ଭରୁଚ ଓ ଠାଣେରୁ ୮୩୧ କୋଟି ଟଙ୍କାର ମେଫେଡ୍ରନ ଓ ଫାଇଟର ଡ୍ରଗ ଜବତ, ୪ ଗିରଫ
ମୁମ୍ବାଇ : ଗୁଜରାଟ ଏଟିଏସ୍ ମହାରାଷ୍ଟ୍ରର ଠାଣେ ଓ ଭରୁଚରେ ଦୁଇ ଔଷଧ ନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ୮୩୧ କୋଟି ଟଙ୍କାର ଲିକ୍ୱଡ ଡ୍ରଗସ୍ ଜବତ କରିଛି। ଦୁଇଟି ଅଲଗା ଅଲଗା ମାମଲାରେ ଏଟିଏସ୍ ମୋଟ ୪ ଜଣଙ୍କୁ ଗିରଫ କରିଛି। ଠାଣେର ଏକ ଔଷଧ ନିର୍ମାତା କମ୍ପାନୀର କାରଖାନାରେ ଚଢଉ କରି ୮୦୦ କୋଟି ଟଙ୍କାର ମେଫେଡ୍ରନ ଜବତ କରିଛି। ଏହା ପରେ ଭରୁଚର ଏକ ଫାର୍ମାସ୍ୟୁଟିକଲ ଫାକ୍ଟ୍ରି ଉପରେ ଚଢଉ କରି ୩୧ କୋଟି ଟଙ୍କାର ଫାଇଟର ଡ୍ରଗ ଟ୍ରମାଡୋଲ ଜବତ କରିଛି। ଉଭୟ ଔଷଧକୁ ଏଟିଏସ୍ ତରଳ ରୂପେ ଜବତ କରିଛି। ଏଟିଏସ୍ ଡିଆଇଜି ସୁନୀଲ ଯୋଶୀ କହିଛନ୍ତି ଯେ ଅଗଷ୍ଟ ୫ ତାରିଖ ଦିନ ମହାରାଷ୍ଟ୍ର ଠାଣେର ଭିମ୍ବଡି ସହରସ୍ଥିତ ଏକ ଆପାର୍ଟମେଣ୍ଟ ଉପରେ ଚଢଉ କରାଯାଇଥିଲା। ଏହି ଚଢଉରେ ୮୦୦ କେଜି ମେଫେଡ୍ରନ ତରଳ ଅବସ୍ଥାରେ ଜବତ ହୋଇଥିଲା। ଘଟଣାସ୍ଥଳରେ ମହମ୍ମଦ ୟୁନୁସ ଶେଖ ଓ ତା ଭାଇ ଆଦିଲ ଶେଖ ଧରାପଡିଥିଲେ। ତଦନ୍ତକାଳରେ ଜଣାପଡିଛି ଯେ ଦୁଇ ଭାଇ ୮ ମାସ ପୂର୍ବେ ମେଫେଡ୍ରନ ତିଆରି କରିବା ପାଇଁ ଫ୍ଲାଟକୁ ଭଡାରେ ନେଇଥିଲେ। ସେମାନଙ୍କ ଗତ ଥରର ମାଲ ଫେଲ ହୋଇଯାଇଥିଲା। ହେଲେ ଏଥର ସେମାନେ ମେଫେଡ୍ରନ ଲିକ୍ୱିଡକୁ ପାଉଡର କରିବା ପାଇଁ ପ୍ରସ୍ତୁତି କରୁଥିଲେ। ଡିଆଇଜି କହିଛନ୍ତି ଯେ ଜୁଲାଇ ୧୮ ତାରିଖରେ ସୁରଟରେ କାର୍ଯ୍ୟାନୁଷ୍ଠାନ କାଳରେ ଜବତ ହୋଇଥିବା ୫୧ କୋଟି ଟଙ୍କାର ନିଶାସାମଗ୍ରୀ ସହିତ ଗିରଫ ୩ ଜଣଙ୍କୁ ପଚରା ଉଚରା କାଳରେ ଶେଖ ଭ୍
ମୁମ୍ବାଇ : ଗୁଜରାଟ ଏଟିଏସ୍ ମହାରାଷ୍ଟ୍ରର ଠାଣେ ଓ ଭରୁଚରେ ଦୁଇ ଔଷଧ ନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ୮୩୧ କୋଟି ଟଙ୍କାର ଲିକ୍ୱଡ ଡ୍ରଗସ୍ ଜବତ କରିଛି। ଦୁଇଟି ଅଲଗା ଅଲଗା ମାମଲାରେ ଏଟିଏସ୍ ମୋଟ ୪ ଜଣଙ୍କୁ ଗିରଫ କରିଛି। ଠାଣେର ଏକ ଔଷଧ ନିର୍ମାତା କମ୍ପାନୀର କାରଖାନାରେ ଚଢଉ କରି ୮୦୦ କୋଟି ଟଙ୍କାର ମେଫେଡ୍ରନ ଜବତ କରିଛି। ଏହା ପରେ ଭରୁଚର ଏକ ଫାର୍ମାସ୍ୟୁଟିକଲ ଫାକ୍ଟ୍ରି ଉପରେ ଚଢଉ କରି ୩୧ କୋଟି ଟଙ୍କାର ଫାଇଟର ଡ୍ରଗ ଟ୍ରମାଡୋଲ ଜବତ କରିଛି। ଉଭୟ ଔଷଧକୁ ଏଟିଏସ୍ ତରଳ ରୂପେ ଜବତ କରିଛି।
ଏଟିଏସ୍ ଡିଆଇଜି ସୁନୀଲ ଯୋଶୀ କହିଛନ୍ତି ଯେ ଅଗଷ୍ଟ ୫ ତାରିଖ ଦିନ ମହାରାଷ୍ଟ୍ର ଠାଣେର ଭିମ୍ବଡି ସହରସ୍ଥିତ ଏକ ଆପାର୍ଟମେଣ୍ଟ ଉପରେ ଚଢଉ କରାଯାଇଥିଲା। ଏହି ଚଢଉରେ ୮୦୦ କେଜି ମେଫେଡ୍ରନ ତରଳ ଅବସ୍ଥାରେ ଜବତ ହୋଇଥିଲା। ଘଟଣାସ୍ଥଳରେ ମହମ୍ମଦ ୟୁନୁସ ଶେଖ ଓ ତା ଭାଇ ଆଦିଲ ଶେଖ ଧରାପଡିଥିଲେ। ତଦନ୍ତକାଳରେ ଜଣାପଡିଛି ଯେ ଦୁଇ ଭାଇ ୮ ମାସ ପୂର୍ବେ ମେଫେଡ୍ରନ ତିଆରି କରିବା ପାଇଁ ଫ୍ଲାଟକୁ ଭଡାରେ ନେଇଥିଲେ। ସେମାନଙ୍କ ଗତ ଥରର ମାଲ ଫେଲ ହୋଇଯାଇଥିଲା। ହେଲେ ଏଥର ସେମାନେ ମେଫେଡ୍ରନ ଲିକ୍ୱିଡକୁ ପାଉଡର କରିବା ପାଇଁ ପ୍ରସ୍ତୁତି କରୁଥିଲେ।
ଡିଆଇଜି କହିଛନ୍ତି ଯେ ଜୁଲାଇ ୧୮ ତାରିଖରେ ସୁରଟରେ କାର୍ଯ୍ୟାନୁଷ୍ଠାନ କାଳରେ ଜବତ ହୋଇଥିବା ୫୧ କୋଟି ଟଙ୍କାର ନିଶାସାମଗ୍ରୀ ସହିତ ଗିରଫ ୩ ଜଣଙ୍କୁ ପଚରା ଉଚରା କାଳରେ ଶେଖ ଭ୍ରାତା ମଧ୍ୟ ଡ୍ରଗସ କାରବାରରେ ଲିପ୍ତ ବୋଲି ଜଣାପଡିଥିଲା। ସେହିପରି ଏଟିଏସ ଭରୁଚର ଏକ ଫର୍ମାସ୍ୟୁଟିକାଲ ୟୁନିଟରେ ଚଢଉ କାଳରେ ୩୧କୋଟି ଟଙ୍କାର ଲିକ୍ୱିଡ ଫାଇଟର ଡ୍ରଗ ଟ୍ରମାଡୋଲ ସହିତ ୨ଜଣଙ୍କୁ ଧରିଛି। ଗିରଫ ଦୁଇଜଣ ହେଲେ ପଙ୍କଜ ରାଜପୁତ ଓ ନିଖିଲ କପୁରିୟା। ପଙ୍କଜ କାରଖାନାରେ ରସାୟନ ପ୍ରସ୍ତିତି କାମ କରନ୍ତି ଓ ନିଖିଲ ଏହି ରସାୟନ ଫାର୍ମର ମାଲିକ।
ପଙ୍କଜଙ୍କୁ ନିଖିଲ ଟ୍ରମାଡୋଲ ଉତ୍ପାଦନ କରିବାକୁ କହିଥିଲେ। ଏଥିପାଇଁ ସେମାନେ ଅହମ୍ମଦାବାଦର ହର୍ଷଦ କୁକଡିୟାଙ୍କ ଫାର୍ମରୁ କଞ୍ଚାମାଲ କିଣିଥିଲେ। ଏଥିରୁ ଦୁଇଜଣ ଲିକ୍ୱିଡ ଟ୍ରମାଡ଼ୋଲ ତିଆରି କରି କୁକଡିୟାକୁ ବିକୁଥିଲେ। କୁକଡିୟା ଏହି ତରଳକୁ ଟାବଲେଟ କରିବା ପାଇଁ ଗାନ୍ଧି ନଗରର ଏକ କାରଖାନାକୁ ପଠାଉଥିଲା। ଗିରଫ ଅଭିଯୁକ୍ତମାନେ ମାନିଛନ୍ତି ଯେ ଜୁଲାଇ ୨୯ ତାରିଖ ଦିନ ମୁନ୍ଦ୍ରା ପୋର୍ଟରେ ଧରାପଡିଥିବା ଟ୍ରମାଡଲ ଟାବଲେଟ୍ ସେମାନେ ତିଆରି କରିଥିଲେ। ଏହି ମାମଲାରେ ଏବେ ଅନ୍ୟ ଅଭିଯୁକ୍ତଙ୍କ ତଲାସ ଜାରି ରହିଛି।