ମେଷ

ଉଚ୍ଚସ୍ଥ ରବିଙ୍କ ଯୋଗୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ପାଇବ। ଉତ୍ତମ ପାରିବାରିକ ସମ୍ପର୍କ ଲୋକସମ୍ପର୍କ ବୃଦ୍ଧିରେ ସହାୟକ ହୋଇପାରେ। ସବୁକଥାକୁ ଭଲରୂପେ ବିଚାରପୂର୍ବକ କାମ କରି ଆଗକୁ ବଢ଼ିବା ଠିକ୍ ହେବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ନିର୍ମାଣ, ପ୍ରଶାସନ ଓ ଆଇନ କ୍ଷେତ୍ରରେ ସୁଫଳ ପାଇବେ।
ବୃଷ

ଆଜି ଅର୍ଥଲାଭ, ନୂତନ ବନ୍ଧୁତ୍ୱ ଏବଂ ଉଚ୍ଚ ସ୍ତରରେ ସମ୍ପର୍କରେ ଉନ୍ନତି ଘଟିବ। ଆନୁଷ୍ଠାନିକ କାମ ସକାଶେ ଧଁାଦଉଡ କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ରିଏଲ୍ଇଷ୍ଟେଟ୍, ହୋଟେଲ, ରେଷ୍ଟୁରାଣ୍ଟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ବିବାଦୀୟ ମନ୍ତବ୍ୟରେ ମୁଣ୍ଡ ନପୂରାଇବା ଭଲ।
ମିଥୁନ

ମନ କଥା କହିବାକୁ ଇଚ୍ଛା ଥିଲେ ମଧ୍ୟ ସଂକୋଚ ବଶତଃ ବନ୍ଧୁଙ୍କୁ କହିପାରିବେ ନାହିଁ। ନିଜର କୃତି ଓ କୃତିତ୍ୱ ସକାଶେ ସାମାଜିକ ସ୍ତରରେ ଶୁଭେଚ୍ଛୁମାନଙ୍କ ଶ୍ରଦ୍ଧାଭାଜନ ହେବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ଚିନ୍ତା ପ୍ରକଟ କରିପାରନ୍ତି। ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତବୋଧ କରିବାର ସୂଚନା ରହିଛି।
କର୍କଟ

କୃତି ଓ କୃତିତ୍ୱ କାରଣରୁ ସମାଜରେ ସୁପ୍ରତିଷ୍ଠିତ ହେବା ସାଙ୍ଗକୁ ଆତ୍ମୀୟଙ୍କ ସହ ଆତ୍ମୀୟତା ବୃଦ୍ଧି ପାଇବ। ନିର୍ମାଣ କାର୍ଯ୍ୟରେ, ମାଲିମକଦ୍ଦମା, କ୍ରୟବାଣିଜ୍ୟରେ ସ୍ଥିତି ଅନୁକୂଳ ହୋଇପାରେ। ସହକର୍ମୀଙ୍କ ପ୍ରତ୍ୟେକ କଥା ଓ ପରାମର୍ଶକୁ ବିଚାରପୂର୍ବକ ଗ୍ରହଣ ଓ କାର୍ଯ୍ୟକାରୀ କରିବା ଠିକ୍ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇପାରନ୍ତି।
ସି˚ହ

ରବିଙ୍କ ସୁପ୍ରଭାବରୁ ଉଚ୍ଚସ୍ତରରେ ସୁସମ୍ପର୍କ ବୃଦ୍ଧି ପାଇବା ସାଙ୍ଗକୁ ଗୌରବାନ୍ବିତ ହେବେ। ଆଜିର ବନ୍ଧୁମିଳନରେ ସମ୍ମାନ, ଉପଢୌକନ, ସ୍ବାଗତ, ସମ୍ବର୍ଦ୍ଧନା ମଧ୍ୟ ପାଇପାରନ୍ତି। ବିବାଦୀୟ ପରିସ୍ଥିତିର ମୁକାବିଲା କରି ସଫଳତା ପାଇବେ। ବ୍ୟବସାୟ, ପରିବହନ ସାଙ୍ଗକୁ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା

ଆଜିର ଦିନଟି ଅର୍ଥଲାଭ, ଗବେଷଣା, ରୁଦ୍ଧଦ୍ୱାର ବୈଠକ ପାଇଁ ଅନୁକୂଳ ରହିବ। ସ୍ବାସ୍ଥ୍ୟହାନି ସାଙ୍ଗକୁ କେତେକ ଅନିଚ୍ଛାକୃତ ତ୍ରୁଟି ମଧ୍ୟରେ ଗତିକରିବାରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। ନିଜର ଈର୍ଷାପରାୟଣ ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିପାରନ୍ତି।
ତୁଳା

ଉଦ୍ୟମକୁ ସାକାର କରିବା ପାଇଁ ଚେଷ୍ଟିତ ରହିବେ ଏବଂ ସମ୍ପର୍କୀୟଙ୍କ ସହଯୋଗ ପାଇପାରିବେ। ଚିତ୍ରା ନକ୍ଷତ୍ର ବହୁତ ଚେଷ୍ଟା କରି ମଧ୍ୟ କାମ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। କୌଣସି ଜିନିଷ କିଣିବା ସକାଶେ ଅର୍ଥର ଆବଶ୍ୟକତା ପାଇଁ ବ୍ୟସ୍ତତା ବଢ଼ିଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସକାଶେ ଦିନଟି ଅନୁକୂଳ ରହିବ।
ବିଛା

ଅତି ନିକଟତର ବ୍ୟକ୍ତିଙ୍କ ବିରୁଦ୍ଧାଚରଣ ସମସ୍ୟା ସୃଷ୍ଟି କରିପାରେ। କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣା ଯୋଗୁ ନିଜ ଲୋକଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି ା ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି। ଆଳସ୍ୟ ଏବଂ ଅବହେଳା ଜନିତ କର୍ମକ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଯାଇପାରେ।
ଧନୁ

ଆଜି ଅର୍ଥଲାଭ, ଆଇନ ସହାୟତା, ସାମାଜିକ ସମର୍ଥନ ସହ ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ପ୍ରତିଯୋଗିତାରେ ସଫଳତା, ରାଜନୈତିକ ଉତ୍କର୍ଷ, ବିଜାତୀୟଙ୍କ ବନ୍ଧୁତାରୁ ଉପକୃତ ହେବେ। ବନ୍ଧୁଙ୍କ ଅନୁରୋଧରେ ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ। ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
ମକର

ଦିନଟିରେ ଯେମିତି ଆଶା କରୁଛନ୍ତି ତାହା ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ଆପଣଙ୍କ କଥା ଓ କାମର ପ୍ରଶଂସାରେ ଆତ୍ମବିଭୋର ହୋଇପାରନ୍ତି। ସରକାରୀ ସାହାଯ୍ୟ ପାଇବା ସାଙ୍ଗକୁ ଆନୁଷ୍ଠାନିକ କାମରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ।
କୁମ୍ଭ

ଯେତେ ଚେଷ୍ଟା କଲେ ମଧ୍ୟ ଆଜି ଆପଣଙ୍କର ଆଶା ଆଶାରେ ହିଁ ରହିଯିବାର ଆଶଙ୍କା ରହିଛି। ଅବଶ୍ୟ ବନ୍ଧୁଙ୍କ ସାହାଯ୍ୟ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାର ଆଶା ରହିଛି। ଦୈହିକ, ମାନସିକ ସ୍ଥିତି ଏକପ୍ରକାର ଭଲ ରହିବାରୁ ଆଶ୍ୱସ୍ତି ଲାଭ କରିବେ।
ମୀନ
ଇଚ୍ଛା ଓ ଅଭିଳାଷ ପୂରଣ ସକାଶେ ବନ୍ଧୁଙ୍କ ସହଯୋଗ ଅତ୍ୟାବଶ୍ୟକ ମନେକରିପାରନ୍ତି। ସମସ୍ୟା ମଧ୍ୟରେ ପ୍ରାପ୍ୟ ପାଇବେ ଏବଂ କାମ ମଧ୍ୟ ସମ୍ପନ୍ନ କରିପାରିବେ। ତଥାପି ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ। ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହେବେ ମାତ୍ର ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
The post ରାଶିଫଳ: ଶନିବାର, ମେ ୧୭ ତାରିଖ – Daily Horoscope appeared first on Dharitri Odia News.