୩ ଦେଶକୁ ଗସ୍ତ ବାତିଲ କଲେ ପିଏମ୍‌ ମୋଦୀ: ଅପରେସନ ସିନ୍ଦୂର ପରେ ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଭାରତ 'ଅପରେସନ୍ ସିନ୍ଦୂର'ରେ ୯ଟି ପାକିସ୍ତାନୀ ସ୍ଥାନକୁ ଟାର୍ଗେଟ କରିଥିଲା। ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଦେଶର ଗସ୍ତକୁ ବାତିଲ କରିଛନ୍ତି।ପ୍ରକାଶଥାଉକି ପ୍ରଧାନମନ୍ତ୍ରୀ ମୋଦି ୟୁରୋପ ଗସ୍ତ କରିବାର ଥିଲା। ଏହି ସମୟ ମଧ୍ୟରେ ସେ କ୍ରୋଏସିଆ, ନରୱେ ଏବଂ ନେଦରଲ୍ୟାଣ୍ଡ ଗସ୍ତ କରିବାର ଥିଲା। ଗସ୍ତ ବାତିଲ କରିବାର କାରଣ ସ୍ପଷ୍ଟ କରାଯାଇ ନାହିଁ, କିନ୍ତୁ ଭାରତୀୟ ସୀମାରେ ବାୟୁ ପ୍ରତିରକ୍ଷା ସିଷ୍ଟମ ପୂରା ଆକ୍ଟିଭ୍‌ ମୋଡ୍‌ରେ ରହିଛି।ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ରୁଷ ଗସ୍ତ ବାତିଲ କରିଥିଲେ। ନାଜି ଜର୍ମାନୀ ଉପରେ ରୁଷର ବିଜୟର ୮୦ତମ ବାର୍ଷିକୀରେ ଯୋଗଦେବା ପାଇଁ ତାଙ୍କର ମେ ୯ ତାରଖରେ ମସ୍କୋ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। 

୩ ଦେଶକୁ ଗସ୍ତ ବାତିଲ କଲେ ପିଏମ୍‌ ମୋଦୀ: ଅପରେସନ ସିନ୍ଦୂର ପରେ ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଭାରତ 'ଅପରେସନ୍ ସିନ୍ଦୂର'ରେ ୯ଟି ପାକିସ୍ତାନୀ ସ୍ଥାନକୁ ଟାର୍ଗେଟ କରିଥିଲା। ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଦେଶର ଗସ୍ତକୁ ବାତିଲ କରିଛନ୍ତି।

ପ୍ରକାଶଥାଉକି ପ୍ରଧାନମନ୍ତ୍ରୀ ମୋଦି ୟୁରୋପ ଗସ୍ତ କରିବାର ଥିଲା। ଏହି ସମୟ ମଧ୍ୟରେ ସେ କ୍ରୋଏସିଆ, ନରୱେ ଏବଂ ନେଦରଲ୍ୟାଣ୍ଡ ଗସ୍ତ କରିବାର ଥିଲା। ଗସ୍ତ ବାତିଲ କରିବାର କାରଣ ସ୍ପଷ୍ଟ କରାଯାଇ ନାହିଁ, କିନ୍ତୁ ଭାରତୀୟ ସୀମାରେ ବାୟୁ ପ୍ରତିରକ୍ଷା ସିଷ୍ଟମ ପୂରା ଆକ୍ଟିଭ୍‌ ମୋଡ୍‌ରେ ରହିଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ରୁଷ ଗସ୍ତ ବାତିଲ କରିଥିଲେ। ନାଜି ଜର୍ମାନୀ ଉପରେ ରୁଷର ବିଜୟର ୮୦ତମ ବାର୍ଷିକୀରେ ଯୋଗଦେବା ପାଇଁ ତାଙ୍କର ମେ ୯ ତାରଖରେ ମସ୍କୋ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା।