ଭକ୍ତମାନଙ୍କ ସହଜ ଦର୍ଶନ ପାଇଁ ଗ୍ରହଣ କରାଯିବ ନୂଆ ବ୍ୟବସ୍ଥା: ବୃଦ୍ଧବୃଦ୍ଧା, ମହିଳାଙ୍କ ପାଇଁ ଅଲଗା ଧାଡ଼ି

ପୁରୀ,୩୦।୮: ଶୁକ୍ରବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭକ୍ତମାନଙ୍କ ସହଜ ଦର୍ଶନଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ କରାଯିବ। ଏଏସ୍‌ଆଇ ମରାମତି କାର୍ଯ୍ୟ ସାରିବା ପରେ ସୁନା ଛାଉଣୀ ହେବ। ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବ। ସୁନା ଛାଉଣୀ ପ୍ରସ୍ତାବକୁ […] The post ଭକ୍ତମାନଙ୍କ ସହଜ ଦର୍ଶନ ପାଇଁ ଗ୍ରହଣ କରାଯିବ ନୂଆ ବ୍ୟବସ୍ଥା: ବୃଦ୍ଧବୃଦ୍ଧା, ମହିଳାଙ୍କ ପାଇଁ ଅଲଗା ଧାଡ଼ି appeared first on Dharitri Odia News.

ଭକ୍ତମାନଙ୍କ ସହଜ ଦର୍ଶନ ପାଇଁ ଗ୍ରହଣ କରାଯିବ ନୂଆ ବ୍ୟବସ୍ଥା: ବୃଦ୍ଧବୃଦ୍ଧା, ମହିଳାଙ୍କ ପାଇଁ ଅଲଗା ଧାଡ଼ି

ପୁରୀ,୩୦।୮: ଶୁକ୍ରବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭକ୍ତମାନଙ୍କ ସହଜ ଦର୍ଶନଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ କରାଯିବ। ଏଏସ୍‌ଆଇ ମରାମତି କାର୍ଯ୍ୟ ସାରିବା ପରେ ସୁନା ଛାଉଣୀ ହେବ। ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବ। ସୁନା ଛାଉଣୀ ପ୍ରସ୍ତାବକୁ ପରିଚାଳନା କମିଟିରେ ଅନୁମତି ମିଳିଛି।

ସେହିପରି ଶ୍ରଦ୍ଧାଳୁଙ୍କ ସହଜ ଦର୍ଶନ ପାଇଁ ଶ୍ରୀମନ୍ଦିର ନାଟ ମଣ୍ଡପରେ ଏୟାର କଣ୍ଡିସନ ବ୍ୟବସ୍ଥା ହେବ। ବୃଦ୍ଧବୃଦ୍ଧା, ମହିଳାଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରାଯିବ। ଏପରିକି ମହିଳାଙ୍କ ପାଇଁ ଅଲଗା, ପୁରୁଷଙ୍କ ପାଇଁ ଅଲଗା ଧାଡ଼ି କରାଯିବ। ଏହାସହିତ ନାଟ ମଣ୍ଡପରେ ଥିବା ଆଲମୀରା କାଢ଼ି ଦିଆଯିବ। ସେବାୟତଙ୍କ ସହ ଆଲୋଚନା କରାଯାଇ ଆଲମୀରା କଢ଼ାଯିବ। ଦର୍ଶନ ବ୍ୟବସ୍ଥା ବ୍ୟତୀତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ରେକର୍ଡର ଡିଜିଟାଇଜେସନ କରିବାକୁ ନିଷ୍ପତି ନିଆଯାଇଛି। ଓରସାକ ସହାୟତାରେ ସମସ୍ତ ଜମି ରେକର୍ଡ ଡିଜିଟାଇଜେସନ ହେବ।

The post ଭକ୍ତମାନଙ୍କ ସହଜ ଦର୍ଶନ ପାଇଁ ଗ୍ରହଣ କରାଯିବ ନୂଆ ବ୍ୟବସ୍ଥା: ବୃଦ୍ଧବୃଦ୍ଧା, ମହିଳାଙ୍କ ପାଇଁ ଅଲଗା ଧାଡ଼ି appeared first on Dharitri Odia News.