ଭର୍ତ୍ତୃହରି ମହତାବ ସଂସଦର କାମଚଳା ବାଚସ୍ପତି, ନିଯୁକ୍ତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଭର୍ତ୍ତୃହରି ମହତାବ ହେଲେ ସଂସଦର କାମଚଳା ବାଚସ୍ପତି। ବାଚସ୍ପତି ନିର୍ବାଚନ ନହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ଯେ ଧାରା ୯୫ (୧) ଅନୁଯାୟୀ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବରେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି।President is pleased to appoint Shri Bhartruhari Mahtab, Member, Lok Sabha as Speaker Protem under Article 95(1) of the Constitution to perform the duties of Speaker till election of the Speaker.President is also pleased to appoint Shri Suresh Kodikunnil, Shri Thalikkottai…— Kiren Rijiju (@KirenRijiju) June 20, 2024ସେହିପରି ସୁରେଶ କୋଡିକୁନିଲ, ଟିଆର ବାଲୁ, ରାଧା ମୋହନ ସିଂ, ଫଗନ୍ ସିଂ କୁଲସ୍ତେ ଏବଂ ସୁଦୀପ ବନ୍ଦୋପଧ୍ୟାୟଙ୍କୁ କାମଚଳା ବାଚସ୍ପତିଙ୍କ ସହକାରୀ ଭାବରେ କାର୍ଯ୍ୟ କରିବାକୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ସେ ଅଷ୍ଟାଦଶ ବାଚସ୍ପତି ଭାବରେ ଲୋକସଭା ସାଂସଦଙ୍କ ଶପଥ କରାଇପାରିବେ।ପ୍ରକାଶଥାଉକି- କଟକ ଲୋକସଭା ଆସନରୁ ବିଜେପି ସାଂସଦ ଭାବେ ଭର୍ତ୍ତୃହରି ମହାତାବ ଜିତିଛନ୍ତି। ସେ ବିଜେଡିର ସଂତୃପ୍ତ ମିଶ୍ରଙ୍କୁ ପରାସ୍ତ କରିଛନ୍ତି।
ନୂଆଦିଲ୍ଲୀ: ଭର୍ତ୍ତୃହରି ମହତାବ ହେଲେ ସଂସଦର କାମଚଳା ବାଚସ୍ପତି। ବାଚସ୍ପତି ନିର୍ବାଚନ ନହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ଯେ ଧାରା ୯୫ (୧) ଅନୁଯାୟୀ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବରେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି।
President is pleased to appoint Shri Bhartruhari Mahtab, Member, Lok Sabha as Speaker Protem under Article 95(1) of the Constitution to perform the duties of Speaker till election of the Speaker.
President is also pleased to appoint Shri Suresh Kodikunnil, Shri Thalikkottai…— Kiren Rijiju (@KirenRijiju) June 20, 2024
ସେହିପରି ସୁରେଶ କୋଡିକୁନିଲ, ଟିଆର ବାଲୁ, ରାଧା ମୋହନ ସିଂ, ଫଗନ୍ ସିଂ କୁଲସ୍ତେ ଏବଂ ସୁଦୀପ ବନ୍ଦୋପଧ୍ୟାୟଙ୍କୁ କାମଚଳା ବାଚସ୍ପତିଙ୍କ ସହକାରୀ ଭାବରେ କାର୍ଯ୍ୟ କରିବାକୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ସେ ଅଷ୍ଟାଦଶ ବାଚସ୍ପତି ଭାବରେ ଲୋକସଭା ସାଂସଦଙ୍କ ଶପଥ କରାଇପାରିବେ।
ପ୍ରକାଶଥାଉକି- କଟକ ଲୋକସଭା ଆସନରୁ ବିଜେପି ସାଂସଦ ଭାବେ ଭର୍ତ୍ତୃହରି ମହାତାବ ଜିତିଛନ୍ତି। ସେ ବିଜେଡିର ସଂତୃପ୍ତ ମିଶ୍ରଙ୍କୁ ପରାସ୍ତ କରିଛନ୍ତି।