ଭଙ୍ଗାଘରେ ପଲିଥିନ୍ ତଳେ ଜୀବନ । ଦିନକୁ ଦିନ ବଢୁଛି ଦଳିତଙ୍କ ଦୁର୍ଦ୍ଦଶା, ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ ।
କନକ ବ୍ୟୁରୋ: ପଲିଥିନ୍ ତଳେ ବିତୁଛି ଜୀବନ । ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୨୫ ପରିବାର ଭାଗ୍ୟ ଏହି ଝାଟି ମାଟି ପଲିଥିନ୍ ତଳେ । ଗୋପ ବ୍ଲକର ଦଶମାଣ ଗାଁର ଚିତ୍ର ଦେଖିଲେ ବିଶ୍ୱାସ କରିବା ମୁସ୍କିଲ୍ । ଗାଁରେ ୧୦୦ରୁ ଅଧିକ ଲୋକ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ନା ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ଅଛି ନାଁ ଅଭିଯୋଗ କଲେ ଘର ଖଣ୍ଡିଏ ମିଳିପାରୁଛି । ଗାଁରେ ରହୁଥିବା ଏହି ଦଳିତ ପରିବାରଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଚି । ସମସ୍ତେ ଦିନ ମଜୁରିଆ ଭାବରେ କାମ କରୁଥିବାବେଳେ ପୁଷ୍ଟି ଯୁକ୍ତ ଖାଦ୍ୟ ପିଲା ଛୁଆଙ୍କ ପାଇଁ ଯେମିତି ସ୍ୱପ୍ନ ପାଲଟିଛି । ତେବେ ଅଭିଯୋଗ ପରେ ଆବାସ ପାଇଁ ହିତାଧିକାରୀ ଚୟନ ଚାଲିଛି । ଗାଁରେ ଖୁସିର ମାହୋଲ ଦେଖିବାକୁ ମିଳିଥିବା ବେଳେ ଲୋକଙ୍କ ମୁହଁରେ ଖୁବଶୀଘ୍ର ଫିଟିବ ଗାଁର ଭାଗ୍ୟ । ବଦଳିବ ଗାଁର ଚିତ୍ର । ଦୀର୍ଘ ୨୫ ବର୍ଷ ପରେ ଗାଁର ଉନ୍ନତି କରଣ ନେଇ ଗାଁର ଲୋକମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି । ପ୍ରତିଥର ନିର୍ବାଚନ ସମୟରେ ପ୍ରତିଶ୍ରୁତି ମିଳେ ଆଉ ତାପରେ ସମସ୍ତେ ଭୁଲିଯାନ୍ତି ଗାଁକୁ ଦଶମାଣ ଗାଁକୁ । ଏବେ ପୁଣି ମିଳିଛି ନିର୍ଭର ପ୍ରତିଶ୍ରୁତି । ଗାଁ ଉନ୍ନତିକରଣ ନେଇ ଖୁସିର ମାହେଲେ ଜମିଛି । ଦୀର୍ଘ ବର୍ଷ ଧରି ଗାଁରେ ଲୋକମାନେ ବହୁ ଦୁର୍ଦ୍ଦଶାରେ ରହୁଥିବା ବେଳେ ଏବେ ଉନ୍ନତିକରଣ ଉପରେ ଗୁରୁତ୍ବ ଦିଆଯାଇପାରିଲ ଗ୍ରାମବାସୀ ଉପକୃତ ହୋଇପାରିବେ ।

କନକ ବ୍ୟୁରୋ: ପଲିଥିନ୍ ତଳେ ବିତୁଛି ଜୀବନ । ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୨୫ ପରିବାର ଭାଗ୍ୟ ଏହି ଝାଟି ମାଟି ପଲିଥିନ୍ ତଳେ । ଗୋପ ବ୍ଲକର ଦଶମାଣ ଗାଁର ଚିତ୍ର ଦେଖିଲେ ବିଶ୍ୱାସ କରିବା ମୁସ୍କିଲ୍ । ଗାଁରେ ୧୦୦ରୁ ଅଧିକ ଲୋକ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ନା ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ଅଛି ନାଁ ଅଭିଯୋଗ କଲେ ଘର ଖଣ୍ଡିଏ ମିଳିପାରୁଛି । ଗାଁରେ ରହୁଥିବା ଏହି ଦଳିତ ପରିବାରଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଚି । ସମସ୍ତେ ଦିନ ମଜୁରିଆ ଭାବରେ କାମ କରୁଥିବାବେଳେ ପୁଷ୍ଟି ଯୁକ୍ତ ଖାଦ୍ୟ ପିଲା ଛୁଆଙ୍କ ପାଇଁ ଯେମିତି ସ୍ୱପ୍ନ ପାଲଟିଛି । ତେବେ ଅଭିଯୋଗ ପରେ ଆବାସ ପାଇଁ ହିତାଧିକାରୀ ଚୟନ ଚାଲିଛି । ଗାଁରେ ଖୁସିର ମାହୋଲ ଦେଖିବାକୁ ମିଳିଥିବା ବେଳେ ଲୋକଙ୍କ ମୁହଁରେ ଖୁବଶୀଘ୍ର ଫିଟିବ ଗାଁର ଭାଗ୍ୟ । ବଦଳିବ ଗାଁର ଚିତ୍ର ।
ଦୀର୍ଘ ୨୫ ବର୍ଷ ପରେ ଗାଁର ଉନ୍ନତି କରଣ ନେଇ ଗାଁର ଲୋକମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି । ପ୍ରତିଥର ନିର୍ବାଚନ ସମୟରେ ପ୍ରତିଶ୍ରୁତି ମିଳେ ଆଉ ତାପରେ ସମସ୍ତେ ଭୁଲିଯାନ୍ତି ଗାଁକୁ ଦଶମାଣ ଗାଁକୁ । ଏବେ ପୁଣି ମିଳିଛି ନିର୍ଭର ପ୍ରତିଶ୍ରୁତି । ଗାଁ ଉନ୍ନତିକରଣ ନେଇ ଖୁସିର ମାହେଲେ ଜମିଛି । ଦୀର୍ଘ ବର୍ଷ ଧରି ଗାଁରେ ଲୋକମାନେ ବହୁ ଦୁର୍ଦ୍ଦଶାରେ ରହୁଥିବା ବେଳେ ଏବେ ଉନ୍ନତିକରଣ ଉପରେ ଗୁରୁତ୍ବ ଦିଆଯାଇପାରିଲ ଗ୍ରାମବାସୀ ଉପକୃତ ହୋଇପାରିବେ ।