ଭଦ୍ରକରୁ ୫ ଯୁବକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ
ଭଦ୍ରକ,୧ା୭(ସନାତନ ରାଉତ): ଠକେଇ ଅଭିଯୋଗରେ ମୁମ୍ବାଇ ସାଇବର ପୋଲିସ ରବିବାର ଭଦ୍ରକରୁ ୫ ଯୁବକଙ୍କୁ ଗିରଫ କରି ଏସ୍ଡିଜେଏମ୍ କୋର୍ଟରେ ହାଜର କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚରମ୍ପା ଏରେଇଁର ପ୍ରମୋଦ କୁମାର ରବୀନ୍ଦ୍ର ବେହେରା(୨୬), କୁଅଁାସର ରାକେଶ କୁମାର ହରିରାମ ଚୌଧୁରୀ(୨୫), ଚରମ୍ପା ବରାଳପୋଖରୀର ଶୁଭେନ୍ଦୁ ନିରାକାର ଦାସ(୩୦), ଭଦ୍ରକ ବ୍ଲକ ମୌଦା ବାସହପୁର ଅଞ୍ଚଳର ଜୟଦୀପ ଅମର କୁମାର ପରିଡ଼ା(୨୪) ଓ ମୌଦା ବାଲିପାଟଣାର ମନୋଜ କୁମାର ଅନାଦି ଚରଣ ରାଉତ(୨୯)। ସମସ୍ତଙ୍କୁ ରିମାଣ୍ଡରେ […] The post ଭଦ୍ରକରୁ ୫ ଯୁବକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ appeared first on Dharitri Odia News.
ଭଦ୍ରକ,୧ା୭(ସନାତନ ରାଉତ): ଠକେଇ ଅଭିଯୋଗରେ ମୁମ୍ବାଇ ସାଇବର ପୋଲିସ ରବିବାର ଭଦ୍ରକରୁ ୫ ଯୁବକଙ୍କୁ ଗିରଫ କରି ଏସ୍ଡିଜେଏମ୍ କୋର୍ଟରେ ହାଜର କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚରମ୍ପା ଏରେଇଁର ପ୍ରମୋଦ କୁମାର ରବୀନ୍ଦ୍ର ବେହେରା(୨୬), କୁଅଁାସର ରାକେଶ କୁମାର ହରିରାମ ଚୌଧୁରୀ(୨୫), ଚରମ୍ପା ବରାଳପୋଖରୀର ଶୁଭେନ୍ଦୁ ନିରାକାର ଦାସ(୩୦), ଭଦ୍ରକ ବ୍ଲକ ମୌଦା ବାସହପୁର ଅଞ୍ଚଳର ଜୟଦୀପ ଅମର କୁମାର ପରିଡ଼ା(୨୪) ଓ ମୌଦା ବାଲିପାଟଣାର ମନୋଜ କୁମାର ଅନାଦି ଚରଣ ରାଉତ(୨୯)। ସମସ୍ତଙ୍କୁ ରିମାଣ୍ଡରେ ମୁମ୍ବାଇ ନିଆଯିବ ବୋଲି ଭଦ୍ରକ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି।
ସୂଚନା ଅନୁଯାୟୀ, ସାଇବର ଠକେଇର ଶିକାର ହୋଇଥିବା ମୁମ୍ବାଇ ଅନ୍ଧେରୀ ଅଞ୍ଚଳର ବୀରଦେଶାଇ ରୋଡ୍ସ୍ଥିତ ନିଉ ଚନ୍ଦ୍ରା ହାଉସିଂ ସୋସାଇଟିର ୭୩ ବର୍ଷୀୟ ମୋସେସ୍ ଭିନ୍ସେଣ୍ଟ କାର୍ଡୋଜ୍ ବିକେସି ସାଇବର ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଋଣ କରାଇ ଦେବାକୁ କହି ସମସ୍ତ ବ୍ୟାଙ୍କ କାଗଜପତ୍ର ନେବା ପରେ ତାଙ୍କ ଆକାଉଣ୍ଟ ହ୍ୟାକ୍ କରି ପ୍ରାୟ ୫୬ଲକ୍ଷ ଟଙ୍କା ଉଠାଇ ନିଆଯାଇଥିବା ସେ ଦର୍ଶାଇଥିଲେ। ସେହି ଟଙ୍କାକୁ ଅଭିଯୁକ୍ତମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ଜଣାପଡ଼ିଛି।
ସାଇବର ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାମଲାର ତଦନ୍ତଭାର ନେଇଥିବା ସାଇବର ଥାନା ଇନ୍ସପେକ୍ଟର ସବିତା ସିନ୍ଦେ ଓ ଏଏସ୍ଆଇ ପୁନମ୍ ଯାଦବଙ୍କ ସହ ୫ଜଣିଆ ଟିମ୍ ଭଦ୍ରକରେ ପହଞ୍ଚତ୍ ସ୍ଥାନୀୟ ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ଜଣଙ୍କୁ ଧରିଛି।
The post ଭଦ୍ରକରୁ ୫ ଯୁବକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ appeared first on Dharitri Odia News.