ଭଗତ ସିଂଙ୍କୁ ଆତଙ୍କବାଦୀ କହିଲା ପାକିସ୍ତାନ

ଇସଲାମାବାଦ୍‌,୧୧।୧୧୧: ପାକିସ୍ତାନ ସରକାର ଲାହୋରର ଶାଦମାନ ଚୌକ ନାମ ବଦଳାଇ ଶହୀଦ ଭଗତ ସିଂଙ୍କ ନାଁ ରଖାଯିବ ଯୋଜନା ଶେଷରେ ରଦ୍ଦ ହୋଇଛି। ଏହି ପଦକ୍ଷେପ ଜଣେ ଅବସରପ୍ରାପ୍ତ ସୈନ୍ୟ ଅଧିକାରୀଙ୍କ ଆପତ୍ତି ପରେ ଉଠାଯାଇଛି। ଲାହୋର ହାଇକୋର୍ଟରେ ଆସିଷ୍ଟାଣ୍ଟ ଆଡଭୋକେଟ ଜେନେରାଲ ଅସଗର ଲେଗରୀ ଲିଖିତ ଉତ୍ତରରେ ଭଗତ ସିଂ ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଲାହୋର ନଗର ନିଗମ ଲାହୋର ହାଇକୋର୍ଟରେ ଏକ ଜବାବରେ କହିଛନ୍ତି, ଶାଦମାନ ଚୌକ ନାଁ ଭଗତ ସିଂଙ୍କ […] The post ଭଗତ ସିଂଙ୍କୁ ଆତଙ୍କବାଦୀ କହିଲା ପାକିସ୍ତାନ appeared first on Dharitri Odia News.

ଭଗତ ସିଂଙ୍କୁ ଆତଙ୍କବାଦୀ କହିଲା ପାକିସ୍ତାନ

ଇସଲାମାବାଦ୍‌,୧୧।୧୧୧: ପାକିସ୍ତାନ ସରକାର ଲାହୋରର ଶାଦମାନ ଚୌକ ନାମ ବଦଳାଇ ଶହୀଦ ଭଗତ ସିଂଙ୍କ ନାଁ ରଖାଯିବ ଯୋଜନା ଶେଷରେ ରଦ୍ଦ ହୋଇଛି। ଏହି ପଦକ୍ଷେପ ଜଣେ ଅବସରପ୍ରାପ୍ତ ସୈନ୍ୟ ଅଧିକାରୀଙ୍କ ଆପତ୍ତି ପରେ ଉଠାଯାଇଛି। ଲାହୋର ହାଇକୋର୍ଟରେ ଆସିଷ୍ଟାଣ୍ଟ ଆଡଭୋକେଟ ଜେନେରାଲ ଅସଗର ଲେଗରୀ ଲିଖିତ ଉତ୍ତରରେ ଭଗତ ସିଂ ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଲାହୋର ନଗର ନିଗମ ଲାହୋର ହାଇକୋର୍ଟରେ ଏକ ଜବାବରେ କହିଛନ୍ତି, ଶାଦମାନ ଚୌକ ନାଁ ଭଗତ ସିଂଙ୍କ ନାଁ ରଖିବା ଏବଂ ତାଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିବା ପାଇଁ ପ୍ରସ୍ତାବିତ ଯୋଜନା ଅବସରପ୍ରାପ୍ତ କମାଣ୍ଡର ତାରିକ ମାଜିଦଙ୍କ ଦ୍ୱାରା ଆପତ୍ତି ଉଠାଇବା ପରେ ଏହାକୁ ରଦ୍ଦ କରାଯାଇଛି।

ପଞ୍ଜାବ ପ୍ରାନ୍ତ ସରକାର ହାଇକୋର୍ଟରେ ନିଜ ପକ୍ଷ ରଖି କହିଛନ୍ତି, ଭଗତ ସିଂ ଜଣେ ସ୍ବାଧୀନତା ସଂଗ୍ରାମୀ ନୁହେଁ, ବରଂ ଆଜିର ପରିଭାଷାରେ ଆତଙ୍କବାଦୀ ଥିଲେ। ଭଗତ ସିଂ ମେମୋରିଆଲ ଫାଉଣ୍ଡେସନ ପାକିସ୍ତାନର ସଭାପତି ଇମତିଆଜ ରସିଦ କୁରେଶି ଲାହୋର ହାଇକୋର୍ଟରେ ଅବମାନନା ଆବେଦନ କରିଥିଲେ।

The post ଭଗତ ସିଂଙ୍କୁ ଆତଙ୍କବାଦୀ କହିଲା ପାକିସ୍ତାନ appeared first on Dharitri Odia News.