ଭରତପୁର ଥାନା ବିବାଦ ମାମଲା, ବଢ଼ିଲା ସତ୍ୟପାଠର ସମୟ ସୀମା

ଭୁବନେଶ୍ୱର ୨୭।୧୦ : ଭରତପୁର ଥାନା ସେନା ଅଧିକାରୀ -ପୋଲିସ ବିବାଦ ମାମଲା l ବଢ଼ିଲା ସତ୍ୟପାଠର ସମୟ ସୀମା l ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସ ତଦନ୍ତ କମିଶନ ପକ୍ଷରୁ ସତ୍ୟପାଠ ଦାଖଲର ସମୟ ସୀମାକୁ ବୃଦ୍ଧି କରାଯାଇଛି l ସମୟ ସୀମାକୁ ଆଉ ୧୦ ଦିନ ବୃଦ୍ଧି କରାଯାଇଛି । ଯାହା ଆସନ୍ତା ମାସ ୮ ତାରିଖରେ ସତ୍ୟପାଠ ଦାଖଲ ଶେଷ ତାରିଖ ରହିଛି। ସୋମବାର ସତ୍ୟପାଠ ଦାଖଲର ଶେଷ ତାରିଖ ଥିବା ବେଳେ ଏହି ସମୟ ସୀମାକୁ ବୃଦ୍ଧି କରାଯାଇଛି । ସେପଟେ ଏ ଘଟଣାରେ କମିଶନଙ୍କ ନିକଟରେ ଘଟଣା ସମ୍ପର୍କିତ ସତ୍ୟପାଠ ଦାଖଲ କରିଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ । ସେଦିନ ତାଙ୍କ ସହ କଣ ଘଟିଥିଲା ସେ ସମ୍ପର୍କରେ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ମେଜର ଓ ବାନ୍ଧବୀ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହି ଘଟଣାରେ କମିଶନ ପକ୍ଷରୁ ସତ୍ୟପାଠ ଦାଖଲ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ଏଯାଏଁ ପାଖାପାଖି ୨୦୦ ଜଣ ସତ୍ୟପାଠ ଦାଖଲ କରିସାରିଥିବା ସୂଚନା ରହିଛି l

ଭରତପୁର ଥାନା ବିବାଦ ମାମଲା, ବଢ଼ିଲା ସତ୍ୟପାଠର ସମୟ ସୀମା

ଭୁବନେଶ୍ୱର ୨୭।୧୦ : ଭରତପୁର ଥାନା ସେନା ଅଧିକାରୀ -ପୋଲିସ ବିବାଦ ମାମଲା l ବଢ଼ିଲା ସତ୍ୟପାଠର ସମୟ ସୀମା l ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସ ତଦନ୍ତ କମିଶନ ପକ୍ଷରୁ ସତ୍ୟପାଠ ଦାଖଲର ସମୟ ସୀମାକୁ ବୃଦ୍ଧି କରାଯାଇଛି l ସମୟ ସୀମାକୁ ଆଉ ୧୦ ଦିନ ବୃଦ୍ଧି କରାଯାଇଛି । ଯାହା ଆସନ୍ତା ମାସ ୮ ତାରିଖରେ ସତ୍ୟପାଠ ଦାଖଲ ଶେଷ ତାରିଖ ରହିଛି। ସୋମବାର ସତ୍ୟପାଠ ଦାଖଲର ଶେଷ ତାରିଖ ଥିବା ବେଳେ ଏହି ସମୟ ସୀମାକୁ ବୃଦ୍ଧି କରାଯାଇଛି । 

ସେପଟେ ଏ ଘଟଣାରେ କମିଶନଙ୍କ ନିକଟରେ ଘଟଣା ସମ୍ପର୍କିତ ସତ୍ୟପାଠ ଦାଖଲ କରିଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ । ସେଦିନ ତାଙ୍କ ସହ କଣ ଘଟିଥିଲା ସେ ସମ୍ପର୍କରେ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ମେଜର ଓ ବାନ୍ଧବୀ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହି ଘଟଣାରେ କମିଶନ ପକ୍ଷରୁ ସତ୍ୟପାଠ ଦାଖଲ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ଏଯାଏଁ ପାଖାପାଖି ୨୦୦ ଜଣ ସତ୍ୟପାଠ ଦାଖଲ କରିସାରିଥିବା ସୂଚନା ରହିଛି l