ବୟଫ୍ରେଣ୍ଡଙ୍କ ମା'ଙ୍କ ସହ ପୁଷ୍ପା-୨ ଦେଖିବାକୁ ଗଲେ ରଶ୍ମିକା, ଫଟୋ ଭାଇରାଲ୍...

ନୂଆଦିଲ୍ଲୀ ୦୭/୧୨: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଲଭଷ୍ଟୋରୀ । କାହାକୁ ଅଛପା । ଏମାନଙ୍କ ଲଭ୍ ଆଫେୟାର୍ସକୁ ନେଇ ଖୁବ୍ ଗସିପ୍ ହୁଏ । ଦୁଇ ଜଣ ଦୁଇଜଣଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ହୁଏ । ଅନେକ ଥର ଦୁଇ ଲଭ୍ ବାର୍ଡ ସ୍ପଟ୍ ବି ହୁ୍ଅନ୍ତି । ଯାହା ତାଙ୍କ ସଂପର୍କକୁ କନଫର୍ମ କରେ । ତେବେ ଉଭୟ ଷ୍ଟାର କିନ୍ତୁ ଏନେଇ କିଛି ଖୁଲାସା କରିନାହାଁନ୍ତି । ନିକଟରେ ରଶ୍ନିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ପୁଷ୍ପା-୨ ରିଲିଜ ହୋଇଛି । ଯାହାକୁ ଦେଖିବାକୁ ପୁରା ଲମ୍ୱା ଲାଇନ୍ ଲାଗୁଛି । ଏମିତିକି ସାଉଥଷ୍ଟାର ବି ହଲ ଯାଉଛନ୍ତି ଦେଖିବାକୁ । ନିକଟରେ ପ୍ରିମିୟର ଶୋ ବେଳେ କୋ-ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ ରଶ୍ମିକା । ତେବେ ରିଲିଜ ହେବା ପରେ ସେ ପୁଣିଥରେ ଯାଇଥିଲେ ଫିଲ୍ମ ଦେଖିବାକୁ । ତେବେ ଏ ସମୟରେ ତାଙ୍କ ସହ ନଥିଲେ ଅଲ୍ଲୁ । ଥିଏଟର ବାହାରର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । Rashmika & Vijay Deverakonda‘s family spotted watching #Pushpa2TheRule in AMB...????????#RashmikaMandanna #VijayDevarakonda pic.twitter.com/prGbMbHn7T— Rashmika Lover's❤️‍???? (@Rashuu_lovers) December 5, 2024ତେବେ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବିଜୟ ଦେବରକୋଣ୍ଡାଙ୍କ ମାଆ । ଖାଲି ମାଆ ମାଧବୀ ନୁହେଁ ସାଙ୍ଗରେ ଥିଲେ ଭାଇ ଆ

ବୟଫ୍ରେଣ୍ଡଙ୍କ ମା'ଙ୍କ ସହ ପୁଷ୍ପା-୨ ଦେଖିବାକୁ ଗଲେ ରଶ୍ମିକା, ଫଟୋ ଭାଇରାଲ୍...

ନୂଆଦିଲ୍ଲୀ ୦୭/୧୨: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଲଭଷ୍ଟୋରୀ । କାହାକୁ ଅଛପା । ଏମାନଙ୍କ ଲଭ୍ ଆଫେୟାର୍ସକୁ ନେଇ ଖୁବ୍ ଗସିପ୍ ହୁଏ । ଦୁଇ ଜଣ ଦୁଇଜଣଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ହୁଏ । ଅନେକ ଥର ଦୁଇ ଲଭ୍ ବାର୍ଡ ସ୍ପଟ୍ ବି ହୁ୍ଅନ୍ତି । ଯାହା ତାଙ୍କ ସଂପର୍କକୁ କନଫର୍ମ କରେ । ତେବେ ଉଭୟ ଷ୍ଟାର କିନ୍ତୁ ଏନେଇ କିଛି ଖୁଲାସା କରିନାହାଁନ୍ତି । 

ନିକଟରେ ରଶ୍ନିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ପୁଷ୍ପା-୨ ରିଲିଜ ହୋଇଛି । ଯାହାକୁ ଦେଖିବାକୁ ପୁରା ଲମ୍ୱା ଲାଇନ୍ ଲାଗୁଛି । ଏମିତିକି ସାଉଥଷ୍ଟାର ବି ହଲ ଯାଉଛନ୍ତି ଦେଖିବାକୁ । ନିକଟରେ ପ୍ରିମିୟର ଶୋ ବେଳେ କୋ-ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ ରଶ୍ମିକା । ତେବେ ରିଲିଜ ହେବା ପରେ ସେ ପୁଣିଥରେ ଯାଇଥିଲେ ଫିଲ୍ମ ଦେଖିବାକୁ । ତେବେ ଏ ସମୟରେ ତାଙ୍କ ସହ ନଥିଲେ ଅଲ୍ଲୁ । ଥିଏଟର ବାହାରର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । 


ତେବେ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବିଜୟ ଦେବରକୋଣ୍ଡାଙ୍କ ମାଆ । ଖାଲି ମାଆ ମାଧବୀ ନୁହେଁ ସାଙ୍ଗରେ ଥିଲେ ଭାଇ ଆନନ୍ଦ ଦେବରକୋଣ୍ଡା । ରଶ୍ମିକା ଏହି ଫଟୋରେ ଗୋଟିଏ ଅରେଞ୍ଜ କଲର ହୁଡି ପିନ୍ଧିଥିବା ନଜର ଆସିଥିଲେ । ଯେଉଁଥିରେ ଲେଖାଥିଲା ରାଉଡି । 'ରାଉଡି' ହେଉଛି ବିଜୟ ଦେବରକୋଣ୍ଡାଙ୍କ କ୍ଲଥିଂ ବ୍ରାଣ୍ଡ । ରଶ୍ଶିକା ପରିବାର ସହ ମୁଭି ଦେଖିବା ଫଟୋ ଦେଖିବା ପରେ ଲାଗୁଛି ରିଲେସନ ପୁରା କନଫର୍ମ । ଯେ ସେ ଏବେ ସିଙ୍ଗଲ ନାହାଁନ୍ତି । 

ଏହାପୂର୍ବରୁ ବି ରଶ୍ମିକା ବିଜୟ ଏକାଠି ଲଞ୍ଚ କରୁଥିବା ନଜର ଆସିଥିଲେ । ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି ରଶ୍ମିକା ଓ ବିଜୟ ଦେବରକୋଣ୍ଡା । ଏବେ ଅପେକ୍ଷା କେବି ମିଳିବ ଏହି ଗସିପ୍‌ ସଂପର୍କକୁ ସ୍ୱିକୃତି ।