ଭରତପୁର କାଣ୍ଡକୁ ନେଇ ତୀବ୍ର ହେଉଛି ରାଜନୀତି

ଭରତପୁର ଥାନା ଘଟଣା ଏବେ ରାଜନୀତିର ମୁଖ୍ୟ ମୁଦ୍ଦା। ରାଜ୍ୟଠୁ ଆରମ୍ଭ କରି ଜାତୀୟ ସ୍ତରଯାଏ ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା।

ଭରତପୁର କାଣ୍ଡକୁ ନେଇ ତୀବ୍ର ହେଉଛି ରାଜନୀତି

ତେଜୁଛି ଭରତପୁର ଥାନା ଘଟଣା । ରାଜରାସ୍ତାରେ ରାଜନୈତିକ ଦଳ । ସରକାର ବିରୋଧରେ ହଲ୍ଲାବୋଲ, ନାରାବାଜି । ଅଣ୍ଡା ସାଙ୍ଗକୁ ଟମାଟୋ ମାଡ଼। ଆଜି ବିଜୁ ମହିଳା ଜନତା ଦଳ, ଆର୍ମି ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଘଟଣାରେ ରାଜଭବନ ସମ୍ମୁଖରେ ପ୍ରତିବାଦ ଜଣାଇଛି । ଦୋଷୀଙ୍କୁ ତୁରନ୍ତ ଗିରଫ ସହ ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛି ଦଳ । ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମ୍‌ଙ୍କ ଏକ ସ୍ମାରକ ପତ୍ର ଦେଇଛି ବିଜେଡି ।