ଭଦ୍ରକ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ଲଢ଼ିବେ ଅଭିମନ୍ୟୁ

ଭଦ୍ରକ,୨୫।୩(ସନାତନ ରାଉତ):  ଭାଜପା ୫ମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଓଡ଼ିଶାରେ ୨୧ ଲୋକ ସଭା ଆସନରୁ ୧୮ ଲୋକ ସଭାରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ସଂରକ୍ଷିତ ଭଦ୍ରକ ଲୋକ ସଭା ପ୍ରାର୍ଥୀ ଅପରିବର୍ତ୍ତିତ ରହିଛି। ଗତ ନିର୍ବାଚନରେ ମାତ୍ର ୨୮ ହଜାର ୮୦୩ ଖଣ୍ଡ ଭୋଟ୍‌ରେ ମଞ୍ଜୁଲତା ମଣ୍ଡଳଙ୍କଠାରୁ ପରାଜିତ ହୋଇଥିବା ଅଭିମନ୍ୟୁ ସେଠୀଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। ଏଥର ବହୁ ବ୍ୟବଧାନରେ ଭାଜପା ଭଦ୍ରକ ଲୋକ ସଭାରେ ବିଜୟୀ […] The post ଭଦ୍ରକ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ଲଢ଼ିବେ ଅଭିମନ୍ୟୁ appeared first on Dharitri Odia News.

ଭଦ୍ରକ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ଲଢ଼ିବେ ଅଭିମନ୍ୟୁ

ଭଦ୍ରକ,୨୫।୩(ସନାତନ ରାଉତ):  ଭାଜପା ୫ମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଓଡ଼ିଶାରେ ୨୧ ଲୋକ ସଭା ଆସନରୁ ୧୮ ଲୋକ ସଭାରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ସଂରକ୍ଷିତ ଭଦ୍ରକ ଲୋକ ସଭା ପ୍ରାର୍ଥୀ ଅପରିବର୍ତ୍ତିତ ରହିଛି। ଗତ ନିର୍ବାଚନରେ ମାତ୍ର ୨୮ ହଜାର ୮୦୩ ଖଣ୍ଡ ଭୋଟ୍‌ରେ ମଞ୍ଜୁଲତା ମଣ୍ଡଳଙ୍କଠାରୁ ପରାଜିତ ହୋଇଥିବା ଅଭିମନ୍ୟୁ ସେଠୀଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। ଏଥର ବହୁ ବ୍ୟବଧାନରେ ଭାଜପା ଭଦ୍ରକ ଲୋକ ସଭାରେ ବିଜୟୀ ହେବା ସହ ଓଡ଼ିଶାରେ ବହୁମତ ହାସଲ କରି ସରକାର ଗଠନ କରିବ ବୋଲି କହିଛନ୍ତି ଅଭିମନ୍ୟୁ। ୨୦୧୯ ନିର୍ବାଚନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ୮ଥର ଭଦ୍ରକରୁ ଏମ୍‌ପି ହୋଇଥିବା ସ୍ବର୍ଗତ ଅର୍ଜୁନ ଚରଣ ସେଠୀଙ୍କୁ ବିଜେଡିରୁ ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଲବି କରିଥିଲା। ବିଜେଡି ଟିକେଟ୍‌ ନ ମିଳିବାରୁ ଭାଜପାରେ ତାଙ୍କ ସମର୍ଥକଙ୍କ ସହ ଯୋଗ ଦେଇଥିଲେ। ଅଭିମନ୍ୟୁ ଭାଜପା ଟିକେଟରେ ନିର୍ବାଚନ ଲଢ଼ିଥିଲେ। ଗତ ଥର ପରାଜୟ ବ୍ୟବଧାନ କମ୍‌ ଥିବାରୁ ଏଥର ଭଦ୍ରକ ଲୋକ ସଭା ଆସନକୁ ଭାଜପା ଫୋକସ୍‌ରେ ରଖିଛି।

The post ଭଦ୍ରକ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ଲଢ଼ିବେ ଅଭିମନ୍ୟୁ appeared first on Dharitri Odia News.