ଭଙ୍ଗା ଦଦରା ଅବସ୍ଥାରେ ସେବା ଯୋଗାଉଛି ଆମ୍ବୁଲାନ୍ସ: ରୋଗୀଙ୍କ ଜୀବନ ସହ ଖେଳୁଛି ବିଭାଗ
ଫିରିଙ୍ଗିଆ,୨୦ା୧୨(ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ମେଡିକାଲ ସମ୍ମୁଖରେ ଏକ ୧୦୮ ଆମ୍ବୁଲାନ୍ସ ଅଚଳ ହୋଇ ପଡିଛି। ଫଳରେ ରୋଗୀ ଆମ୍ବୁଲାନ୍ସ ସେବା ପାଇପାରୁନାହାନ୍ତି। ୨୦୧୯ରେ ଏକ ଆମ୍ବୁଲାନ୍ସ ଗୋଛାପଡା ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଗାଡ଼ି ବିପଦପୂର୍ଣ୍ଣ ଭାବେ ସେବା ଯୋଗାଉଛି। ଗାଡ଼ିର ସମ୍ମୁୁଖ ଭାଗ ନଷ୍ଟ ହୋଇଯାଇଥିବା ବେଳେ ଚାଳକ ସାଇଡ ଗେଟର କାଚ ଭାଙ୍ଗିଯାଇଛି। ଝରକା କାଚ ଭାଙ୍ଗି ହଲୁ ଥିବାରୁ ତା’କୁ ରଶିରେ ବନ୍ଧାଯାଇଛି। ଗାଡ଼ିର କିଛି ଯନ୍ତ୍ରାଂଶ […] The post ଭଙ୍ଗା ଦଦରା ଅବସ୍ଥାରେ ସେବା ଯୋଗାଉଛି ଆମ୍ବୁଲାନ୍ସ: ରୋଗୀଙ୍କ ଜୀବନ ସହ ଖେଳୁଛି ବିଭାଗ appeared first on Dharitri Odia News.
ଫିରିଙ୍ଗିଆ,୨୦ା୧୨(ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ମେଡିକାଲ ସମ୍ମୁଖରେ ଏକ ୧୦୮ ଆମ୍ବୁଲାନ୍ସ ଅଚଳ ହୋଇ ପଡିଛି। ଫଳରେ ରୋଗୀ ଆମ୍ବୁଲାନ୍ସ ସେବା ପାଇପାରୁନାହାନ୍ତି। ୨୦୧୯ରେ ଏକ ଆମ୍ବୁଲାନ୍ସ ଗୋଛାପଡା ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଗାଡ଼ି ବିପଦପୂର୍ଣ୍ଣ ଭାବେ ସେବା ଯୋଗାଉଛି। ଗାଡ଼ିର ସମ୍ମୁୁଖ ଭାଗ ନଷ୍ଟ ହୋଇଯାଇଥିବା ବେଳେ ଚାଳକ ସାଇଡ ଗେଟର କାଚ ଭାଙ୍ଗିଯାଇଛି। ଝରକା କାଚ ଭାଙ୍ଗି ହଲୁ ଥିବାରୁ ତା’କୁ ରଶିରେ ବନ୍ଧାଯାଇଛି। ଗାଡ଼ିର କିଛି ଯନ୍ତ୍ରାଂଶ ଖରାପ ହୋଇଛି।
ଏ ନେଇ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳ, ସିଡିଏମ୍ଓ,ସଚିବଙ୍କ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୋଣସି ସୁଫଳ ମିଳି ନ ଥିବା ଆମ୍ବୁଲାନ୍ସ ଚାଳକ ସଞ୍ଜିବ ମହାନ୍ତି ଓ ସଞ୍ଜୟ ବିନ୍ଧାଣି କହିଛନ୍ତି। ସୂଚନାଯୋଗ୍ୟ, ଏବେବି ଉପାନ୍ତ ଅଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଉତ୍ତମ ସ୍ବାସ୍ଥ୍ୟସେବା ମିଳିପାରୁନାହି। କେଉଁଠି ଗର୍ଭବତୀ ମହିଳାଙ୍କୁ ଖଟରେ ବୁହା ଯାଉଛି ତ ଆଉ କେଉଁଠି ଗର୍ଭବତୀ ମହିଳା ବାଟରେ ସନ୍ତାନ ପ୍ରସବ କରିବାର ନଜିର ରହିଛି। କେଉଁଠି ଆମ୍ବୁଲାନ୍ସ ସୁବିଧା ଥାଇ ଗାଁକୁ ରାସ୍ତା ନାହିଁ ତ ଆଉ କେଉଁଠି ବିପଦସଙ୍କୁଳ ଭାବେ ଆମ୍ବୁଲାନ୍ସ ଚାଲିଛି।
The post ଭଙ୍ଗା ଦଦରା ଅବସ୍ଥାରେ ସେବା ଯୋଗାଉଛି ଆମ୍ବୁଲାନ୍ସ: ରୋଗୀଙ୍କ ଜୀବନ ସହ ଖେଳୁଛି ବିଭାଗ appeared first on Dharitri Odia News.