ରାଜ୍ୟପାଳ ପୋଲିସ ପଦକ ପାଇଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୨୭ା୧(ସନ୍ତୋଷ ପାଢ଼ୀ): ଓଡ଼ିଶା ରାଜ୍ୟସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରଠାରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କୁ ୨୦୨୩ ପାଇଁ ରାଜ୍ୟପାଳଙ୍କ ପୋଲିସ ପଦକ ମିଳିଛି। ମିଳିଥିବା ସୂଚନାନୁସାରେ, ୨୦୨୩ରେ ଓଡ଼ିଶା ରାଜ୍ୟରେ ସର୍ବାଧିକ ଗଞ୍ଜାମ ପୋଲିସ ଜିଲାରେ ଏତଲା ଗ୍ରହଣ କରି ମାମଲା ରୁଜୁ କରାଯାଇଛି। ୨୦୨୨ ବର୍ଷ ତୁଳନାରେ ୨୦୨୩ ବର୍ଷରେ ଏତଲା ଗ୍ରହଣ କରି ମାମଲା ରୁଜୁ କରିବାରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି ଏଥିସହ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ […] The post ରାଜ୍ୟପାଳ ପୋଲିସ ପଦକ ପାଇଲେ ଗଞ୍ଜାମ ଏସ୍‌ପି appeared first on Dharitri Odia News.

ରାଜ୍ୟପାଳ ପୋଲିସ ପଦକ ପାଇଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୨୭ା୧(ସନ୍ତୋଷ ପାଢ଼ୀ): ଓଡ଼ିଶା ରାଜ୍ୟସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରଠାରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କୁ ୨୦୨୩ ପାଇଁ ରାଜ୍ୟପାଳଙ୍କ ପୋଲିସ ପଦକ ମିଳିଛି।

ମିଳିଥିବା ସୂଚନାନୁସାରେ, ୨୦୨୩ରେ ଓଡ଼ିଶା ରାଜ୍ୟରେ ସର୍ବାଧିକ ଗଞ୍ଜାମ ପୋଲିସ ଜିଲାରେ ଏତଲା ଗ୍ରହଣ କରି ମାମଲା ରୁଜୁ କରାଯାଇଛି। ୨୦୨୨ ବର୍ଷ ତୁଳନାରେ ୨୦୨୩ ବର୍ଷରେ ଏତଲା ଗ୍ରହଣ କରି ମାମଲା ରୁଜୁ କରିବାରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି ଏଥିସହ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ମାମଲାର ତଦନ୍ତ କରାଯାଇ ୯୫ ପ୍ରତିଶତ ମାମଲାର ତଦନ୍ତ ସରିଛି। ଏହାର କେସ୍‌ ରେକର୍ଡ କୋର୍ଟରେ ଦାଖଲ ହୋଇଛି। ରାଜ୍ୟରେ ଏହା ସର୍ବାଧିକ ବୋଲି ସୂଚନା ଦିଆଯାଇଛି। ୨୦୨୩ରେ ସିସିଟିଏନ୍‌ଏସ୍‌ (କ୍ରାଇମ୍‌, କ୍ରିମିନାଲ ଟ୍ରାକିଂ ନେଟ୍‌ଓ୍ବାର୍କ ଓ ସିଷ୍ଟମ)ର ସଫଳ ରୁପାୟନ ପାଇଁ ରାଜ୍ୟରେ ଗଞ୍ଜାମ ପୋଲିସ ଜିଲା ପ୍ରଥମ ହୋଇପାରିଛି। ଦୁର୍ଘଟଣା ଓ ଏଥିରେ ମୃତ୍ୟୁସଂଖ୍ୟା କମାଇବା ପାଇଁ ଗଞ୍ଜାମ ପୋଲିସ ଜିଲାରେ ୨୦୨୩ରେ ସ୍ବତନ୍ତ୍ର ଅଭିଯାନ ଚାଲିଥିଲା। ଉକ୍ତ ବର୍ଷ ମଦ୍ୟପାନ କରି ଗାଡ଼ି ଚଳାଇବା ନେଇ ୪୬୮୪ ଜଣଙ୍କୁ ପୋଲିସ ଧରିଥିବା ବେଳେ ସେମାନଙ୍କ ଗାଡ଼ି ଜବତ ସହ ପ୍ରତ୍ୟେକଙ୍କଠାରୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ ହୋଇଥିଲା। ଏନେଇ ଗଞ୍ଜାମ ପୋଲିସ ଟିମ୍‌କୁ ଏସ୍‌ପି ଶ୍ରେୟ ଦେଇଛନ୍ତି।

The post ରାଜ୍ୟପାଳ ପୋଲିସ ପଦକ ପାଇଲେ ଗଞ୍ଜାମ ଏସ୍‌ପି appeared first on Dharitri Odia News.