ଭଦ୍ରକ ନୂଆ ବସଷ୍ଟାଣ୍ଡ ଉଦଘାଟନ, ରୂପାନ୍ତରୀକରଣ କାମରେ ହେଲା ସାମିଲ
ଭଦ୍ରକ ୧୩।୦୩ : ଭଦ୍ରକ ଜିଲ୍ଲାର ରୂପାନ୍ତରିକରଣରେ ସାମିଲ ହେଲା ଭଦ୍ରକ ବସଷ୍ଟାଣ୍ଡ । ଦୀର୍ଘଦିନ ଧରି ଅବହେଳିତ ହୋଇ ପଡ଼ିଥିବା ନୂଆ ବସଷ୍ଟାଣ୍ଡଟି ରୂପାନ୍ତରିକରଣ ହୋଇ ନୂଆ ରୂପରେ ପରିଣତ ହୋଇଛି । ଭଦ୍ରକ ବାସୀଙ୍କ ଦୀର୍ଘଦିନ ଧରି ଦାବୀ ହୋଇଆସୁଥିବା ବେଳେ ଏବେ ବସଷ୍ଟାଣ୍ଡଟି ନୂଆ ରୂପ ପାଇଛି ।ତେବେ ଏହି ଶୁଭ ଉଦଘାଟନରେ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ, ପୌରପାଳିକା ଅଧିକାରୀ, ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସମେତ ବହୁ ପଦାଧିକାରୀ ଓ ପାରିଷଦଙ୍କ ସମେତ ବସଷ୍ଟାଣ୍ଡର ସଭାପତି ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ନୂଆ ଅତ୍ୟାଧୁନିକ ବସ ଷ୍ଟାଣ୍ଡରେ ଅତ୍ୟାଧୁନିକ ସେବା ବାବଦରେ ଅତିଥି ମାନେ ଆଲୋଚନା କରିଥିଲେ । ମିଶନ କାଫେ ମାଧ୍ୟମରେ ଯାତ୍ରୀମାନେ ଖାଦ୍ୟ ପାଇପାରିବେ, ଛୋଟ ଶିଶୁକୁ ପାଇଁ ମାତୃମଙ୍ଗଳ କେନ୍ଦ୍ର ପାଇଁ ସ୍ୱତନ୍ତ୍ର କୋଠରୀ ବ୍ୟବସ୍ଥା , ଶୀତତାପ ନିୟନ୍ତ୍ରିତ କୋଠରୀ ସାଙ୍ଗକୁ, ଯାତ୍ରୀ ମାନଙ୍କ ପାଇଁ ବିଶ୍ରାମଗାର ଥିବା କହିଥିଲେ ।
ଭଦ୍ରକ ୧୩।୦୩ : ଭଦ୍ରକ ଜିଲ୍ଲାର ରୂପାନ୍ତରିକରଣରେ ସାମିଲ ହେଲା ଭଦ୍ରକ ବସଷ୍ଟାଣ୍ଡ । ଦୀର୍ଘଦିନ ଧରି ଅବହେଳିତ ହୋଇ ପଡ଼ିଥିବା ନୂଆ ବସଷ୍ଟାଣ୍ଡଟି ରୂପାନ୍ତରିକରଣ ହୋଇ ନୂଆ ରୂପରେ ପରିଣତ ହୋଇଛି । ଭଦ୍ରକ ବାସୀଙ୍କ ଦୀର୍ଘଦିନ ଧରି ଦାବୀ ହୋଇଆସୁଥିବା ବେଳେ ଏବେ ବସଷ୍ଟାଣ୍ଡଟି ନୂଆ ରୂପ ପାଇଛି ।

ତେବେ ଏହି ଶୁଭ ଉଦଘାଟନରେ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ, ପୌରପାଳିକା ଅଧିକାରୀ, ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସମେତ ବହୁ ପଦାଧିକାରୀ ଓ ପାରିଷଦଙ୍କ ସମେତ ବସଷ୍ଟାଣ୍ଡର ସଭାପତି ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ନୂଆ ଅତ୍ୟାଧୁନିକ ବସ ଷ୍ଟାଣ୍ଡରେ ଅତ୍ୟାଧୁନିକ ସେବା ବାବଦରେ ଅତିଥି ମାନେ ଆଲୋଚନା କରିଥିଲେ । ମିଶନ କାଫେ ମାଧ୍ୟମରେ ଯାତ୍ରୀମାନେ ଖାଦ୍ୟ ପାଇପାରିବେ, ଛୋଟ ଶିଶୁକୁ ପାଇଁ ମାତୃମଙ୍ଗଳ କେନ୍ଦ୍ର ପାଇଁ ସ୍ୱତନ୍ତ୍ର କୋଠରୀ ବ୍ୟବସ୍ଥା , ଶୀତତାପ ନିୟନ୍ତ୍ରିତ କୋଠରୀ ସାଙ୍ଗକୁ, ଯାତ୍ରୀ ମାନଙ୍କ ପାଇଁ ବିଶ୍ରାମଗାର ଥିବା କହିଥିଲେ ।