ଭଣଜା ସହ ଯାଇଥିଲେ ବାଇକ୍ କିଣିବାକୁ, ଆଉ ଫେରିଲେନି ଘରକୁ
ଚଣ୍ଡିଖୋଲ ୩।୧୧: ଟଙ୍କା ପାଇଁ ମାମୁ ହେଲା ପର । ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ଭଣଜା । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରେ । ପୋଲିସ ଘଟଣାର ତଦନ୍ତ ଜାର ରଖିଛି ।ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଜେନାପୁର ଥାନା ତୋଟାକଣ ଗାଁର ଦୁଷ୍ମନ୍ତ ନାୟକ ଶନିବାର ଧର୍ମଶାଳା ଥାନା ଅନ୍ତର୍ଗତ ପନ୍ତୁରି ଗାଁର ଭଣଜା ଜଗନ ଧଳ ସହ ଯାଇଥିଲେ । ୫୦ ହଜାର ଟଙ୍କା ନେଇ ବାଇକ୍ କିଣିବାକୁ ଚଣ୍ଡିଖୋଲକୁ ଯାଇଥିଲେ ହେଲେ ଆଉ ଘରକୁ ଫେରିନଥିଲେ ଦୁଷ୍ମନ୍ତ । ପରିବାର ଲୋକଙ୍କ ସନ୍ଦେହ ହେବାରୁ ଜେନାପୁର ଥାନାରେ ରାତିରେ ଏତଲା ଦେଇଥିଲେ । ପୋଲିସ ନିଖୋଜ ମାମଲା ରୁଜୁ କରିବା ସହ ଜଗନକୁ ଥାନାରେ ଅଟକ ରଖିଥିଲା । ତେବେ ପ୍ରାଥମିକ ତଦନ୍ତ ପରେ ଜଗନ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲା । ରବିବାର ସକାଳୁ ଭୁବନପୁର ନିକଟ ସୁନାମୁହିଁ ପାଟସ୍ଥିତ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଏ ଘଟଣାରେ ଅଧିକ ତଦନ୍ତ ଚଳାଇଛି ପୋଲିସ । ଘଟଣାସ୍ଥଳରେ ଜେନାପୁର ପୋଲିସ, ଏସଡିପିଓ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି ।You Can Read:NCBର ମୋଷ୍ଟ ୱାଣ୍ଟେଡ ନିଲୁ ପ୍ରଧାନ ଗିରଫ, ଓଡିଶାରୁ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍ର ଖୋଲିବ ଗୁମର
ଚଣ୍ଡିଖୋଲ ୩।୧୧: ଟଙ୍କା ପାଇଁ ମାମୁ ହେଲା ପର । ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ଭଣଜା । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରେ । ପୋଲିସ ଘଟଣାର ତଦନ୍ତ ଜାର ରଖିଛି ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଜେନାପୁର ଥାନା ତୋଟାକଣ ଗାଁର ଦୁଷ୍ମନ୍ତ ନାୟକ ଶନିବାର ଧର୍ମଶାଳା ଥାନା ଅନ୍ତର୍ଗତ ପନ୍ତୁରି ଗାଁର ଭଣଜା ଜଗନ ଧଳ ସହ ଯାଇଥିଲେ । ୫୦ ହଜାର ଟଙ୍କା ନେଇ ବାଇକ୍ କିଣିବାକୁ ଚଣ୍ଡିଖୋଲକୁ ଯାଇଥିଲେ ହେଲେ ଆଉ ଘରକୁ ଫେରିନଥିଲେ ଦୁଷ୍ମନ୍ତ । ପରିବାର ଲୋକଙ୍କ ସନ୍ଦେହ ହେବାରୁ ଜେନାପୁର ଥାନାରେ ରାତିରେ ଏତଲା ଦେଇଥିଲେ । ପୋଲିସ ନିଖୋଜ ମାମଲା ରୁଜୁ କରିବା ସହ ଜଗନକୁ ଥାନାରେ ଅଟକ ରଖିଥିଲା । ତେବେ ପ୍ରାଥମିକ ତଦନ୍ତ ପରେ ଜଗନ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲା । ରବିବାର ସକାଳୁ ଭୁବନପୁର ନିକଟ ସୁନାମୁହିଁ ପାଟସ୍ଥିତ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଏ ଘଟଣାରେ ଅଧିକ ତଦନ୍ତ ଚଳାଇଛି ପୋଲିସ । ଘଟଣାସ୍ଥଳରେ ଜେନାପୁର ପୋଲିସ, ଏସଡିପିଓ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି ।
You Can Read:
NCBର ମୋଷ୍ଟ ୱାଣ୍ଟେଡ ନିଲୁ ପ୍ରଧାନ ଗିରଫ, ଓଡିଶାରୁ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍ର ଖୋଲିବ ଗୁମର