ଭବାନୀପାଟଣା ବ୍ଲକ୍‌ର ୨୦ ସରପଞ୍ଚ ଭାଜପାରେ ସାମିଲ

ଭବାନୀପାଟଣା,୧୮ା୧୨(ଉତ୍ତମ କୁମାର ଦାଶ):ରାଜ୍ୟରେ ଭାଜପା ସରକାର ଆସିବା ପରେ କଳାହାଣ୍ଡି ଜିଲାରେ ଦିନକୁ ଦିନ ଦଳର ଶକ୍ତି ବଢ଼ିବାରେ ଲାଗିଛି। ଏପରିସ୍ଥଳେ ମଙ୍ଗଳବାର ଭୁବନେଶ୍ୱର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଭବାନୀପାଟଣା ବ୍ଲକର ୨୦ ଜଣ ସରପଞ୍ଚ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଭାଜପା ପକ୍ଷରୁ ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଛି। ଆଗାମୀ ଦିନରେ କଳାହାଣ୍ଡି ଭାଜପା ଆହୁରି ଶକ୍ତିଶାଳୀ ହେବ ବୋଲି ଦଳୀୟ ନେତା ପ୍ରକାଶ କରିଛନ୍ତି। ଏହି ସମୟରେ […] The post ଭବାନୀପାଟଣା ବ୍ଲକ୍‌ର ୨୦ ସରପଞ୍ଚ ଭାଜପାରେ ସାମିଲ appeared first on Dharitri Odia News.

ଭବାନୀପାଟଣା ବ୍ଲକ୍‌ର ୨୦ ସରପଞ୍ଚ ଭାଜପାରେ ସାମିଲ

ଭବାନୀପାଟଣା,୧୮ା୧୨(ଉତ୍ତମ କୁମାର ଦାଶ):ରାଜ୍ୟରେ ଭାଜପା ସରକାର ଆସିବା ପରେ କଳାହାଣ୍ଡି ଜିଲାରେ ଦିନକୁ ଦିନ ଦଳର ଶକ୍ତି ବଢ଼ିବାରେ ଲାଗିଛି। ଏପରିସ୍ଥଳେ ମଙ୍ଗଳବାର ଭୁବନେଶ୍ୱର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଭବାନୀପାଟଣା ବ୍ଲକର ୨୦ ଜଣ ସରପଞ୍ଚ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଭାଜପା ପକ୍ଷରୁ ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଛି। ଆଗାମୀ ଦିନରେ କଳାହାଣ୍ଡି ଭାଜପା ଆହୁରି ଶକ୍ତିଶାଳୀ ହେବ ବୋଲି ଦଳୀୟ ନେତା ପ୍ରକାଶ କରିଛନ୍ତି। ଏହି ସମୟରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ପୂର୍ବତନ ସଙ୍ଗଠନ ମନ୍ତ୍ରୀ ରଞ୍ଜନ ପୁଟେଲ, ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ସ୍ବଚ୍ଛ ଭାରତ ଅଭିଯାନ ଭାଜପା କଳାହାଣ୍ଡି ଜିଲା ସଂଯୋଜକ ଲୋକନାଥ ଦୁର୍ଗା, ବୋର୍ଡା ମଣ୍ଡଳ ସଭାପତି ବିଭୀଷଣ ସାହୁ, ଉପସଭାପତି ସଞ୍ଜୀବ ମିଶ୍ର, ସୁମନ ବେମାଲ, ବରିଷ୍ଠ ନେତା ଭଣ୍ଡେଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭାଜପାରେ ସାମିଲ ହୋଇଥିବା ସରପଞ୍ଚମାନେ ହେଲେ ଭବାନୀପାଟଣା ବ୍ଲକ ଶଗଡା ସରପଞ୍ଚ ଗୋବିନ୍ଦ ନାଏକ, ଚାଞ୍ଚରେର ବିକାଶ ପ୍ରଧାନ, ତଳବେଲଗଁାର ଅଙ୍କିତା ବେହେରା, ଲକ୍ଷ୍ମୀପୁରର ରମେଶ ନାଏକ, ମେଦିନୀପୁରର ଗୌରୀ ମିଶ୍ର, ଉଦେପୁରର ପ୍ରମୋଦ ଯୋଷୀ, ଦେପୁରର ଉର୍ମିଳା ଜାନି, ଦାଦପୁରର ଗୀତାଞ୍ଜଳି ସାହୁ, କର୍ଲାଗୁଡାର ଆଦିତ୍ୟ କୁମାର ନାଏକ, ପାଲସିଝରଣର ପ୍ରୟାଙ୍କିନୀ ନାଏକ, ଛେଲିଆମାଲର ଲକ୍ଷ୍ମୀ ମାଝୀ, କର୍ଲାପଡାର ସୁଷମା ସେନାପତି, ଚହଗଁାର ତପସ୍ବିନୀ ସାହୁ, ମାଲଗଁାର ବିଷ୍ଣୁପ୍ରିୟା ଦୁର୍ଗା, ରିଷଗଁାର ରବିନାରାୟଣ ବେହେରା, ଶ୍ରୀପୁରର ଯୁଧେଷ୍ଟି ନାଏକ, ଗଣ୍ଡବାରଝୋଲାର ମୁରଲୀ ପ୍ରଧାନ, ଅର୍ତ୍ତଲର ଦଶମତି ବେମାଲ, ମାଟିଆର ଜ୍ୟୋତିର୍ମୟୀ ମାଝୀ ଓ ମାଧିଗୁଡା ସରପଞ୍ଚ ମୀନା ସିନ୍ଦୂର।

The post ଭବାନୀପାଟଣା ବ୍ଲକ୍‌ର ୨୦ ସରପଞ୍ଚ ଭାଜପାରେ ସାମିଲ appeared first on Dharitri Odia News.