ଭତ୍ତା ପାଇଁ ଆସିଥିବା ୮୦ ବର୍ଷର ବୃଦ୍ଧାଙ୍କ ମୃତ୍ୟୁ, ପ୍ରଶାସନ ଉପରେ ପ୍ରଶ୍ନ

କୋରାପୁଟ : ଧଳା ଚାଦର ତଳେ ସବୁଦିନ ପାଇଁ ଶୋଇ ଯାଇଛନ୍ତି ଜଣେ ବୃଦ୍ଧା । ଆଉ ଯେତେ. ଡାକିଲେ କି ଉଠାଇଲେ ସେ ଉଠିବେ ନାହିଁ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆସିଥିଲେ ହେଲେ ଭତ୍ତା ପାଇବା ପୂର୍ବରୁ ଜୀବନ ଚାଲିଗଲା । ବୃଦ୍ଧାଙ୍କ ବୟସ ତାଙ୍କୁ ଅଧା ବଙ୍କା କରିଦେଇଥିଲା । ଶରୀର ଭାର ଉଠାଇବାକୁ ବାଡ଼ି ଥିଲା ଏକମାତ୍ର ଭରସା । ସେହି ବାଡ଼ି ଧରି ଭତ୍ତା ନେବାକୁ ଧାଇଁ ଆସିଥିଲେ । […] The post ଭତ୍ତା ପାଇଁ ଆସିଥିବା ୮୦ ବର୍ଷର ବୃଦ୍ଧାଙ୍କ ମୃତ୍ୟୁ, ପ୍ରଶାସନ ଉପରେ ପ୍ରଶ୍ନ appeared first on KNews Odisha.

ଭତ୍ତା ପାଇଁ ଆସିଥିବା ୮୦ ବର୍ଷର ବୃଦ୍ଧାଙ୍କ ମୃତ୍ୟୁ, ପ୍ରଶାସନ ଉପରେ ପ୍ରଶ୍ନ

କୋରାପୁଟ : ଧଳା ଚାଦର ତଳେ ସବୁଦିନ ପାଇଁ ଶୋଇ ଯାଇଛନ୍ତି ଜଣେ ବୃଦ୍ଧା । ଆଉ ଯେତେ. ଡାକିଲେ କି ଉଠାଇଲେ ସେ ଉଠିବେ ନାହିଁ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆସିଥିଲେ ହେଲେ ଭତ୍ତା ପାଇବା ପୂର୍ବରୁ ଜୀବନ ଚାଲିଗଲା । ବୃଦ୍ଧାଙ୍କ ବୟସ ତାଙ୍କୁ ଅଧା ବଙ୍କା କରିଦେଇଥିଲା । ଶରୀର ଭାର ଉଠାଇବାକୁ ବାଡ଼ି ଥିଲା ଏକମାତ୍ର ଭରସା । ସେହି ବାଡ଼ି ଧରି ଭତ୍ତା ନେବାକୁ ଧାଇଁ ଆସିଥିଲେ । ହେଲେ ସେ କଣ ଜାଣିଥିଲେ ତାଙ୍କ ସହ ଏମିତି କିଛି ଘଟିବ ବୋଲି ? ଭତ୍ତା ତ ମିଳିଲାନି କିନ୍ତୁ ଜୀବନ ଚାଲିଗଲା । ସରକାରଙ୍କ ଭତ୍ତା ଖାତାରୁ ତାଙ୍କ ନାଁ ସବୁଦିନ ପାଇଁ କଟିଗଲା । ଏଭଳି ଦୁଃଖଦାୟକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ସଦର ଅଞ୍ଚଳରେ ।

ଆଜି ସକାଳୁ ଦେଖିଲା ବେଳକୁ ରାସ୍ତା କଡ଼ରେ ପଡ଼ି ରହିଥିଲା ବୃଦ୍ଧାଙ୍କ ମୃତଦେହ। ମରଶରୀର ନିକଟରେ ରୁଣ୍ଡ ହୋଇଛନ୍ତି ସ୍ଥାନୀୟ ଲୋକେ । ତେବେ ମୃତ ବୃଦ୍ଧାଙ୍କ ସହ ଭତ୍ତା ନେବାକୁ ଆସିଥିଲେ ଆଉ ଜଣେ ସାଥି । ସେ ବି ଅଧିକ ବୟସର । ଲୁହ ଛଳ ଛଳ ଆଖିରେ କହିଲେ, ଆମେ ସାଙ୍ଗ ହୋଇ ଆସିଥିଲୁ ହେଲେ ଶୀତ କାକରରେ ଯୋଗୁଁ ତା ଦେହ ଖରାପ ହେଲା ଆଉ ସେ ଗାଁକୁ ନଯାଇ ମନ୍ଦିର ପାଖରେ ରହିଗଲା । ପରେ ଜୀବନ ଚାଲି ଯାଇଛି ତାର ।..ମୃତ ମହିଳା ଜଣକ ହେଉଛନ୍ତି କାନ୍ତା ସୋନାଇ ।

କାନ୍ତାଙ୍କ ବୟସ ପ୍ରାୟ ୮୦ ବର୍ଷ । ତାଙ୍କର ଘରଦ୍ବାର କିଛି ନାହିଁ । ଅନ୍ୟ ଜଣକ ଘରେ ଆଶ୍ରୟ ନେଉଥିଲେ । ୨ ମାସ ହେବ ଭତ୍ତା ପାଇନଥିଲେ ସେଥିପାଇଁ ବନ୍ଧୁଗାଁ ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ନିଜର ଭତ୍ତା ଟଙ୍କା ନେବାକୁ ଆସିଥିଲେ । ହେଲେ ସେ କଣ ଜାଣିଥିଲେ ତାଙ୍କର ଏହି ଭତ୍ତା ହିଁ ତାଙ୍କ ଜୀବନ ନେଇଯିବ ?..

ହଁ ଆଜ୍ଞା, ବାର୍ଦ୍ଧକ୍ୟ ଭତ୍ତା ପାଇଁ କିଭଳି ହିନସ୍ତା ହେଉଛନ୍ତି ଲୋକେ ତାର ଆଉ ଏକ ଉଦହାରଣ ହେଉଛି ଏହି ଘଟଣା। ଗତକାଲି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ବାଉଁଶପୁଟ ଗାଁର କାନ୍ତା ମେଲେକା ୮୦ ବର୍ଷୀୟ ବୃଦ୍ଧା ବ୍ୟାଙ୍କକୁ ନିଜର ଭତ୍ତା ଟଙ୍କା ନେବାକୁ ଆସିଥିଲେ । ବ୍ୟାଙ୍କରେ ତାଙ୍କୁ ଭତ୍ତା ମିଳି ନଥିଲା । ସେଠାରୁ ସିନା ଖାଲି ହାତରେ ଫେରିଲେ ହେଲେ ପରିଣତ ବୟସ କାରଣରୁ ଆଉ ଘରକୁ ଫେରି ପାରିନଥିଲେ । ସ୍ଥାନୀୟ ଅଞ୍ଚଳରେ ରାତ୍ର ସମୟରେ ଥଣ୍ଡା ଓ କାକର ଅନୁଭୂତ ହେଉଥିବା ଯୋଗୁଁ ବୃଦ୍ଧା ରାସ୍ତା କଡ଼ରେ ମୃତ୍ୟୁ ବରଣ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ସରକାର ସମସ୍ତ ହିତାଧିକାରୀ କିପରି ସୁବିଧାରେ ଭତ୍ତା ପାଇବେ ତାର ବ୍ୟବସ୍ଥା କରିଥିବା ବେଳେ ଏଭଳି ଘଟଣା ବେଶ୍ କିଛି ପ୍ରଶ୍ନ ଉଠାଉଛି । ଅନ୍ୟପକ୍ଷରେ ଉପଜିଲ୍ଲାପାଳ କହିଛନ୍ତି ଘଟଣାର ତଦନ୍ତ ହେବ ।

The post ଭତ୍ତା ପାଇଁ ଆସିଥିବା ୮୦ ବର୍ଷର ବୃଦ୍ଧାଙ୍କ ମୃତ୍ୟୁ, ପ୍ରଶାସନ ଉପରେ ପ୍ରଶ୍ନ appeared first on KNews Odisha.