ବଢ଼ିଲା ମାଗଣା ଆଧାର ଅପଡେଟ୍ ସମୟ ସୀମା, ଜାଣନ୍ତୁ ଶେଷ ତାରିଖ କେବେ

ନୂଆଦିଲ୍ଲୀ: ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଆଧାର କାର୍ଡକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଯଦି ଆପଣ ଆଧାର କାର୍ଡରେ ଆପଣଙ୍କର ଠିକଣା କିମ୍ବା ମୋବାଇଲ୍ ନମ୍ବର ବଦଳାଇବାକୁ କିମ୍ବା ଆପଣଙ୍କ ନାମର ସ୍ପେଲିଂକୁ ସଂଶୋଧନ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ। ମାଗଣାରେ ଆଧାର ଅପଡେଟ୍ ତାରିଖକୁ ଆଜି ବୃଦ୍ଧି କରାଯାଇଛି। ତେବେ ପୂର୍ବରୁ, ଆସନ୍ତା ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଉପଭୋକ୍ତାମାନେ ମାଗଣାରେ ଆଧାର କାର୍ଡ ଅପଡେଟ୍ କରିପାରିବେ ବୋଲି […]

ବଢ଼ିଲା ମାଗଣା ଆଧାର ଅପଡେଟ୍ ସମୟ ସୀମା, ଜାଣନ୍ତୁ ଶେଷ ତାରିଖ କେବେ
Aadhaar Card

ନୂଆଦିଲ୍ଲୀ: ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଆଧାର କାର୍ଡକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଯଦି ଆପଣ ଆଧାର କାର୍ଡରେ ଆପଣଙ୍କର ଠିକଣା କିମ୍ବା ମୋବାଇଲ୍ ନମ୍ବର ବଦଳାଇବାକୁ କିମ୍ବା ଆପଣଙ୍କ ନାମର ସ୍ପେଲିଂକୁ ସଂଶୋଧନ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ। ମାଗଣାରେ ଆଧାର ଅପଡେଟ୍ ତାରିଖକୁ ଆଜି ବୃଦ୍ଧି କରାଯାଇଛି। ତେବେ ପୂର୍ବରୁ, ଆସନ୍ତା ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଉପଭୋକ୍ତାମାନେ ମାଗଣାରେ ଆଧାର କାର୍ଡ ଅପଡେଟ୍ କରିପାରିବେ ବୋଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ଏହି ଅବଧି ଶେଷ ହେବା ପୂର୍ବରୁ ଆଜି ଆଉ କିଛି ଦିନ ଯାଏଁ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଆପଣ ଆଗାମୀ ତିନି ମାସ ଅର୍ଥାତ୍ ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ମାଗଣାରେ ଆଧାର ଅପଡେଟ୍ କରିପାରିବେ। ଏନେଇ ଆଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ୟୁଆଇଡିଏଆଇ ପକ୍ଷରୁ ସୂଚନା ଦିଆଯାଇଛି।

ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ ଗତ କିଛି ମାସ ମଧ୍ୟରେ ଆଧାର ଅପଡେଟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହାକୁ ଦୃଷ୍ଟିରେ ରଖି ଆଧାର ମାଗଣା ଅପଡେଟ୍ କରିବାର ତାରିଖ ବୃଦ୍ଧି କରାଯାଇଛି। ଆଗାମୀ ତିନି ମାସ ଅର୍ଥାତ୍ ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ମାଗଣାରେ ଉପଭୋକ୍ତାମାନେ ଆଧାର ଅପଡେଟ୍ କରିପାରିବେ। ଆଧାର ବିବରଣୀ ଅପଡେଟ୍ କରିବାକୁ ମାଗଣା ସେବା ପାଇଁ myAdhaar ପୋର୍ଟାଲ ଉପଲବ୍ଧ ରହିଛି।