ବୟସ ୧୮, ପାଠ ପଢ଼ିଛନ୍ତି ଦଶମ ; ତଥାପି ସେ ଏବେ ଆଇପିଏସ୍ ଅଫିସର

ନୂଆଦିଲ୍ଲୀ 24/09 : UPSC କ୍ରାକ୍ କରିବା ଅନେକଙ୍କ ସ୍ୱପ୍ନ। ଏଥିପାଇଁ ସେମାନେ କଠିନ ପରିଶ୍ରମ ବି କରନ୍ତି ।  ଦିନରାତି ଯେମିତି ଏକ କରି ଦିଅନ୍ତି ଏହାକୁ କ୍ୱାଲିଫାଏ କରିବାକୁ । ଏଠି ବି ଜଣେ ୧୮ବର୍ଷ ପିଲାର ଇଚ୍ଛା ହେବେ ଆଇପିଏସ୍‌ ଅଫିସର । କୁହନ୍ତିନା ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ୧୮ବର୍ଷର ପିଲାଟି ବି ଏସବୁ କୁ ସମ୍ଭବ କରି ଦେଇଛନ୍ତି।   ଯାହା ତାଙ୍କ ପାଇଁ ପଡ଼ିଛି ମହଙ୍ଗା । ତେବେ ଆପଣ ଭାବୁଥିବେ ଆମେ ଏମିତି କାହିଁକି କହୁଛୁ।  କହିବାର ଅର୍ଥ ସେ ପାଠ ପଢ଼ି ନୁହେଁ ୨ ଲକ୍ଷ ଟଙ୍କା ଦେଇ ହୋଇଥିଲେ ଟ୍ରେନି ଆଇପିଏସ୍‌ । କିଣିଥିଲେ ବର୍ଦ୍ଦି ଓ ବନ୍ଧୁକ । ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ଜାମୁଇ ଅଞ୍ଚଳରେ।  ବିହାର ଲଖିସରାଇ ଗୋବର୍ଦ୍ଧନ ବିଘା ଗ୍ରାମର ବାସିନ୍ଦା ମିଥିଳେଶ କୁମାର । ବୟସ ୧୮ ବର୍ଷ । ପାଠ ପଢିଛନ୍ତି ଦଶମ, କିନ୍ତୁ ସେ ଏବେ ଆଇପିଏସ୍‌ । ଏଥିପାଇଁ ସେ ୟୁପିଏସି ପରୀକ୍ଷା ଦେଇନାହାନ୍ତି। ଦଲାଲକୁ ୨ ଲକ୍ଷ ଟଙ୍କା ଦେଇ ସେ ହୋଇଛନ୍ତି ଟ୍ରେନି ଆଇପିଏସ୍‌ । ସେ ପିନ୍ଧିଥିବା ପୋଲିସ ବର୍ଦ୍ଦିରେ ଥିଲା ଆଇପିଏସ ବ୍ୟାଚ ଓ ୩ଟି ଷ୍ଟାର । ହାତରେ ବନ୍ଧୁକ ଓ ପୋଲିସ ବର୍ଦ୍ଦିରେ ସେ ନିଜକୁ ଖୁବ୍ ପାଓ୍ବାରଫୁଲ ବୋଲି ଭାବୁଥିଲେ। କିନ୍ତୁ ସେ ଜଣେ ନକଲି ଆଇପିଏସ୍‌ ବୋଲି ଜଣା ପଡ଼ିବା ପରେ ତାଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ପରେ ମିଥିଳେଶ କହିଛନ୍ତି, ''ମନୋଜ ସିଂଙ୍କ ନାମକ ଜଣେ ବ୍ୟକ୍ତି ମୋତେ ଆଇପିଏସ

ବୟସ ୧୮, ପାଠ ପଢ଼ିଛନ୍ତି ଦଶମ ; ତଥାପି ସେ ଏବେ ଆଇପିଏସ୍ ଅଫିସର

ନୂଆଦିଲ୍ଲୀ 24/09 : UPSC କ୍ରାକ୍ କରିବା ଅନେକଙ୍କ ସ୍ୱପ୍ନ। ଏଥିପାଇଁ ସେମାନେ କଠିନ ପରିଶ୍ରମ ବି କରନ୍ତି ।  ଦିନରାତି ଯେମିତି ଏକ କରି ଦିଅନ୍ତି ଏହାକୁ କ୍ୱାଲିଫାଏ କରିବାକୁ । ଏଠି ବି ଜଣେ ୧୮ବର୍ଷ ପିଲାର ଇଚ୍ଛା ହେବେ ଆଇପିଏସ୍‌ ଅଫିସର । କୁହନ୍ତିନା ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ୧୮ବର୍ଷର ପିଲାଟି ବି ଏସବୁ କୁ ସମ୍ଭବ କରି ଦେଇଛନ୍ତି।   ଯାହା ତାଙ୍କ ପାଇଁ ପଡ଼ିଛି ମହଙ୍ଗା । ତେବେ ଆପଣ ଭାବୁଥିବେ ଆମେ ଏମିତି କାହିଁକି କହୁଛୁ।  କହିବାର ଅର୍ଥ ସେ ପାଠ ପଢ଼ି ନୁହେଁ ୨ ଲକ୍ଷ ଟଙ୍କା ଦେଇ ହୋଇଥିଲେ ଟ୍ରେନି ଆଇପିଏସ୍‌ । କିଣିଥିଲେ ବର୍ଦ୍ଦି ଓ ବନ୍ଧୁକ । 

ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ଜାମୁଇ ଅଞ୍ଚଳରେ।  ବିହାର ଲଖିସରାଇ ଗୋବର୍ଦ୍ଧନ ବିଘା ଗ୍ରାମର ବାସିନ୍ଦା ମିଥିଳେଶ କୁମାର । ବୟସ ୧୮ ବର୍ଷ । ପାଠ ପଢିଛନ୍ତି ଦଶମ, କିନ୍ତୁ ସେ ଏବେ ଆଇପିଏସ୍‌ । ଏଥିପାଇଁ ସେ ୟୁପିଏସି ପରୀକ୍ଷା ଦେଇନାହାନ୍ତି। ଦଲାଲକୁ ୨ ଲକ୍ଷ ଟଙ୍କା ଦେଇ ସେ ହୋଇଛନ୍ତି ଟ୍ରେନି ଆଇପିଏସ୍‌ । ସେ ପିନ୍ଧିଥିବା ପୋଲିସ ବର୍ଦ୍ଦିରେ ଥିଲା ଆଇପିଏସ ବ୍ୟାଚ ଓ ୩ଟି ଷ୍ଟାର । ହାତରେ ବନ୍ଧୁକ ଓ ପୋଲିସ ବର୍ଦ୍ଦିରେ ସେ ନିଜକୁ ଖୁବ୍ ପାଓ୍ବାରଫୁଲ ବୋଲି ଭାବୁଥିଲେ। କିନ୍ତୁ ସେ ଜଣେ ନକଲି ଆଇପିଏସ୍‌ ବୋଲି ଜଣା ପଡ଼ିବା ପରେ ତାଙ୍କୁ ଗିରଫ କରିଛି ପୋଲିସ୍। 

ଗିରଫ ପରେ ମିଥିଳେଶ କହିଛନ୍ତି, ''ମନୋଜ ସିଂଙ୍କ ନାମକ ଜଣେ ବ୍ୟକ୍ତି ମୋତେ ଆଇପିଏସ୍‌ କରାଇ ଦେବାକୁ କହିଥିଲେ। ଏଥିପାଇଁ ସେ ମୋଠାରୁ ୨ଲକ୍ଷ ଟଙ୍କା ନେଇଥିଲେ। ଖୁବଶୀଘ୍ର ମୋର ଡ୍ୟୁଟି ଆରମ୍ଭ ହୋଇଯିବ ବୋଲି ମନୋଜ ମୋତେ କହିଥିଲେ । ମୋତେ ସମସ୍ତେ ଯେମିତି ଆଇପିଏସ୍‌ ଭାବେ ଗ୍ରହଣ କରିବେ ସେଥିପାଇଁ ଏକ ଦାମୀ ବାଇକ ରଖିଥିଲି । ଯେଉଁଥିରେ ବିହାର ପୋଲିସର ଲୋଗୋ ଲଗାଇଥିଲି ।''

Also Read- ଯେଉଁ ମିଠା ଖାଉଛନ୍ତି ;ତାହା ଅସଲି ଘିଅରେ ପ୍ରସ୍ତୁତ ତ, ଆପଣ ବି ଖାଉନାହାନ୍ତି ତ ପଶୁ ଚର୍ବି ମିଶା ଖାଦ୍ୟ ?

 ପ୍ରତିଦିନ ପୋଲିସ ପୋଷାକ ସହ ନିଜକୁ ଆଇପିଏସ୍‌ କହି ସିକନ୍ଦରରେ ଦବଦବା ଦେଖାଉଥିଲା ମିଥିଳେଶ । ସ୍ଥାନୀୟ ଲୋକଙ୍କର ସନ୍ଦେହ ହେବାରୁ ସେମାନେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିଲା । ତେବେ ଏହି ଘଟଣାକୁ ନେଇ NCIB ଏକ ଭିଡ଼ିଓ ପୋଷ୍ଟ କରିଛି ଏକ୍ସ ଆକାଉଣ୍ଟରେ । ଯାହା ମଧ୍ୟ ପ୍ରବଳ ମାତ୍ରରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ସେପ୍ଟେମ୍ବର ୨୦ରେ  ସେୟାର କରାଯାଇଥିଲା।  ଯାହାକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ଏଥିରେ କମେଣ୍ଟ ବି କରିଛନ୍ତି।  କିଏ ଲେଖିଛନ୍ତି ଏଭଳି ଲୋକ ସମାଜ ପାଇଁ କଳଙ୍କ। ପିଲାଟି ଅନେକଙ୍କୁ ବୋକା ବନେଇଛି। ସେ ଏହାର ଅର୍ଥ କଣ ବୁଝି ନାହାନ୍ତି।  ଆଉ ଜଣେ ଲେଖିଛନ୍ତି ପିଲାଟି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଆଉ ଜଣେ ଲେଖିଛନ୍ତି ମନୋଜକୁ ଆରେଷ୍ଟ କର।