ଭଡାଘରେ ରହୁଥିଲେ ଶୀଘ୍ର ହୋଇଯିବେ ବୁଢା, ଗବେଷଣାରୁ ହେଲା ଖୁଲାସା

ନୂଆଦିଲ୍ଲୀ,୧୩।୧: ନିଜ ପରିବାର ପାଇଁ ନୂଆଘର କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନ ଥାଏ। କିଛିଜଣଙ୍କର ସେଇ ଡ୍ରିମ ହାଉସ ସ୍ବପ୍ନରେ ବସା ବାନ୍ଧିନିଏ। ବ୍ୟକ୍ତିଟିଏ ନିଜ ମନ ପସନ୍ଦର ଘରଟିଏ କିଣିବା ପାଇଁ ଜୀବନଯାକର ଧନ ସାଇତି ରଖିଥାଏ। ହେଲେ ପ୍ରଥମେ ଜମି କିଣିବା, ତା’ପରେ ଘର ତିଆରି ଇତ୍ୟାଦିରେ ସ୍ବପ୍ନ ପୂରଣ ହୋଇପାରେନା। ବାଧ୍ୟହୋଇ ସେ ପରିବାର ସହ ଭଡା ଘରେ ରହିବାକୁ ନିଷ୍ପତ୍ତି ନେଇଥାଏ। କୌଣସି ପରିବାର କୁହନ୍ତୁ କି ଯୁବପିଢି […] The post ଭଡାଘରେ ରହୁଥିଲେ ଶୀଘ୍ର ହୋଇଯିବେ ବୁଢା, ଗବେଷଣାରୁ ହେଲା ଖୁଲାସା appeared first on Dharitri Odia News.

ଭଡାଘରେ ରହୁଥିଲେ ଶୀଘ୍ର ହୋଇଯିବେ ବୁଢା, ଗବେଷଣାରୁ ହେଲା ଖୁଲାସା

ନୂଆଦିଲ୍ଲୀ,୧୩।୧: ନିଜ ପରିବାର ପାଇଁ ନୂଆଘର କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନ ଥାଏ। କିଛିଜଣଙ୍କର ସେଇ ଡ୍ରିମ ହାଉସ ସ୍ବପ୍ନରେ ବସା ବାନ୍ଧିନିଏ। ବ୍ୟକ୍ତିଟିଏ ନିଜ ମନ ପସନ୍ଦର ଘରଟିଏ କିଣିବା ପାଇଁ ଜୀବନଯାକର ଧନ ସାଇତି ରଖିଥାଏ। ହେଲେ ପ୍ରଥମେ ଜମି କିଣିବା, ତା’ପରେ ଘର ତିଆରି ଇତ୍ୟାଦିରେ ସ୍ବପ୍ନ ପୂରଣ ହୋଇପାରେନା। ବାଧ୍ୟହୋଇ ସେ ପରିବାର ସହ ଭଡା ଘରେ ରହିବାକୁ ନିଷ୍ପତ୍ତି ନେଇଥାଏ। କୌଣସି ପରିବାର କୁହନ୍ତୁ କି ଯୁବପିଢି କିମ୍ବା କୌଣସି ଛାତ୍ରୀଛାତ୍ର ବାହାରେ ରହି ପାଠ ପଢିବାକୁ ମେସ୍‌, ହଷ୍ଟେଲ ବା ଘରଭଡାକୁ ପ୍ରିଫର କରିଥାନ୍ତି। ହେଲେ କେଯଣସି ବ୍ୟକ୍ତିଙ୍କର ଘରଟିଏ ତୋଳି ରହିବାର ଇଛା ଏହି ଭଡାଘରେ ରହି ମରି ଯାଇଥାଏ। କାରଣ ବର୍ଷକୁ ବର୍ଷ ଘରର ଭଡା ଦେବା ସହ ଇଲେକ୍ଟ୍ରି,ପାଣି ଓ ମେଣ୍ଟେନାନ୍ସ ଫି ଦେବାବେଳେ ନୂଆଘର କିଣିବା ବା ତୋଳିବାର ଇଛା ପୂରଣ ହୋଇ ପାରେନା।

ଏବେର ମହଙ୍ଗା ଯୁଗରେ ଘରଭଡାର ମହଙ୍ଗା ମାଡ ସହ ସ୍ବାଧୀନ ଭାବରେ ଭଡାଘରେ କିଛି କରିବାର ଇଛା କାହାର ବା ନ ଥାଏ। ଘରଟିକୁ ନିଜ ଇଛା ମୁତାବିକ ସଜାଇବା ସହ ଡେକୋରେଟ କରିବା ନିଜ ଆତ୍ମୀୟ ଲୋକଙ୍କୁ ଆଣିବା ପାଇଁ କେତେକ କ୍ଷେତ୍ରରେ ବାରଣ କରାଯାଇଥାଏ।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଭଡାଘରେ ରହୁଥିବା ଲୋକ ଖୁବ୍‌ଶୀଘ୍ର ବୁଢା ହୋଇଯାଆନ୍ତି। ‘ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ଏପିଡେମୋଲୋଜି ଓ କମ୍ପ୍ୟୁନିଟି ହେଲଦ୍‌ ଜର୍ଣ୍ଣାଲ’ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, ଭଡା ଘରର ବିଭିନ୍ନ ସମସ୍ୟା ଯଥା ଶାରୀରିକ ବା ମାନସିକ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। ଯାହାଦ୍ୱାରା ଲୋକେ ଚାପଗ୍ରସ୍ତ ରହିଥାନ୍ତି। ମାନସିକ ଭାରସ୍ୟମରେ ରହିବା ଯୋଗୁ ଲୋକଙ୍କ ଠାରେ ମେଦ ବହୁଳତା, ଧୂମପାନ କରିବା ପରି ସମସ୍ୟା ଦେଖାଯାଇଥାଏ।
କେବଳ ଏତିକି ନୁହେଁ ଭଡା ଟଙ୍କା ଅଧିକ ହେବାରୁ ଚାକିରି କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ସହ ବ୍ୟକ୍ତି ଚାପଗ୍ରସ୍ତ ରହିଥାନ୍ତି। ଭଡା ଘରୁ ଅଫିସକୁ ଯିବାଅସିବା ଅସୁବିଧା ଇତ୍ୟାଦି ଅସୁବିଧା ଭୋଗି ବ୍ୟକ୍ତିଜଣକ ସବୁବେଳେ ଚାପଗ୍ରସ୍ତ ରହିଥାଏ।

The post ଭଡାଘରେ ରହୁଥିଲେ ଶୀଘ୍ର ହୋଇଯିବେ ବୁଢା, ଗବେଷଣାରୁ ହେଲା ଖୁଲାସା appeared first on Dharitri Odia News.