଡ ହେବାକୁ ଥିବାରୁ ପୋଲିସ ସେମାନଙ୍କ ନାମ ପ୍ରକାଶ କରିନାହିଁ। ସେମାନେ ଯୁବତୀଙ୍କୁ ନେବା ପାଇଁ ବ୍ୟବହାର କରିଥିବା ଅଟୋ ଜବତ ହୋଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ସୋମବାର ବାଲିଗୁଡା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ ଓ ତଦନ୍ତ ଅଧିକାରୀ ଆଇଆଇସି ସମ୍ବିତ କୁମାର ସ୍ବାଇଁ ଖବରଦାତା ସମ୍ମିଳନୀରେ ଜଣାଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଗତ ୧୧ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ଯୁବତୀ ଜଣକ ଔଷଧ ଆଣିବା ପାଇଁ ବଜାରକୁ ଆସିଥିଲେ। ଘରକୁ ଫେରିବା ବେଳେ ସ୍ଥାନୀୟ ତ୍ରିବେଦୀ ପାର୍କ ସମ୍ମୁଖରୁ ଅଟୋ ଡ୍ରାଇଭର ତାଙ୍କୁ ଘରେ ଛାଡିଦେବା ପାଇଁ କହିଥିଲେ। ଯୁବତୀ ଜଣକ ଅଟୋରେ ବସିବା ପରେ ଡ୍ରାଇଭର ତାଙ୍କୁ ଘରେ ଛାଡିବା ପରିବର୍ତ୍ତେ ଏକ ଭଡାଘର ନିକଟକୁ ନେଇଥିଲେ। ଅଟୋରୁ ଯୁବତୀଙ୍କୁ ଜୋରଜବରଦସ୍ତ ଟାଣି ନେଇ ଉକ୍ତ ଘରେ ବନ୍ଦ କରିଦେଇଥିଲେ। ଏହାପରେ ଅଟୋଚାଳକ ସହ ୨ ସାଙ୍ଗ ମିଶି ତାଙ୍କୁ ବଳାତ୍କାର କରିଥିଲେ। ଯୁବତୀଙ୍କୁ ୭ ଦିନ ଭଡ଼ାଘରେ ରଖି ସେମାନେ ବଳାତ୍କାର କରିଥିଲେ। ଏ ନେଇ ସେ ଗତ ୧୭ ତାରିଖରେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ନଂ.୧୫୮/୨୫ରେ ଏକ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଏତଲାର ୨୪ ଘଣ୍ଟା ନ ପୁରୁଣୁ ଗିରଫ କରିବା ସହ ଡାକ୍ତର ମାଇନା କରାଯାଇଥିଲା। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ମହିଳାଙ୍କ ଉପରେ କୌଣସି ଅତ୍ୟାଚାର ଖବର ଆସିଲେ କାହାରିକୁ ଛଡାଯିବ ନାହିଁ ବୋଲି ଏସଡିପିଓ କହିଛନ୍ତି।

The post ଘରେ ଛାଡ଼ିଦେବେ କହି ଯୁବତୀଙ୍କୁ ଅଟୋରେ ନେଇଗଲେ: ୭ ଦିନ ଭଡ଼ାଘରେ ରଖି କଲେ ଗଣ ବଳାତ୍କାର, ପରେ… appeared first on Dharitri Odia News.