ଭବାନୀପାଟଣା ହିଲ୍ ଟାଉନ ସିଭିଲ ସୋସାଇଟି ଦ୍ଵାରା ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ
କଳାହାଣ୍ଡି, ୨୯/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ହିଲ୍ ଟାଉନ ସିଭିଲ ସୋସାଇଟି ଦ୍ଵାରା ୭୬ତମ ସାଧାରଣତନ୍ତ୍ର ଦିବସ ଲେନ୍ ନମ୍ବର ୭ (ପଶ୍ଚିମ) ସ୍ଥିତ ନିଜସ୍ଵ ଜାଗାରେ ମହାସମାରୋହରେ ପାଳିତ ହୋଇଯାଇଛି। ସୋସାଇଟିର ସମ୍ପାଦକ ଶ୍ରୀଯୁକ୍ତ ଜିତେନ୍ଦ୍ର ମୁଣ୍ଡ ଉପସ୍ଥିତ ସଦସ୍ୟ, ସଦସ୍ୟାଙ୍କୁ ସ୍ବାଗତ ଜଣାଇଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ ରେ ସହଯୋଗ କରିଥିଲେ। ସଭାପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ […] The post ଭବାନୀପାଟଣା ହିଲ୍ ଟାଉନ ସିଭିଲ ସୋସାଇଟି ଦ୍ଵାରା ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ appeared first on Odisha.News.

କଳାହାଣ୍ଡି, ୨୯/୦୧
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ହିଲ୍ ଟାଉନ ସିଭିଲ ସୋସାଇଟି ଦ୍ଵାରା ୭୬ତମ ସାଧାରଣତନ୍ତ୍ର ଦିବସ ଲେନ୍ ନମ୍ବର ୭ (ପଶ୍ଚିମ) ସ୍ଥିତ ନିଜସ୍ଵ ଜାଗାରେ ମହାସମାରୋହରେ ପାଳିତ ହୋଇଯାଇଛି। ସୋସାଇଟିର ସମ୍ପାଦକ ଶ୍ରୀଯୁକ୍ତ ଜିତେନ୍ଦ୍ର ମୁଣ୍ଡ ଉପସ୍ଥିତ ସଦସ୍ୟ, ସଦସ୍ୟାଙ୍କୁ ସ୍ବାଗତ ଜଣାଇଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ ରେ ସହଯୋଗ କରିଥିଲେ। ସଭାପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିବା ସହ ସାଧାରଣତନ୍ତ୍ର ଦିବସର ମହତ୍ତ୍ଵ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ତଥା ସମସ୍ତଙ୍କୁ ଜାତୀୟତା ପ୍ରେମରେ ଉଦ୍ ବୁଦ୍ଧ ହେବାପାଇଁ ପ୍ରବର୍ତ୍ତାଇ ଥିଲେ । ଉକ୍ତ ସମାରୋହରେ ଉପ-ସଭାପତି ଶ୍ରୀଯୁକ୍ତ ଗଣପତି ନାଏକ, ଉପଦେଷ୍ଟା ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ସାମଲ, ଶ୍ରୀଯୁକ୍ତ ଜାକିର ହୁସେନ, ଶ୍ରୀଯୁକ୍ତ ରଜନୀକାନ୍ତ ବେହେରା, ଶ୍ରୀଯୁକ୍ତ ମଦନ ବରାଡୋ ଦେବେନ୍ଦ୍ର ପଟ୍ଟନାୟକ, ପି.ମହେଶ ରାଓ, ପ୍ରଶାନ୍ତ ମହାନ୍ତି, ଭେଙ୍କେଟ ରାଓ, ଟଙ୍କଧର ସାହୁ, ଜାକିର ହୁସେନ, ବିଜୟ କୁମାର ସାହୁ, ସରୋଜ କୁମାର ସାହୁ, ପ୍ରୋଫ. ରଜନୀକାନ୍ତ ବେହେରା, ବିଶ୍ୱବିଜୟନି ପାଢି, ସୁଭାଶିନୀ ପଟ୍ଟନାୟକ, ମୀନା ଦାଶ, ଶୁକ୍ରି ରାଠୋରେ, ସନ୍ତୋଷ ସେନାପତି ତଥା ଅନ୍ୟ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ। ପରିଶେଷରେ ସୋସାଇଟିର ଅନ୍ୟତମ ସଦସ୍ୟ ଶ୍ରୀଯୁକ୍ତ ଅଶୋକ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
The post ଭବାନୀପାଟଣା ହିଲ୍ ଟାଉନ ସିଭିଲ ସୋସାଇଟି ଦ୍ଵାରା ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ appeared first on Odisha.News.