ଭଲିବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରକୁ ହରାଇ ମୋହନା ଚାମ୍ପିୟନ

ଦିଗପହଣ୍ଡି,୨୩।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ଗୋଲାଣ୍ଡା ଗ୍ରାମ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଂ କ୍ଳବ ଆନୁକୂଲ୍ୟରେ ସପ୍ତାହ ଧରି ଚାଲିଥିବା ଗୌରୀଶଙ୍କର ଓ ଚନ୍ଦନ ସ୍ମାରକୀ ଆନ୍ତଃଜିଲା ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଗଜପତି ଜିଲା ମୋହନା ଗ୍ରାମର ସ୍ମାର୍ଟ ସିକ୍ସ ଭଲିବଲ ଟିମ୍‌ ୩-୦ ସେଟ ବ୍ୟବଧାନରେ ଗଞ୍ଜାମ ଜିଲା ବ୍ରହ୍ମପୁରର ପାୱାର ସିକ୍ସ ଟିମ୍‌କୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚକୁ ଦିଗପହଣ୍ଡି ବିଧାୟକ […] The post ଭଲିବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରକୁ ହରାଇ ମୋହନା ଚାମ୍ପିୟନ appeared first on Dharitri Odia News.

ଭଲିବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରକୁ ହରାଇ ମୋହନା ଚାମ୍ପିୟନ

ଦିଗପହଣ୍ଡି,୨୩।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ଗୋଲାଣ୍ଡା ଗ୍ରାମ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଂ କ୍ଳବ ଆନୁକୂଲ୍ୟରେ ସପ୍ତାହ ଧରି ଚାଲିଥିବା ଗୌରୀଶଙ୍କର ଓ ଚନ୍ଦନ ସ୍ମାରକୀ ଆନ୍ତଃଜିଲା ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଗଜପତି ଜିଲା ମୋହନା ଗ୍ରାମର ସ୍ମାର୍ଟ ସିକ୍ସ ଭଲିବଲ ଟିମ୍‌ ୩-୦ ସେଟ ବ୍ୟବଧାନରେ ଗଞ୍ଜାମ ଜିଲା ବ୍ରହ୍ମପୁରର ପାୱାର ସିକ୍ସ ଟିମ୍‌କୁ ପରାସ୍ତ କରି ଚାମ୍ପିୟନ ହୋଇଛି।

ଫାଇନାଲ ମ୍ୟାଚକୁ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ ଟୁର୍ନାମେଣ୍ଟର ଶ୍ରେଷ୍ଠ ବିବେଚିତ ଖେଳାଳିଙ୍କୁ ପାଇଁ ଏକ ସାଇକେଲ ଉପହାର ଦେବା ସହ ଅଭିଭାଷଣ ପ୍ରଦାନ କରିଥିଲେ।

ସେହିପରି ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ଖମାରି ଗାଁ ପୂର୍ବତନ ସରପଞ୍ଚ ସନ୍ତୋଷ ପାତ୍ରଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ କ୍ରୀଡାବିତ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଶେଷରେ ଏନ୍‌ଏସି ଅଧ୍ୟକ୍ଷ ବିଜେତା ମୋହନା ଟିମକୁ ୨୭,୭୭୭ ଟଙ୍କା ଏବଂ ଟୁର୍ନାମେଣ୍ଟ କମିଟି ଆବାହକ ତଥା କ୍ଳବ ସଭାପତି ରଞ୍ଜନ କୁମାର ପାଣିଗ୍ରାହୀ ପରାଜିତ ବ୍ରହ୍ମପୁର ଟିମକୁ ୨୧,୧୧୧ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।

ସେହିପରି କମିଟି ସମ୍ପାଦକ ଚିତ୍ରସେନ ଗୌଡ ଶ୍ରେଷ୍ଠ ଖେଳାଳି ଭାବେ ମୋହନା ଟିମର ଉଜ୍ଜନଙ୍କୁ ପୁରସ୍କୃତକରିଥିଲେ। ଆୟୋଜକ କମିଟି କୋଷାଧ୍ୟକ୍ଷ ପ୍ରଶାନ୍ତ ଗୌଡ, ଉପଦେଷ୍ଟା ଶିବାନନ୍ଦ ପାଣିଗ୍ରାହୀ, ଭୈରବ କର, ଦୁର୍ଗାପ୍ରସାଦ ଗୌଡ, ଜୟସନ ପାଣିଗ୍ରାହୀ, ସନ୍ତୋଷ ସାହୁ, ମିଲନ ପାଣିଗ୍ରାହୀ, ସୁନୀଲ ଗୌଡ, ଚନ୍ଦନ ପାତ୍ର, କାଳିଆ ଗୌଡ, ଲିପନ ପାଣିଗ୍ରାହୀ, କିରଣ ଗୌଡ, ଅମିତ ଗୌଡ, ଗୋବିନ୍ଦ ନାୟକ, ମଣ୍ଟୁ ଦାସ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ।

The post ଭଲିବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରକୁ ହରାଇ ମୋହନା ଚାମ୍ପିୟନ appeared first on Dharitri Odia News.