ଭଦ୍ରକରେ ମାତିଛନ୍ତି ଲୁଟେରା, ୱାର୍ଡ ସଭ୍ୟଙ୍କ ବାଇକ ଚୋରି ଅଭିଯୋଗ,ପୋଲିସର ଛାନ୍ଭିନ୍
ଭଦ୍ରକ ୧୪/୮: ବାଇକ ରଖି ତ୍ରିରଙ୍ଗା ପତାକା ନେବାକୁ ଆସିଥିଲେ ଯୁବକ । ଗଲା ବେଳକୁ ବାଇକ ଗାଏବ । ତଲେଇ ପଞ୍ଚାୟତ ଚୁନିଦା ଗାଁର ୱାର୍ଡ ସଭ୍ୟ ଭାସ୍କର ସାହୁଙ୍କ ବାଇକ ନେଇଯାଇଛନ୍ତି ଚୋର । ପ୍ରଶାସନ ପକ୍ଷରୁ ଆୟୋଜିତ ହେଉଥିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ପତାକା ନେବାକୁ ବ୍ଲକ ଅଫିସକୁ ଆସିଥିଲେ ଭାସ୍କର । ପତାକା ଆଣି ତଳକୁ ଆସିଲା ବେଳକୁ ବାଇକ ଯେଉଁ ସ୍ଥାନରେ ରଖିଥିଲେ ବାଇକ ନଥିଲା।ବହୁ ଖୋଜାଖୋଜି ପରେ ବାଇକ ନପାଇବାରୁ ବିଡିଓଙ୍କ ଉପସ୍ଥିତିରେ ସିସିଟିଭି ଯାଞ୍ଚ କରାଯାଇଥିଲା । ସେଥିରେ ଚୋରଙ୍କ ପର୍ଦ୍ଦାଫାସ ହୋଇଛି । ୨ ଜଣ ଦୁର୍ବୃତ୍ତ ଲାଲ ରଙ୍ଗର ବାଇକରେ ଆସିଥିଲେ । ଜଣେ ଓହ୍ଲାଇ ଭାସ୍କରଙ୍କ ବାଇକର ଚାବି ଖୋଲି ବାଇକ ନେଇଯାଉଥିବାର ଦୃଶ୍ୟ ସିସିଟିଭିରେ ସ୍ପଷ୍ଟ ଜଣାପଡୁଛି । ସିସିଟିଭି ଫୁଟେଜ ସହ ଭାସ୍କର ସହରାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଭଦ୍ରକ ୧୪/୮: ବାଇକ ରଖି ତ୍ରିରଙ୍ଗା ପତାକା ନେବାକୁ ଆସିଥିଲେ ଯୁବକ । ଗଲା ବେଳକୁ ବାଇକ ଗାଏବ । ତଲେଇ ପଞ୍ଚାୟତ ଚୁନିଦା ଗାଁର ୱାର୍ଡ ସଭ୍ୟ ଭାସ୍କର ସାହୁଙ୍କ ବାଇକ ନେଇଯାଇଛନ୍ତି ଚୋର । ପ୍ରଶାସନ ପକ୍ଷରୁ ଆୟୋଜିତ ହେଉଥିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ପତାକା ନେବାକୁ ବ୍ଲକ ଅଫିସକୁ ଆସିଥିଲେ ଭାସ୍କର । ପତାକା ଆଣି ତଳକୁ ଆସିଲା ବେଳକୁ ବାଇକ ଯେଉଁ ସ୍ଥାନରେ ରଖିଥିଲେ ବାଇକ ନଥିଲା।
ବହୁ ଖୋଜାଖୋଜି ପରେ ବାଇକ ନପାଇବାରୁ ବିଡିଓଙ୍କ ଉପସ୍ଥିତିରେ ସିସିଟିଭି ଯାଞ୍ଚ କରାଯାଇଥିଲା । ସେଥିରେ ଚୋରଙ୍କ ପର୍ଦ୍ଦାଫାସ ହୋଇଛି । ୨ ଜଣ ଦୁର୍ବୃତ୍ତ ଲାଲ ରଙ୍ଗର ବାଇକରେ ଆସିଥିଲେ । ଜଣେ ଓହ୍ଲାଇ ଭାସ୍କରଙ୍କ ବାଇକର ଚାବି ଖୋଲି ବାଇକ ନେଇଯାଉଥିବାର ଦୃଶ୍ୟ ସିସିଟିଭିରେ ସ୍ପଷ୍ଟ ଜଣାପଡୁଛି । ସିସିଟିଭି ଫୁଟେଜ ସହ ଭାସ୍କର ସହରାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।