ଭଡା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢାଉରେ ପୋଲିସକୁ ମିଳିଲା ସଫଳତା

ଭୁବନେଶ୍ୱର ୨୮/୧୧: ରାଜଧାନୀରେ ସେକ୍ସ ରାକେଟ ଠାବ । ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଭଡା ଘରେ ସେକ୍ସ ରାକେଟ ଠାବ । ୪ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ । ଯୁବତୀମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ପୋଲିସକୁ ମିଳିଥିଲା ସୂଚନା । ଚଢାଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ । ସୂଚନାଥାଉକି, ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଭଡା ଘରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ଉକ୍ତ ଭଡା ଘରେ ଚଢାଉ କରିଥିଲା। ଚଢାଉ ବେଳେ ୪ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ଯୁବତୀମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିଛି। ଚଢାଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଏବଂ ଏକ ବାଇକ୍ ଜବତ ହୋଇଛି। ଏହି ବାଇକ୍‌ଟି କୌଣସି ଗ୍ରାହକ କିମ୍ଵା ଦଲାଲଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ଉକ୍ତ ଯୁବତୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଏହି ରାକେଟ୍‌ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି। 

ଭଡା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢାଉରେ ପୋଲିସକୁ ମିଳିଲା ସଫଳତା

ଭୁବନେଶ୍ୱର ୨୮/୧୧: ରାଜଧାନୀରେ ସେକ୍ସ ରାକେଟ ଠାବ । ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଭଡା ଘରେ ସେକ୍ସ ରାକେଟ ଠାବ । ୪ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ । ଯୁବତୀମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ପୋଲିସକୁ ମିଳିଥିଲା ସୂଚନା । ଚଢାଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ । 

ସୂଚନାଥାଉକି, ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଭଡା ଘରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ଉକ୍ତ ଭଡା ଘରେ ଚଢାଉ କରିଥିଲା। ଚଢାଉ ବେଳେ ୪ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ଯୁବତୀମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିଛି। ଚଢାଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଏବଂ ଏକ ବାଇକ୍ ଜବତ ହୋଇଛି। 

ଏହି ବାଇକ୍‌ଟି କୌଣସି ଗ୍ରାହକ କିମ୍ଵା ଦଲାଲଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ଉକ୍ତ ଯୁବତୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଏହି ରାକେଟ୍‌ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି।