ସାପ କାମୁଡ଼ାରେ ଚାଲିଗଲା କାଉଡ଼ିଆଙ୍କ ଜୀବନ
ଭଦ୍ରକ,୫।୮: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏନେଇ ରାଜ୍ୟର ବିଭିନ୍ନ ଶୈବ ପୀଠରେ ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ କାଉଡିଆଙ୍କ ଭିଡ଼ ଲାଗିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲା ଆରଡି ପ୍ରସିଦ୍ଧ ଶୈବ ପୀଠରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସାପ କାମୁଡାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆରଡି ଶୈବ ପୀଠକୁ ଜଳ ଲାଗି କରିବାକୁ କାଉଡ଼ିଆଙ୍କ ସମାଗମ ହୋଇଛି। ଏଭଳିସ୍ଥିତିରେ ମନ୍ଦିର ପରିସରରେ ଏକ […] The post ସାପ କାମୁଡ଼ାରେ ଚାଲିଗଲା କାଉଡ଼ିଆଙ୍କ ଜୀବନ appeared first on Dharitri Odia News.
ଭଦ୍ରକ,୫।୮: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏନେଇ ରାଜ୍ୟର ବିଭିନ୍ନ ଶୈବ ପୀଠରେ ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ କାଉଡିଆଙ୍କ ଭିଡ଼ ଲାଗିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲା ଆରଡି ପ୍ରସିଦ୍ଧ ଶୈବ ପୀଠରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସାପ କାମୁଡାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆରଡି ଶୈବ ପୀଠକୁ ଜଳ ଲାଗି କରିବାକୁ କାଉଡ଼ିଆଙ୍କ ସମାଗମ ହୋଇଛି। ଏଭଳିସ୍ଥିତିରେ ମନ୍ଦିର ପରିସରରେ ଏକ ବିଷ ଧର ସାପ ଜଣେ କାଉଡିଆଙ୍କୁ କାମୁଡି ଦେଇଥିଲେ। ଫଳରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା। ହେଲେ ମେଡିକାଲରେ କାଉଡିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ହେଲେ କେଉଁ ପରିସ୍ଥିତିରେ ସାପ କାମୁଡିଲା ତାହା ଜଣାପଡି ନାହିଁ। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
The post ସାପ କାମୁଡ଼ାରେ ଚାଲିଗଲା କାଉଡ଼ିଆଙ୍କ ଜୀବନ appeared first on Dharitri Odia News.